ଓଡିଶା

odisha

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଯିବେ ଶାହାରୁଖ ଖାନ ! ପଠାନର କରିବେ ସୁଟିଂ

By

Published : Mar 5, 2022, 9:54 AM IST

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାହାରୁଖ ଖାନ ପଠାନ ଫିଲ୍ମର ସୁଟିଂ ପାଇଁ ସ୍ପେନ ଯାଇପାରନ୍ତି । ବର୍ତ୍ତମାନ ୟୁରୋପୀୟ ଦେଶମାନଙ୍କରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ରିସ୍କ ନେଉଛନ୍ତି କିଙ୍ଗ ଖାନ । ଅଧିକ ପଢନ୍ତୁ

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଯିବେ ଶାହାରୁଖ ଖାନ
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁରୋପ ଯିବେ ଶାହାରୁଖ ଖାନ

ହାଇଦ୍ରାବାଦ:ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War) ପରିସ୍ଥିତି ଆହୁରି ଅଧିକ ଖରାପ ହେବାରେ ଲାଗିଛି। ବିଶ୍ବ ଯୁଦ୍ଧ ଏବଂ ଆଣବିକ ଯୁଦ୍ଧର ଧମକ ମଧ୍ୟ ଦିଆଯାଉଛି। ଏହିପରି ମାହୋଲ ଭିତରେ ଯେଉଁଠାରେ ପୂରା ୟୁରୋପ ଅଡୁଆରେ ପଡିଛି, ବଲିଉଡର ବାଦଶାହ ଶାହରୁଖ ଖାନ ଏହି ସପ୍ତାହରେ ସ୍ପେନ ଗସ୍ତ କରିବାକୁ ଯୋଜନା କରୁଛନ୍ତି । ଚଳଚ୍ଚିତ୍ର ପାଇଁ ସ୍ପେନ୍ କାର୍ଯ୍ୟସୂଚୀ ପୂର୍ବରୁ ସ୍ଥିର ହୋଇସାରିିଥିଲା, ମାତ୍ର କୋଭିଡ୍ -19 କାରଣରୁ ଏହା ହୋଇପାରିନଥିଲା।

ବୁଧବାର ଦିନ ଶାହରୁଖ ଖାନ ଟିଜର ଭିଡିଓ ସହିତ ଆଗାମୀ ଫିଲ୍ମ 'ପଠାନ'ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଶାହରୁଖ ଖାନ ପାଞ୍ଚ ବର୍ଷ ପରେ ବକ୍ସ ଅଫିସରେ 'ପଠାନ' ଜରିଆରେ ଫେରୁଛନ୍ତି। ଗଣତନ୍ତ୍ର ଦିବସ ଅବସରରେ କିଙ୍ଗ ଖାନଙ୍କ 'ପଠାନ' 25 ଜାନୁୟାରୀ 2023 ରେ ମୁକ୍ତିଲାଭ କରିବ। ଶାହରୁଖ ଖାନଙ୍କ ସହ 'ପଠାନ'ରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମଙ୍କ ଭଳି ଷ୍ଟାର ମଧ୍ୟ ଅଭିନୟ କରିବେ, ଯାହାକୁ 'ଓ୍ବାର' ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଉଛନ୍ତି। ଏବେ 'ପଠାନ'ର ପରବର୍ତ୍ତୀ କାର୍ଯ୍ୟସୂଚୀ (Pathaan shooting) ସୁଟିଂରୁ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାହାରୁଖ ଖାନ ୟୁରୋପରେ ଯାଇ 'ପଠାନ'ର ପରବର୍ତ୍ତୀ କାର୍ଯ୍ୟସୂଚୀ ସୁଟିଂ ଶେଷ କରିପାରନ୍ତି। ଏକ ଖବର କାଗଜ ରିପୋର୍ଟ ଅନୁଯାୟୀ ଶାହରୁଖ ଖାନ, ଜନ୍ ଅବ୍ରହାମ ଏବଂ ଦୀପିକା ପାଦୁକୋନ ମାର୍ଚ୍ଚ 8 କିମ୍ବା 9 ରେ ମୁମ୍ବାଇରୁ ୟୁରୋପ ଅଭିମୁଖେ ଯାତ୍ରା କରିବେ। ଫିଲ୍ମର ପରବର୍ତ୍ତୀ କାର୍ଯ୍ୟସୂଚୀ ପୂରଣ କରିବା ପାଇଁ 'ପଠାନ'ର ଟିମ ୟୁରୋପ ଯାଇପାରନ୍ତି । ରୁଷ, ୟୁକ୍ରେନ, ସ୍ପେନ୍, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ ହେଉଛି ୟୁରୋପୀୟ ଦେଶ ଏବଂ ପରସ୍ପର ସହିତ ଲାଗିଛନ୍ତି । ବର୍ତ୍ତମାନ ପରିସ୍ଥିତି ଏଠାରେ ଭଲ ନାହିଁ। ଏଭଳି ପରିସ୍ଥିତିରେ ରୁଷ ତୃତୀୟ ବିଶ୍ବ ଯୁଦ୍ଧ ଏବଂ ଆଣବିକ ଯୁଦ୍ଧର ଧମକ ମଧ୍ୟ ଦେଉଛିି। ଏଭଳି ପରିସ୍ଥିତିରେ ୟୁରୋପ କୌଣସି କ୍ଷେତ୍ରରେ ସୁରକ୍ଷିତ ଦେଖାଯାଉ ନାହିଁ।

ଏହା ବି ପଢନ୍ତୁ: Pathan gets release date: ସାମ୍ନାକୁ ଆସିଲା ପଠାନର ରିଲିଜ ଡେଟ୍‌

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶାହାରୁଖ ଖାନ ଏବଂ ତାଙ୍କ ଟିମ ଗତ ବର୍ଷ ଅକ୍ଟୋବରରେ ସ୍ପେନ ଯିବାର ଥିଲା କିନ୍ତୁ ଓମିକ୍ରନ୍ ଏବଂ ଆର୍ଯ୍ୟନ୍ ଖାନ୍ ମାମଲା ଯୋଗୁଁ ସୁଟିଂରେ ବିଳମ୍ବ ହୋଇଥିଲା। ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ମାମଲାରେ ଧିରେ ଧିରେ ପୂର୍ଣ୍ଣଛେଦ ପଡିବାକୁ ଯାଉଥିବାବେଳେ ଓମିକ୍ରନ ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ କିଙ୍ଗ ଖାନ 'ପଠାନ'ର ସୁଟିଂ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details