ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କ ରିୟାଲିଟି ଶୋ ‘କୌନ ବନେଗା କରୋଡପତି 12’କୁ ନେଇ ଉତ୍ସାହିତ ଦର୍ଶକ । ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଇ ଅନେକ ଲୋକ ଲକ୍ଷପତି ହୋଇସାରିଲେଣି । ହେଲେ ଖୁବଶୀଘ୍ର ଶୋକୁ ପ୍ରଥମ କରୋଡପତି ମିଳିବାକୁ ଯାଉଛି । ଆଜ୍ଞା ହଁ, ଆସନ୍ତା 11 ତାରିଖରେ ପ୍ରସାରିତ ହେବାକୁ ଯାଉଥିବା ଶୋରେ ଭାଗ ନେଇଥିବା କମ୍ୟୁନିକେଶନ ମ୍ୟାନେଜର ନାଜିୟା ନସୀମ କୋଟିଏ ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବିଜୟ ହାସିଲ କରିଛନ୍ତି । ଯାହାର ଏକ ନୂଆ ପ୍ରୋମୋ ଭିଡିଓରେ ଦେଖିବାକୁ ମିଳୁଛି।
ଖାଲି ଏତିକି ନୁହେଁ 7 କୋଟି ଟଙ୍କା ପ୍ରଶ୍ନ ମଧ୍ୟ ତାଙ୍କୁ ପଚାରିବେ ଅମିତାଭ । ଏହି ଏପିସୋଡକୁ ନେଇ ଏବେଠୁ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢିଚାଲିଛି । ଏବେ ଦେଖନ୍ତୁ ଏହାର ଝଲକ...