ଓଡିଶା

odisha

ପ୍ଲାଷ୍ଟିକମୁକ୍ତ ଅଭିଯାନରେ ତାହିର

By

Published : Dec 19, 2020, 1:05 PM IST

ନିଜ ଆଗାମୀ ଫିଲ୍ମ ‘ଲୁପ୍ ଲପେଟା’ ସେଟକୁ ପ୍ଲାଷ୍ଟିକ ଫ୍ରି କରିବାକୁ ଲାଗିଛନ୍ତି ତାହିର । ଏହାସହ ସେ ଜନସାଧାରଣଙ୍କୁ ଏହାର ବ୍ୟବହାର କମ୍ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ଖୁବଶୀଘ୍ର ଅଭିନେତା ତାହିର ରାଜ ଭାସିନ ଖୁବଶୀଘ୍ର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଆଗାମୀ ଫିଲ୍ମ ‘ଲୁପ୍ ଲପେଟା’ରେ ନଜର ଆସିବେ । ଯାହାର ସୁଟିଂରେ ବର୍ତ୍ତମାନ ଏହି ଯୋଡି ବ୍ୟସ୍ତ ଅଛନ୍ତି । ଏହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ । ଇତିମଧ୍ୟରେ ତାହିର ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ । ଏବେ ସେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟୁଥିବାର ନଜର ଆସୁଛନ୍ତି । ଆଉ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ନିଜ ସ୍ବର ଉତ୍ତୋଳନ କରିଛନ୍ତି ।

କଥାଟି ହେଲା ଯେ ଲୋକେ ପ୍ଲାଷ୍ଟିକର ବ୍ୟବହାରକୁ ସୀମିତ ରଖିବା ଉଚିତ ବୋଲି ଜିଦ୍ ଧରି ସେ ତାଙ୍କ ଆଗାମୀ ଫିଲ୍ମ ‘ଲୁପ୍ ଲାପେଟା’ର ସେଟରୁ ଏହାର ସୂଚନା ଦେଇଛନ୍ତି । କାରଣ ପ୍ଲାଷ୍ଟିକମୁକ୍ତ ଦେଶ କରିବା ପାଇଁ ପୁରା କ୍ରୁ ସଦସ୍ୟଙ୍କୁ ଷ୍ଟିଲ୍ ବୋତଲ ଯୋଗାଇ ଦିଆଯାଉଥିଲା । ସେପଟେ ତାପସୀ, ତାହିରଙ୍କ ସହ ନିଜ ନାମ ଲେଖାଯାଇଥିବା ଏକ ବୋତଲର ଫଟୋ ସେୟାର କରି ଲେଖିଥିଲେ, ଆମକୁ ସେଟକୁ ପ୍ଲାଷ୍ଟିକମୁକ୍ତ ରଖିବୁ । ଲୁପ୍ ଲାପେଟା ।’

ଆଉ ଏବେ ଏହା ବିଷୟରେ ଆଲୋଚନା କରି ତାହିର କହିଛନ୍ତି, ‘ଏହା ଏକ ଉତ୍ତମ ପଦକ୍ଷେପ ଏବଂ ମୁଁ ଆମ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ ଏବଂ ସେଥିପାଇଁ ଅଧିକ ପରିଷ୍କାର କରିବାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରେ ।’

ଯଦି ‘ଲୁପ୍ ଲପେଟା’ ବିଷୟରେ କଥା ହେବା ତେବେ ଏହି ଫିଲ୍ମ ଏକ ଜର୍ମାନ ଫିଲ୍ମ ରନ୍ ଲୋଲା ରନ୍‌ର ହିନ୍ଦୀ ରିମେକ । ଯାହାର ନିର୍ଦ୍ଦେଶନା କରୁଛନ୍ତି ନିର୍ଦ୍ଦେଶକ ଆକାଶ ଭାଟିଆ । ଗତ ମାସରେ ଫିଲ୍ମର ଫାଷ୍ଟ ସିଡ୍ୟୁଲ ସୁଟିଂ ଆରମ୍ଭ କରିଥିଲେ ତାପସୀ ।

@IANS

ABOUT THE AUTHOR

...view details