ଓଡିଶା

odisha

ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା, ଜାଣନ୍ତୁ କଣ ?

By

Published : Mar 27, 2021, 12:10 PM IST

ଟ୍ବିଟରରେ ଲାଇଭ୍ ସେଶନ କଲେ ପ୍ରିୟଙ୍କା । ଆଉ ସମସ୍ତଙ୍କୁ ଜଣାଇଲେ କେବେ ସେ ହିନ୍ଦୀ ଫିଲ୍ମ ନେଇ ଫେରିବେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଟୋପ୍ରା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଟୋପ୍ରା

ମୁମ୍ବାଇ:ବର୍ତ୍ତମାନ ହଲିଉଡରେ ନିଜ କ୍ୟାରିୟର ଗଢିବାରେ ବ୍ୟସ୍ତ ଗ୍ଲୋବାଲ ଆଇକନ ତଥା ନିର୍ମାତା ପ୍ରିୟଙ୍କା ଚୋପ୍ରା ଜୋନସ । ହେଲେ ଫ୍ୟାନ୍ସ ତାଙ୍କୁ ପୁଣିଥରେ ହିନ୍ଦୀ ସିନେମାରେ ଦେଖିବାକୁ ଚାହୁଁଛନ୍ତି । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ହ୍ବାଇଟ ଟାଇଗର’ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଯାହାକୁ ଅନେକ ପୁରସ୍କାରେ ପୁରସ୍କୃତ କରାଯାଇଛି । ଇତିମଧ୍ୟରେ ବଲିଉଡରେ ପୁଣି ନଜର ଆସିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସି ।

ଟ୍ବିଟରେ ଲାଇଭ୍ ସେକ୍ସନରେ ସେ ଫ୍ୟାନ୍ସଙ୍କୁ ଏହି ପ୍ରଶ୍ନର ଉତ୍ତର ମଜାଦାର ଅନ୍ଦାଜରେ ଦେଇଛନ୍ତି । ଜଣେ ଫ୍ୟାନ୍ସଙ୍କ ତାଙ୍କୁ ପ୍ରଶ୍ନ କରିଥିଲେ, ‘ତୁମର ଆଗାମୀ ବଲିଉଡ ଫିଲ୍ମ କଣ ହେବାକୁ ଯାଉଛି ?’ ଏହାର ଉତ୍ତରରେ ପ୍ରିୟଙ୍କା କହିଛନ୍ତି, ‘ଆସନ୍ତା ବର୍ଷ ଆସିବ ।’ ତାଙ୍କର ଏପରି ଜବାବ ଶୁଣି ବର୍ତ୍ତମାନ ଖୁସ୍ ହୋଇଯାଇଛନ୍ତି ସମସ୍ତେ । କାରଣ ସେ ନିଶ୍ଚିତ କରିଛନ୍ତି ଭାରତୀୟ ଫିଲ୍ମରେ ପୁଣି ନଜର ଆସିବା କଥା।

ସେହିପରି ନିକଟରେ ଏକ ସାକ୍ଷାତକାରରେ ଜଣାଇଥିଲେ, ‘ମୁଁ ଆସନ୍ତା ବର୍ଷ ଏକ ହିନ୍ଦୀ ଫିଲ୍ମ କରିବା ପାଇଁ ସକ୍ଷମ ହେବାକୁ ଚାହୁଁଛି । ମୁଁ ଯାହାକୁ ନେଇ ଉତ୍ସାହିତ ଅଛି । ଆମେ ସମସ୍ତେ ସିଡ୍ୟୁଲ ହିସାବରେ କାମ କରୁ । ଏବେ ମୁଁ ମୋ ବନ୍ଧୁଙ୍କ ସହ କାମ କରୁଛି । ହେଲେ ଜଣେ ନିର୍ମାତା ରୂପେ ମୁଁ ନିଶ୍ଚିତ ଭାବରେ ଭାରତରେ ବହୁତ କାମ କରିବାକୁ ଚାହୁଁଛି ଯାହା ମୋତେ ଷ୍ଟାର କରିପାରେ କିମ୍ବା ନପାରେ କିନ୍ତୁ ଏଥିରେ କିଛି ବାସ୍ତବ ବିଷୟବସ୍ତୁ ଅଛି ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details