ଓଡିଶା

odisha

ପଞ୍ଜାବରେ ଝାଡୁ ଝଡ ! କମେଡିଆନରୁ ମୁଖ୍ୟମନ୍ତ୍ରୀ ହେବେ ଭଗବନ୍ତ ମାନ

By

Published : Mar 10, 2022, 3:07 PM IST

Updated : Mar 10, 2022, 3:53 PM IST

ପ୍ରସିଦ୍ଧ ହାସ୍ୟ ଅଭିନେତା ଭଗବନ୍ତ ମାନଙ୍କ ନେତୃତ୍ୱରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଭଗବନ୍ତ ମାନ ଜଣେ ହାସ୍ୟ ଅଭିନେତାରୁ କେମିତି ହେଲେ ରାଜନେତା, ଆସନ୍ତୁ ଅଧିକ ଜାଣିବା

କମେଡିଆନ୍‌ରୁ ମୁଖ୍ୟମନ୍ତ୍ରୀ ହେହାକୁ ଯାଉଛନ୍ତି ଭଗବନ୍ତ ମାନ୍‌
କମେଡିଆନ୍‌ରୁ ମୁଖ୍ୟମନ୍ତ୍ରୀ ହେହାକୁ ଯାଉଛନ୍ତି ଭଗବନ୍ତ ମାନ୍‌

ହାଇଦ୍ରାବାଦ: ୫ ରାଜ୍ୟରେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, କିଏ ଗାଦିରେ ବସିବ । ତାହାର ଫଇସଲା ଆଜି ହିଁ ଜଣାପଡ଼ିବ । ପଞ୍ଜାବ ବିଧାନସଭା ନିର୍ବାଚନରେ ଏଥର ଆଗରେ ରହିଛି ଆପ୍‌। ଏପରିକି କଂଗ୍ରେସ, ବିଜେପିକୁ ପଛରେ ପକାଇ ଆପ୍‌ ସରକାର ଗଢ଼ିବ ବୋଲି ବହୁ ଏକଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟରୁ ପୂର୍ବରୁ ଜଣାପଡ଼ିଥିଲା । ତେବେ ଭୋଟ ଗଣତି ପୂର୍ବରୁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ଆଜି ସଙ୍ଗରୁରସ୍ଥିତ ଗୁରୁଦ୍ୱାର ଯାଇ ସେଠାରେ ମାଥା ଟେକିଛନ୍ତି।

ଭଗବନ୍ତ ମାନ୍‌

ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ପଞ୍ଜାବରେ ପ୍ରସିଦ୍ଧ ହାସ୍ୟ ଅଭିନେତା ଭଗବନ୍ତ ମାନଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, AAP ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମାନଙ୍କଠୁ ଦୌଡ଼ରେ ବହୁ ପଛରେ ଅଛନ୍ତି । ଭଗବନ୍ତ ମାନଙ୍କ ବିଷୟରେ କହିବାକୁ ଗଲେ ସେ 2011 ମସିହାରୁ ରାଜନୀତିରେ ସକ୍ରିୟ ଅଛନ୍ତି ।

ଭଗବନ୍ତ ମାନ୍‌

ତେବେ ଭଗବନ୍ତ ମାନଙ୍କୁ ଆମ୍ ଆଦମୀ ପାର୍ଟି ତରଫରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ କରାଯିବ । ​​AAP ମୁଖ୍ୟ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ପ୍ରସିଦ୍ଧ ହାସ୍ୟ ଅଭିନେତା ଭଗବନ୍ତ ମାନଙ୍କ ଉପରେ ଏକ ବଡ଼ ବାଜି ଖେଳିଛନ୍ତି । କେଜ୍ରିୱାଲଙ୍କ ଏହି ଆଶା ବର୍ତ୍ତମାନ ବିଜୟରେ ପରିଣତ ହେବାକୁ ଲାଗୁଛି । ଆସନ୍ତୁ ଜାଣିବା, ଭଗବନ୍ତ ମାନ ଜଣେ ହାସ୍ୟ ଅଭିନେତାରୁ କେମିତି ହେଲେ ରାଜନେତା, ଯିଏ ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

ଭଗବନ୍ତ ମାନ୍‌

ଭଗବନ୍ତ ମାନ ପଞ୍ଜାବର ସଙ୍ଗରୁର ବିଧାନସଭାର ଏକ ହଟ ସିଟ୍ ଧୁରୀରୁ AAP ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ଆରମ୍ଭରୁ ଆଗେଇ ଆସୁଛନ୍ତି । ଧୁରୀ ବିଧାନସଭା ଆସନ ସଙ୍ଗରୁର ଜିଲ୍ଲାରେ ଅଛି । ଏହି ଆସନରେ ଭଗବନ୍ତ ମାନ କଂଗ୍ରେସ ବିଧାୟକ ଦଲବୀର ଗୋଲଡିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କହିବାକୁ ଗଲେ ଜଟ ଶିଖ ଭୋଟରଙ୍କ ସଂଖ୍ୟା 34 ପ୍ରତିଶତ, ଅଣ-ଜଟ ଶିଖ 5 ପ୍ରତିଶତ, ଉଚ୍ଚ ଜାତିର 11 ପ୍ରତିଶତ, ଓବିସି 15 ପ୍ରତିଶତ ଏବଂ ଏସସି ଭୋଟରଙ୍କ ସଂଖ୍ୟା 28 ପ୍ରତିଶତ ଅଟେ।

