ଓଡିଶା

odisha

ଆସିଲା ‘RRR’ ନୂଆ ପୋଷ୍ଟର, ସୀତା ଅବତାରରେ ଆଲିୟା

By

Published : Mar 15, 2021, 1:46 PM IST

ଜନ୍ମଦିନରେ ଆଲିୟାଙ୍କୁ ମିଳିଲା ସ୍ପେଶାଲ ଗିଫ୍ଟ । କାରଣ ଜାରି ହେଲା ତାଙ୍କ ‘RRR’ରୁ ତାଙ୍କ ଭୂମିକା ପୋଷ୍ଟର । ଅଧିକ ପଢନ୍ତୁ...

ଆସିଲା ‘RRR’ ନୂଆ ପୋଷ୍ଟର
ଆସିଲା ‘RRR’ ନୂଆ ପୋଷ୍ଟର

ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ ‘RRR’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି। ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ । ସେପଟେ ଆଜି ଆଲିୟାଙ୍କ 28ତମ ଜନ୍ମଦିନ । ଆଉ ଏହି ଅବସରରେ ତାଙ୍କ ଭୂମିକାର ଫାଷ୍ଟଲୁକ ପୋଷ୍ଟର ଜାରି କରିଦେଇଛନ୍ତି ‘RRR’ ମେକର୍ସ ।

ସୋସିଆଲ ମିଡିଆରେ ଏହି ପୋଷ୍ଟର ସେୟାର କରି ଖୁସି ନଜର ଆସୁଛନ୍ତି ଆଲିୟା । ସେହିପରି ପୋଷ୍ଟରରେ ସେ ଇଣ୍ଡିଆନ ଆଉଟଫିଟ୍ ପିନ୍ଧିବା ସହ ମଥାରେ ମଥାମଣି ମଧ୍ୟ ଲଗାଇଛନ୍ତି। ହେଲେ ତାଙ୍କୁ ବେଶ୍ ଆକର୍ଷଣୀୟ କରୁଛି ତାଙ୍କ ଲାଲା ଟିକିଲି।

ଇନଷ୍ଟାଗ୍ରମରେ ସେୟାର କରିଥିବା ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ସୀତା ।’ ରବିବାର ପୋଷ୍ଟର ରିଲିଜ ହେବାର ସୂଚନା ଦେଇଥିଲେ ଅଭିନେତ୍ରୀ ।

ABOUT THE AUTHOR

...view details