ମୁମ୍ବାଇ: ଗତ କିଛି ଦିନ ହେଲା ବଲିଉଡ ଇଣ୍ଡଷ୍ଟ୍ରିରେ ପରିବାରବାଦ ଓ ଗୋଷ୍ଠୀବାଦକୁ ନେଇ ବିବାଦ ଦେଖିବାକୁ ମିଳୁଛି । ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ କ୍ରୋଧିତ ଥିବା ଫ୍ୟାନ୍ସ ଅନେକ ଫେମସ ଷ୍ଟାର୍ସଙ୍କ ଉପରେ ଭିନ୍ନ ଭିନ୍ନ ଅଭିଯୋଗ ଲଗାଇଛନ୍ତି । ଏହି ମାମଲାରେ ଅନେକ ସେଲିବ୍ରିଟି ମଧ୍ୟ ପରିବାରବାଦକୁ ନେଇ ମୁହଁ ଖୋଲିସାରିଛନ୍ତି । ନିକଟରେ ଫେମସ ଗାୟକ ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ନେଇ ବଡ ଖୁଲାସା କରିଥିଲେ । ଏହାସହ ସେ ଟି-ସିରିଜ ମାଲିକ ଭୂଷଣ କୁମାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ଆସିଥିଲେ । ଇତିମଧ୍ୟରରେ ଲୋକପ୍ରିୟ ଗାୟିକା ସୋନା ମହାପାତ୍ରା ପୁଣିଥରେ ସୋନୁଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସୋନା ଗୋଟିଏ ପରେ ଗୋଟିଏ ଟ୍ବିଟ କରି ମ୍ୟୁଜିକ ମାଫିଆକୁ ଆଧାର କରି ସୋନୁଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।