ଓଡିଶା

odisha

ତୈଳ ଦର ବୃଦ୍ଧି ପ୍ରସଙ୍ଗ: ସରକାରଙ୍କୁ ପ୍ରଶ୍ନ କଲେ ଶାନ୍

By

Published : Feb 27, 2021, 11:51 AM IST

ଟ୍ବିଟ କରି ଦେଶର ସବୁଠାରୁ ବଡ ପ୍ରସଙ୍ଗରେ ପ୍ରଶ୍ନ ପଚାରିଲେ ଲୋକପ୍ରିୟ ଗାୟକ ଶାନ୍ । ପେଟ୍ରୋଲ ଏବଂ ଡିଜେଲ ବୃଦ୍ଧିକୁ ନେଇ କହିଲେ ମନ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାନ୍
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାନ୍

ମୁମ୍ବାଇ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ବଲିଉଡ ଗାୟକ, କମ୍ପୋଜର ଶାନ୍ ମୁହଁ ଖୋଲିଛନ୍ତି। ଆଉ ସୋସିଆଲ ମିଡିଆରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ବର୍ତ୍ତମାନ ଯାହାକୁ ନେଇ ଚର୍ଚ୍ଚା । ଆଉ ଭାଇରାଲ ହେଉଛି ତାଙ୍କ ଏହି ଟ୍ବିଟ ।

ପେଟ୍ରେଲ, ଡିଜେଲର ବୃଦ୍ଧିକୁ ନେଇ ସରକାରଙ୍କୁ ପ୍ରଶ୍ନ କରି ଟ୍ବିଟରେ ସେ ଲେଖିଛନ୍ତି, ‘ସରକାର ପେଟ୍ରୋଲ ଉପରେ ଜିଏସଟି କାହିଁକି ଆଣୁନାହାଁନ୍ତି ? ପେଟ୍ରୋଲ ଉପରେ ଏତେ ବଡ ଟିକସ କାହିଁକି ଲାଗୁ କରାଯାଉଛି? ଏହାର ଏକ ଉପଯୁକ୍ତ ଉତ୍ତର ଅଛି କି। ଦୟାକରି କେହି ମୋତେ ଏହା ବୁଝିବାରେ ସାହାଯ୍ୟ କରନ୍ତୁ।’

ବର୍ତ୍ତମାନ ସୋସିଆଲ ମିଡିଆରେ ଶାନ୍‌ଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି। ଟ୍ବିଟ ପଢିବା ପରେ ଲୋକେ ମଧ୍ୟ ଏହାର ପ୍ରତିକ୍ରିୟା ପ୍ରକାଶ କରି ଭିନ୍ନ ଭିନ୍ନ ପରାମର୍ଶ ଦେଇଥିଲେ।

ପ୍ରକାଶ ଥାଉକି ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ଲିଟର ପିଛା 97.34 ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା 88.44 ଟଙ୍କା ରହିଛି। ଅତୀତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଉପରେ ଅନେକ ବଲିଉଡ ସେଲିବ୍ରିଟି ପ୍ରତିକ୍ରିୟା ଦେଇସାରିଛନ୍ତି ।

ABOUT THE AUTHOR

...view details