ଓଡିଶା

odisha

ନିର୍ଯାତନା ଶିକାର କଥା କହି ପୁଣି ଟ୍ରୋଲ ହେଲେ ସୋନା

By

Published : Nov 25, 2020, 3:11 PM IST

Updated : Nov 25, 2020, 5:41 PM IST

ପୁଣି ଟ୍ରୋଲର୍ସ ଓ ସୋନାଙ୍କ ବାକ୍ ଯୁଦ୍ଧ । ଟ୍ବିଟକୁ ନେଇ ସମସ୍ୟାରେ ସୋନା । ଟ୍ରୋଲର୍ସଙ୍କୁ ଦେଇଛନ୍ତି ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନା ମହାପାତ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନା ମହାପାତ୍ର

ମୁମ୍ବାଇ: ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି ଲୋକପ୍ରିୟ ଗାୟିକା ସୋନା ମହାପାତ୍ର । ସାମାଜିକ ପ୍ରସଙ୍ଗ ହେଉ କିମ୍ବା ରାଜନୀତି ନିଜ ପ୍ରତିକ୍ରିୟା ଦେବାକୁ ଆଦୌ ଭୁଲନ୍ତି ନାହିଁ । ଏହି ଗୁଣ ପାଇଁ ସେ ଅନେକଥର ସମସ୍ୟା ଘେରରେ ମଧ୍ୟ ଆସି ସାରିଲେଣି । ଏହାକୁ ବେଖାତିର କରି ନିଜ ମନ କଥା କହୁଛନ୍ତି ସେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସୋନା ବର୍ତ୍ତମାନ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । ହେଲେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ପୁଣି ଚର୍ଚ୍ଚାରେ ସେ ।

କଥାଟି ହେଲା ଯେ ନିକଟରେ ସେ ଟ୍ବିଟରରେ ଏକ ପୋଷ୍ଟ କରି ଜଣାଇଥିଲେ ଯେ କଲେଜରେ ପଢୁଥିବା ସମୟରେ ସେ ନିର୍ଯାତନାର ଶିକାର ହେବା ସହ ଅନ୍ୟଙ୍କ ଠୁ ଗାଳିଗୁଲଜ ମଧ୍ୟ ଶୁଣୁଥିଲେ । ତାଙ୍କ ଏହି ଟ୍ବିଟ ଭାଇରାଲ ହେବା ମାତ୍ରେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ । ଆଉ ତାଙ୍କୁ ପବ୍ଲିସିଟିର ଭୋକିଲା କହି ଅପମାନ ମଧ୍ୟ କରିଥିଲେ ।

ଜଣେ ୟୁଜର ଲେଖିଛନ୍ତି, ‘ପୁଣି କାନ୍ଦିବା ଆରମ୍ଭ କଲେ ସୋନା । ଧ୍ୟାନ ଏବଂ ସହାନୁଭୂତି ସନ୍ଧାନକାରୀ । ଯଦି ତୁମେ ଏତେ ଚିନ୍ତିତ, ତେବେ କାହିଁକି ହଟ ଫଟୋ ସୁଟ୍ କରି ଶରୀର ଦେଖାଉଛ । ଏହି ସମସ୍ତ ଡ୍ରାମା କରିବା ପରିବର୍ତ୍ତେ ଦୟା କରି ଗୀତ ଉପରେ ଧ୍ୟାନ ଦିଅ । ଯାହାଦ୍ବାରା ତୁମେ ଭଲ ଗାୟିକା ହୋଇପାରିବ ।’

ୟୁଜରଙ୍କ ଏହି ଟ୍ବିଟର ଜବାବରେ ସୋନ କହିଛନ୍ତି, ‘ଏହା ମୋର ଶରୀର ମିଷ୍ଟର ଜୟ । ଯିଏ ବି ହୁଅ ମୁଁ ଏହା ସହିତ ଯାହା କରେ ମୋ ନିଜ ଇଚ୍ଛାରେ କରେ ।’ ପ୍ରକାଶ ଥାଉକି ଗତ ବର୍ଷ ମି ଠୁ ଅଭିଯାନରେ ସାମିଲ ହୋଇ ଲୋକପ୍ରିୟ ସଙ୍ଗୀତ କମ୍ପୋଜର ଅନୁ ମଲ୍ଲିକଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ସୋନା । ଯାହା ପରେ ତାଙ୍କର ଅନେକ ଲୋକ ସମାଲୋଚନା ମଧ୍ୟ କରିଥିଲେ ।

Last Updated : Nov 25, 2020, 5:41 PM IST

ABOUT THE AUTHOR

...view details