ଭଗବନ୍ତ ମାନ୍‌

ମାନଙ୍କ କାମରେ ଆସିଲାAAP?

କହିବାକୁ ଗଲେ ପ୍ରାୟ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 'AAP' ତରଫରୁ ଏକ ନମ୍ବର ଜାରି କରିଥିଲେ । ଏଥି ସହିତ କେଜ୍ରିୱାଲଙ୍କ ଏହି ଆଇଡିଆକୁ 21 ଲକ୍ଷରୁ ଅଧିକ ପଞ୍ଜାବବାସୀ ମୋହର ଲଗାଇଥିଲେ। ଏହି ପସନ୍ଦକୁ ଭିତ୍ତିକରି, ଜାନୁଆରୀ 18 ରେ, AAP ଭଗବନ୍ତ ମାନଙ୍କର ନାମ ଘୋଷଣା କରିଥିଲା।

ଭଗବନ୍ତ ମାନ କିଏ?

ଅକ୍ଟୋବର 17, 1973 ରେ ପଞ୍ଜାବର ସଙ୍ଗରୁର ଜିଲ୍ଲାର ସତୋଜ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି ଭଗବନ୍ତ ମାନ। ସେ ବାଣିଜ୍ୟରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ସ୍ନାତକୋତ୍ତର ପରେ ମାନ କିଛି ଅଲଗା କରିବାକୁ ଚାହୁଁଥିଲେ, ତେଣୁ ସେ ନିଜକୁ ଚାକିରୀ ଏବଂ ବ୍ୟବସାୟରୁ ଦୂରେଇ ରଖି କମେଡି କ୍ଷେତ୍ରରେ ପାଦ ରଖିଥିଲେ। ମାନ୍ ତାଙ୍କର ଚମତ୍କାର କମେଡି ସହିତ ସାରା ଦେଶରେ ପ୍ରସିଦ୍ଧ । ମାନ୍ ସବୁବେଳେ ତାଙ୍କ ଦେଶୀ ଏବଂ ମଜାଳିଆ ଥଟ୍ଟା ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଏକ ଭଲିବଲ୍ ଖେଳାଳି ମଧ୍ୟ । ମାନ ଆଜି ପଞ୍ଜାବ ରାଜନୀତିର ଏକ ବଡ ଚେହେରା ପାଲଟିଯାଇଛନ୍ତି।

ଭଗବନ୍ତ ମାନଙ୍କ ରାଜନୈତିକ ଯାତ୍ରା

ଭଗବନ୍ତ ମାନଙ୍କର ରାଜନୈତିକ ଯାତ୍ରା ବିଷୟରେ କହିବା ତ, ସେ 2011 ମସିହାରେ ଏହି କ୍ଷେତ୍ରରେ ପାଦ ରଖିଥିଲେ । ସେ ମନପ୍ରୀତ ସିଂ ବାଦଲଙ୍କ ପାର୍ଟି 'ପଞ୍ଜାବ ପିପୁଲ୍ସ ପାର୍ଟି'ରୁ ରାଜନୀତିରେ ଯୋଗ ଦେଇଥିଲେ। ଏଥି ସହିତ, ପରବର୍ତ୍ତୀ ବର୍ଷ 2012 ରେ, ସେ ରାଜ୍ୟର ଲହରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାର ସୌଭାଗ୍ୟ ପାଇଥିଲେ, କିନ୍ତୁ ମାନଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ମାନଙ୍କୁ କଂଗ୍ରେସ ଉପରେ ଭରସା ଆସିଥିଲା, କିନ୍ତୁ ଏଠାରେ ମଧ୍ୟ ମାନଙ୍କର ଯାଦୁ କାମ କଲାନି । ଏହା ପରେ, 2014 ମସିହାରେ, ମାନ୍ 'AAP' ଦଳରେ ଯୋଗ ଦେଇଥିଲେ । ମାନ 2014 ନିର୍ବାଚନରେ ​​ସଙ୍ଗରୁର ଲୋକସଭା ଆସନରୁ AAP ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଏକ ବଡ ବ୍ୟବଧାନରେ ଜିତିଥିଲେ । ମାନ ଏଠାରେ 2 ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 10, 2022, 3:53 PM IST

ABOUT THE AUTHOR

...view details