ଓଡିଶା

odisha

WhatsApp Case in SC: ବ୍ୟବହାରକାରୀଙ୍କ ନାମ, ନଂ ଛଡା କୌଣସି ଡାଟା ରଖେନି କହିଲା ହ୍ବାଟସ୍‌ଆପ୍

By

Published : Feb 2, 2023, 1:21 PM IST

WhatsApp
WhatsApp

ସୁପ୍ରିମକୋର୍ଟରେ ହ୍ବାଟସ୍ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା ଭଙ୍ଗ ମାମଲାର ଶୁଣାଣି । ଆମ ପାଖରେ ବ୍ୟବହାରକାରୀଙ୍କ ନାମ ଏବଂ ଫୋନ୍ ନମ୍ବରକୁ ଛାଡିଦେଲେ ଅନ୍ୟ କୌଣସି ଡାଟା ନାହିଁ କହିଲା କମ୍ପାନୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାର ହେଲା ହ୍ବାଟସ୍ଆପ୍ ଗୋପନୀୟତା ମାମଲା । ଏହି ସୋସିଆଲ ମିଡିଆ ଆପ୍‌ରେ ବ୍ୟବହାରକାରୀଙ୍କ ଗୋପନୀୟତା ଭଙ୍ଗ ହେଉଥିବା ନେଇ କରାଯାଇଥିବା ଅଭିଯୋଗର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି ବୁଧବାର ହ୍ବାଟସ୍ଆପ୍, ନୂତନ ଗୋପନୀୟତା ନୀତିରେ ସହମତ ନଥିବା ଉପଭୋକ୍ତାମାନଙ୍କ ବ୍ୟବହାର ଉପରେ ସୀମା ନିର୍ଦ୍ଧାରଣ କରିବାକୁ 2021 ମସିହାରେ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍‌(ସତ୍ୟପାଠ)କୁ ସର୍ବସାଧାରଣରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ 22 ମଇ 2021ରେ ଏକ ଚିଠିରେ ହ୍ବାଟସ୍ଆପ୍ ସରକାରଙ୍କୁ ଆଶ୍ୱାସନା ଦେଇ କହିଥିଲା ଯେ, "ଉପଭୋକ୍ତାଙ୍କ ଗୋପନୀୟତା ଆମ ପାଇଁ ପ୍ରାଥମିକତା, କମ୍ପାନୀ ତା'ର ବ୍ୟବହାରକୁ ସୀମିତ କରିବ ନାହିଁ ।" ମାମଲାର ଶୁଣାଣି ସମୟରେ ମଧ୍ୟ ହ୍ବାଟସ୍‌ଆପ୍ ଆହୁରି ମଧ୍ୟ କହିଛି ଯେ, ଆମ ପାଖରେ ବ୍ୟବହାରକାରୀଙ୍କ ନାମ ଏବଂ ଫୋନ୍ ନମ୍ବରକୁ ଛାଡିଦେଲେ ଅନ୍ୟ କୌଣସି ଡାଟା ନାହିଁ । ଆମେ ବ୍ୟକ୍ତିଗତ ସେନ୍ସିଟିଭ୍ ଡାଟାକୁ ସାର୍ବଜନୀନ କରିବାକୁ ପ୍ରଶୟ ଦେଇନଥାଉ ।

ଖବର ମୁତାବକ, ହ୍ବାଟସ୍ଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ମଧ୍ୟରେ ବ୍ୟବହାରକାରୀଙ୍କ କଲ୍, ଫଟୋ, ମେସେଜ୍, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ପ୍ରବେଶ ପାଇଁ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି କର୍ମଣ୍ୟ ସିଂ ସରିନ୍ ଏବଂ ଶ୍ରେୟା ସେଠୀ ଏକ ଆବେଦନ ଦାଖଲ କରିଥିଲେ । ଏହି ଆବେଦନ ଉପରେ ଜଷ୍ଟିସ କେ.ଏମ ଜୋସେଫଙ୍କ ନେତୃତ୍ୱାଧୀନ 5 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୁଣାଣି କରି ଖଣ୍ଡପୀଠ ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ସାର୍ବଜନୀନ କରିବାକୁ ହ୍ବାଟସ୍ଆପ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସରକାରଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ସାର୍ବଜନୀନ କରିବା ପାଇଁ ପାଞ୍ଚଟି ଖବରକାଗଜରେ ବିଜ୍ଞାପନ ଦେବାକୁ କହିଛନ୍ତି ।

ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ମଧ୍ୟ ସାମିଲ ହୋଇଥିଲେ । ଖଣ୍ଡପୀଠ କହିଛନ୍ତି ଯେ, ଆମେ ଚିଠିରେ ଗ୍ରହଣ କରାଯାଇଥିବା ଷ୍ଟାଣ୍ଡ(ସରକାରଙ୍କୁ ଲେଖାଯାଇଥିବା) ଏବଂ ହ୍ବାଟସ୍ଆପ୍ ପାଇଁ ବରିଷ୍ଠ ପରାମର୍ଶଦାତାଙ୍କ ଉପସ୍ଥାପନାକୁ ଗ୍ରହଣ କରୁଛୁ । ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ସେମାନେ ଚିଠିର ସର୍ତ୍ତାବଳୀ ପାଳନ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ 11ରେ କରାଯିବ ।

କେନ୍ଦ୍ର ପାଇଁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି ଯେ, ହ୍ବାଟସ୍ଆପ୍ ପ୍ରସଙ୍ଗରେ ସଂସଦ ମଧ୍ୟ ଦୃଷ୍ଟି ଦେଇପାରେ । ଏହା ବିଧାନସଭାର କାର୍ଯ୍ୟକାରିତା ପ୍ରତି ଦୃଷ୍ଟି ଦେଉ ନାହିଁ ବୋଲି ବେଞ୍ଚ ସ୍ପଷ୍ଟ କରିଛି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗରେ ଡାଟା ସୁରକ୍ଷା ବିଲ୍ ଆଗତ ହେବ । ମେସେଜିଂ ଆପ୍ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି, ସଂସଦରେ ଏହି ବିଲ୍ ପାରିତ ହେବା ପର୍ଯ୍ୟନ୍ତ କୋର୍ଟକୁ ଅପେକ୍ଷା କରିବା ଉଚିତ୍ ।

ABOUT THE AUTHOR

...view details