ଓଡିଶା

odisha

IIIT Delhi ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ, କେମିକାଲ୍ସରେ କର୍କଟ ସୃଷ୍ଟିକାରୀ ଉପାଦନ ଚିହ୍ନିବ ସଫ୍ଟୱେୟାର

By

Published : Sep 21, 2022, 7:32 AM IST

IIIT Delhi ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ, କେମିକାଲ୍ସରେ କର୍କଟ ସୃଷ୍ଟିକାରୀ ଉପାଦନ ଚିହ୍ନିବ ସଫ୍ଟୱେୟାର
IIIT Delhi ରିସର୍ଚ୍ଚରଙ୍କ ନୂଆ ଉଦ୍ଭାବନ, କେମିକାଲ୍ସରେ କର୍କଟ ସୃଷ୍ଟିକାରୀ ଉପାଦନ ଚିହ୍ନିବ ସଫ୍ଟୱେୟାର ()

ରାସାୟନିକ ପଦାର୍ଥରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ଗୁଡ଼ିକୁ ଚିହ୍ନଟ କରିବାର ସଫ୍ଟୱୟାର ପ୍ରସ୍ତୁତ କଲେ IIIT ଦିଲ୍ଲୀର ଅନୁସନ୍ଧାନକାରୀ ଟିମ୍(IIIT Delhi research team creates software to detects cancer causing elements in chemicals) । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାସାୟନିକ ପଦାର୍ଥରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ଗୁଡ଼ିକୁ ଚିହ୍ନଟ କରିବାର ସଫ୍ଟୱୟାର ପ୍ରସ୍ତୁତ କଲେ IIIT ଦିଲ୍ଲୀର ଅନୁସନ୍ଧାନକାରୀ ଟିମ୍(IIIT Delhi research team creates software to detects cancer causing elements in chemicals) । ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି, ଦିଲ୍ଲୀ(Indraprastha Institute of Information Technology, IIIT-Delhi)ର ଅନୁସନ୍ଧାନକାରୀମାନେ ରାସାୟନିକ ସଂରଚନାରେ କର୍କିନୋଜେନ୍ସ (କର୍କଟ ସୃଷ୍ଟି କରୁଥିବା ଯୌଗିକ) ଚିହ୍ନଟ କରିବା ପାଇଁ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence, AI) ଆଧାରିତ ମଡେଲ ପ୍ରସ୍ତୁତ କରିଛନ୍ତି, ଯାହା ନୂତନ ଔଷଧର ସ୍କ୍ରିନିଂରେ ସାହାଯ୍ୟ କରିବାର ସାମର୍ଥ୍ୟ ହେବ ।

ଏହି ସଫ୍ଟୱେୟାରର ନାମ ମେଟାବୋକିଲର୍(Metabokiller) ରଖାଯାଇଛି, ଏହି ଗବେଷଣା ନେଚର କେମିକାଲ୍ ବାୟୋଲୋଜି(Nature Chemical Biology)ରେ ପ୍ରକାଶ ପାଇଛି, ଯାହା କେମିକାଲ୍ ବାୟୋଲୋଜି କ୍ଷେତ୍ରରେ ଅନ୍ୟତମ ଖ୍ୟାତିସମ୍ପନ୍ନ ପତ୍ରିକା ବୋଲି ଅନୁସନ୍ଧାନକାରୀ କହିଛନ୍ତି । ଅନ୍ୟାନ୍ୟ କ୍ଲିନିକାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ଯଥା ଆଇଆଇଟି ରୋପର(IIT Ropar), ରାଜୀବ ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ଏବଂ CSIR-ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି, ନୂଆଦିଲ୍ଲୀ ମଧ୍ୟ ଏହି ଗବେଷଣାରେ ସାମିଲ୍ ଥିଲେ ।

କମ୍ପ୍ୟୁଟେସନ୍ ବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ଗୌରବ ଅହୁଜା କହିଛନ୍ତି, "ଆମର ଲାଟେଷ୍ଟ ଗବେଷଣା AI(Artificial Intelligence) ମଡେଲ୍ ନିର୍ମାଣ କରିଛି, ଯାହା ରାସାୟନିକ ସଂରଚନାରୁ କର୍କିନୋଜେନକୁ ଚିହ୍ନଟ କରିପାରେ । IIIT ଦିଲ୍ଲୀର ଗୌରବ ଅହୁଜାଙ୍କ ସମେତ ଡ. ଦେବାର୍କ ସେନଗୁପ୍ତାଙ୍କ ସହ 6ଟି ସ୍ବାଧୀନ ମେସିନ୍ ଲର୍ନି-ଆଧାରିତ ମଡେଲ୍ ବିକଶିତ କରିଛନ୍ତି, ଯାହା କର୍କିନୋଜେନ ସମ୍ବନ୍ଧୀୟ ସମସ୍ତ ଯୌଗିକକୁ ସଠିକ୍ ଭାବରେ ସ୍କାନ୍ କରିଥାଏ ।

ନୂଆ ଔଷଧର ସ୍କ୍ରିନିଂ ପାଇଁ ଫାର୍ମା ଇଣ୍ଡଷ୍ଟ୍ରିରେ ମେଟାବୋକିଲରର ମହତ୍ବ ଏବଂ ଉପଯୋଗ ରହିଛି ବୋଲି ଅହୁଜା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଗତ କିଛି ଦଶନ୍ଧି ମଧ୍ୟରେ ଅନେକ FDA- ଅନୁମୋଦିତ ଔଷଧକୁ ମାର୍କେଟରୁ ବାଦ୍ ଦିଆଯାଇଛି, କାରଣ ଏଗୁଡିକ କର୍କଟ ସୃଷ୍ଟିକାରୀ ହୋଇଥିବା ଜଣାପଡିଥିଲା । ପ୍ରସାଧନ ସାମଗ୍ରୀ(cosmetics) ଏବଂ ଖାଦ୍ୟ ଶିଳ୍ପ(food industries)ରେ ମଧ୍ୟ ଏହାର ମହତ୍ବପୂର୍ଣ୍ଣ ରହିଛି ।" ଅହୁଜା କହିଛନ୍ତି ଯେ, ଅନ୍ୟ ସଫ୍ଟୱେର୍ ତୁଳନାରେ ମେଟାବୋକିଲରରେ ଅଧିକ ସ୍ପଷ୍ଟତା ଥାଏ । ପ୍ରାୟ ପାଞ୍ଚ ପ୍ରତିଶତ କର୍କଟ ଆନୁବଂଶିକ ହୋଇଥିବାବେଳେ ପ୍ରାୟ 95 ପ୍ରତିଶତ କର୍କଟ ପରିବେଶରେ କର୍କିନୋଜେନ ଯୌଗିକ ସଂସ୍ପର୍ଶରେ ଆସି ସୃଷ୍ଟି ହୋଇଥାଏ । ତେଣୁ ଏହି ମଡେଲ୍ ନିଶ୍ଚିତ ରୂପେ କେମିକାଲ୍ସରେ କ୍ୟାନ୍ସର ସୃଷ୍ଟି କରୁଥିବା ଯୌଗିକକୁ ଚିହ୍ନଟ କରିବାରେ ସହାୟକ ହେବ ।

ABOUT THE AUTHOR

...view details