ଓଡିଶା

odisha

Kangana Ranaut Birthday: ମା’ ବୈଷ୍ଣୋ ଦେବୀଙ୍କ ଆଶିଷ ନେଲେ କୁଇନ

By

Published : Mar 23, 2022, 12:07 PM IST

କଙ୍ଗନା ରଣାଓ୍ବତଙ୍କ ଆଜି ଜନ୍ମଦିନ । ଏହି ଅବସରରେ, କଙ୍ଗନା କୌଣସି ବଡ଼ ସେଲିବ୍ରେସନ କରିନାହାଁନ୍ତି, ବରଂ ସେ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ମାତା ଭଗବତୀଙ୍କ ଆଶୀର୍ବାଦ ପାଇଁ ବୈଷ୍ଣୋ ଦେବୀଙ୍କ ନିକଟକୁ ଯାଇଛନ୍ତି ।

ବୈଷ୍ଣୋ ଦେବୀରେ ମାତାଙ୍କ ଦର୍ଶନ କଲେ କଙ୍ଗନା ରଣାଓ୍ବତ
ବୈଷ୍ଣୋ ଦେବୀରେ ମାତାଙ୍କ ଦର୍ଶନ କଲେ କଙ୍ଗନା ରଣାଓ୍ବତ

ହାଇଦ୍ରାବାଦ:ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାଓ୍ବତ ଆଜି ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । କଙ୍ଗନା 23 ମାର୍ଚ୍ଚ 1987ରେ ହିମାଚଳ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ । କଙ୍ଗନା ଆଜି ବଲିଉଡର ଅନ୍ୟତମ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ଏହା ବ୍ୟତୀତ କଙ୍ଗନା ନିଜର ଭିନ୍ନ ଅନ୍ଦାଜ ପାଇଁ ମଧ୍ୟ ଜଣାଶୁଣା । ଜନ୍ମଦିନ ଅବସରରେ, କଙ୍ଗନା କୌଣସି ବଡ଼ ସେଲିବ୍ରେସନ କରିନାହାଁନ୍ତି, ବରଂ ସେ ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ମାତା ଭଗବତୀଙ୍କ ଆଶୀର୍ବାଦ ପାଇଁ ବୈଷ୍ଣୋ ଦେବୀଙ୍କ ନିକଟକୁ ଯାଇଛନ୍ତି ।

ବୈଷ୍ଣୋ ଦେବୀରେ ମାତାଙ୍କ ଦର୍ଶନ କଲେ କଙ୍ଗନା ରଣାଓ୍ବତ

କଙ୍ଗନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମାତା ବୈଷ୍ଣୋ ଦେବୀଙ୍କ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସେ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଏକାଠି ନଜର ଆସିଛନ୍ତି । ବୈଷ୍ଣୋ ଦେବୀ ଦର୍ଶନ ସମୟରେ କଙ୍ଗନା ଏକ ନୀଳ ଏବଂ ଲାଲ ସାଲୱାର ସୁଟରେ ନଜର ଆସିଛନ୍ତି ଏବଂ ତାଙ୍କ ମୁଣ୍ଡରେ ହଳଦିଆ ଡୁପାଟା ମଧ୍ୟ ରହିଛି । ଏହି ପାରମ୍ପାରିକ ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ବୈଷ୍ଣୋ ଦେବୀରେ ମାତାଙ୍କ ଦର୍ଶନ କଲେ କଙ୍ଗନା ରଣାଓ୍ବତ

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରୁ ଏହି ଫଟୋଗୁଡ଼ିକୁ ସେୟାର କରି ଲେଖିଛନ୍ତି, 'ଆଜି ମୋର ଜନ୍ମଦିନ, ଏହି ଅବସରରେ ଭଗବତୀ ଶ୍ରୀ ବୈଷ୍ଣୋ ଦେବୀ ଜୀଙ୍କ ଦର୍ଶନ କଲି... ତାଙ୍କର ଏବଂ ମୋର ପିତା-ମାତାଙ୍କ ଆଶୀର୍ବାଦ ସହିତ ! ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ । କଙ୍ଗନାଙ୍କ ଏହି ପୋଷ୍ଟରେ, ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details