ଓଡିଶା

odisha

ଲକ୍ ଅପ୍‌ର ପ୍ରଥମ ପ୍ରତିଯୋଗୀ ହେଲେ ନିଶା ରାୱଲ୍, ଜାଣନ୍ତୁ କିଏ ସେ

By

Published : Feb 21, 2022, 7:32 PM IST

ବଲିଉଡର ପଙ୍ଗା କୁଇନ କଙ୍ଗନା ରଣାଓ୍ବତ ଏଥର ବଡ ପରଦାରେ ନୁହେଁ, ବରଂ ଛୋଟ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି । ବର୍ତ୍ତମାନ ଶୋର ପ୍ରଥମ ପ୍ରତିଯୋଗୀଙ୍କ ଚେହେରା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ଲକ୍ ଅପ୍‌ର ପ୍ରଥମ ପ୍ରତିଯୋଗୀ ହେଲେ ନିଶା ରାୱଲ୍
ଲକ୍ ଅପ୍‌ର ପ୍ରଥମ ପ୍ରତିଯୋଗୀ ହେଲେ ନିଶା ରାୱଲ୍

ହାଇଦ୍ରାବାଦ:ବଲିଉଡର 'ପଙ୍ଗା କୁଇନ' କଙ୍ଗନା ରଣାଓ୍ବତ ଏଥର ବଡ ପରଦାରେ ନୁହେଁ, ବରଂ ଛୋଟ ପରଦାରେ ଧମାଲ ମଚାଇବାକୁ ଆସୁଛନ୍ତି । କଙ୍ଗନା ବର୍ତ୍ତମାନ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏକତା କପୁରଙ୍କ ରିଆଲିଟି ଶୋ 'ଲକ୍ ଅପ୍'ର ହୋଷ୍ଟ କରୁଥିବା ଦେଖିବାକୁ ମିଳିବ । ଶୋ ଆରମ୍ଭ ହେବା ପୂର୍ବରୁ କଙ୍ଗନା ଦିଲ୍ଲୀର ବଙ୍ଗଳା ସାହିବ ଗୁରୁଦ୍ବାରରେ ପହଞ୍ଚି ଶୋ’ର ଟ୍ରେଲର ରିଲିଜ କରିଥିଲେ। ଏବେ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ଚେହେରା ସାମ୍ନାକୁ ଆସିଛି ।

କଙ୍ଗନାଙ୍କ ସୋ ଲକ୍ ଅପ୍ ରେ ନିଶା ରାୱଲ୍ ପ୍ରଥମ ଏଣ୍ଟ୍ରି ପାଇଥିଲେ । ନିଶା ରାୱଲ ଜଣେ ଟିଭି ଅଭିନେତ୍ରୀ ଏବଂ ସେ ଏକ ବିବାଦୀୟ ସେଲିବ୍ରିଟି ମଧ୍ୟ ଅଟନ୍ତି । ଉଲ୍ଲେଖନୀୟ ଯେ, ନିଶା ଟିଭିର ଚର୍ଚ୍ଚିତ ସିରିଏଲ 'ୟେ ରିସ୍ତା କ୍ୟା କେହଲାତା ହୈ' (2012) ର ମୁଖ୍ୟ ଅଭିନେତା କରଣ ମେହରାଙ୍କୁ ବିବାହ କରିଥିଲେ ଏବଂ ଉଭୟ 2021 ମସିହାରେ ଅଲଗା ହୋଇଥିଲେ । ପାରିବାରିକ ହିଂସା ସମେତ ନିଶା କରଣଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଉଭୟଙ୍କ ଝଗଡା ମଧ୍ୟ ସର୍ବସାଧାରଣକୁ ଆସିଥିଲା।

ଏହା ବି ପଢନ୍ତୁ: Lock Upp Trailer: ଏଥର ଛୋଟ ପରଦାରେ ଧମାଲ ମଚାଇବେ ପଙ୍ଗା କୁଇନ କଙ୍ଗନା

ଅଲ୍ଟ ବାଲାଜୀ ଏକ ଟିଜର ସେୟାର କରି ନିଶା ରାଓ୍ବଲଙ୍କୁ ବର୍ତ୍ତମାନ ପ୍ରଥମ ପ୍ରତିଯୋଗୀ ଭାବେ ପରିଚିତ କରିଛନ୍ତି । ଏହି ଟିଜରକୁ ସେୟାର କରି ଲେଖିଛନ୍ତି, 'ବହୁତ ହେଲା ଟିଭି ଡ୍ରାମା, ବର୍ତ୍ତମାନ ମିସ୍ ନିଶା ରାୱଲଙ୍କ ଜୀବନରେ ପ୍ରକୃତ ହଙ୍ଗାମା ହେବ ।' ଏହି ଶୋରେ 16 ପ୍ରତିଯୋଗୀଙ୍କୁ ଜେଲରେ ବନ୍ଦ କରାଯିବ। ଏହି ଶୋ ଫେବୃଆରୀ 27ରୁ ଓଟିଟିରେ ଷ୍ଟ୍ରିମ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details