ମୁମ୍ବାଇ: ଦୀର୍ଘ ସମୟରୁ ଚର୍ଚ୍ଚାରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ବେଲ ବଟମ’ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସେକ୍ସୀ ଅଭିନେତ୍ରୀ ବାଣୀ କପୁର । ଫିଲ୍ମର ସୁଟିଂ ପାଇଁ ଏହି ଯୋଡି ସହ କ୍ରୁ ମେମ୍ବର ସ୍କଟଲ୍ୟାଣ୍ଡର ଯାତ୍ରା କରିଛନ୍ତି । ଯାହାକୁ ନେଇ ବାଣୀ ରୋମାଞ୍ଚିତ ହେବା ସହ ବ୍ୟାକୁଳ ଅଛନ୍ତି । ଫିଲ୍ମର ସୁଟିଂ ସେଟକୁ ଫେରିବାକୁ ସେ ଅପେକ୍ଷା କରିଛନ୍ତି ।
ଖୁସି ପ୍ରକାଶ କରି ବାଣୀ କହିଛନ୍ତି, ‘ମୁଁ ବିଶ୍ବାସ କରିପାରୁନାହିଁ ବାସ୍ତବରେ ମୁଁ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ଯାଉଛି । ସେଟକୁ ଫେରିବା ଏମିତି ଖୁସି ମୋ ପାଇଁ ଯାହାକୁ ମୁଁ ଦୀର୍ଘ ସମୟରୁ ଅପେକ୍ଷା କରିଛି । ଆଉ ପରିଶେଷରେ ସେହି ସମୟ ଆସିଯାଇଛି । 5 ମାସ ପରେ ମୁଁ ମୁମ୍ବାଇରୁ ବାହାରକୁ ଯାଉଛି । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ନେଇ ମୁଁ ବହୁତ ଖୁସି ଅଛି । ମୁଁ ପ୍ରଥମଥର ଅକ୍ଷୟ ସାର୍ଙ୍କ ସହ କାମ କରୁଛି । ଆଉ ମୁଁ ଜାଣିଛି ଯେ ଏହା ଖାସ୍ ହେବ । ମୁଁ ତାଙ୍କ ପାଖରୁ ବହୁତ କିଛି ଶିଖିବି । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଶା କରୁଛି ଦର୍ଶକ ଆମ ଯୋଡିକୁ ପରଦାରେ ପସନ୍ଦ କରିବେ ।’