ଓଡିଶା

odisha

Best Smartphone: ଚଳିତ ମାସର ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ, ପସନ୍ଦ ଆସୁଛି ଏହି ମଡେଲ

By

Published : Jul 31, 2023, 1:01 PM IST

ଜୁଲାଇ ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ଯଦି ଆପଣ ଏକ ନୂଆ ଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରନ୍ତୁ। ଜାଣନ୍ତୁ ସାମସଙ୍ଗ, ମୋଟରୋଲା, ନଥିଙ୍ଗ ଏବଂ ଓପୋରୁ ସ୍ମାର୍ଟଫୋନ୍ ମଧ୍ୟରୁ କେଉଁଟା ବେଷ୍ଟ ଫୋନ

Best Smartphone
Best Smartphone

ହାଇଦ୍ରାବାଦ:ଜୁଲାଇ ମାସରେ 6ରୁ ଅଧିକ ସ୍ମାର୍ଟ ଫୋନ୍‌ ଲଞ୍ଚ ହୋଇଛି । ବଜେଟ୍, ମିଡ୍ ରେଞ୍ଜ, ଫ୍ଲାଗସିପ୍‌ଠାରୁ ପ୍ରିମିୟମ୍ କାଟାଗୋରୀକୁ ଫୋନ୍‌ ଲଞ୍ଚ୍‌ ହୋଇଛି । ଯଦି ଆପଣ ମଧ୍ୟ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ବିବରଣୀକୁ ନିଶ୍ଚିତ ପଢନ୍ତୁ । IQOO ଏବଂ Realme ମିଡ୍‌ ରେଞ୍ଜ୍‌ ସେଗ୍‌ମେଣ୍ଟରେ ଫୋନ୍ ଲଞ୍ଚ କରିଥିବାବେଳେ ମୋଟରୋଲା ଏବଂ ସାମ୍‌ସଙ୍ଗ୍‌ ଫୋଲଡେବଲ୍ ଏବଂ ଫ୍ଲିପ୍ ଫୋନ୍ ବଜାରରେ ଲଞ୍ଚ ହୋଇଛି । ଏହାସହ ନଥିଙ୍ଗ ଫୋନ 2 ମଧ୍ୟ ଲଞ୍ଚ ହୋଇଛି । ତେବେ ଜାଣନ୍ତୁ ଚଳିତ ମାସରେ ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ ବିଷୟରେ...

ସାମସଙ୍ଗ ଗାଲାକ୍ସି Z ଫୋଲ୍ଡ 5 ଏବଂ Z ଫ୍ଲିପ 5: ନିକଟରେ ଏହି ଦୁଇଟି ସ୍ମାର୍ଟଫୋନକୁ କମ୍ପାନୀ ସିଓଲରୁ ଲଞ୍ଚ କରିଛି । ଗାଲାକ୍ସି Zଫୋଲ୍ଡ 5ରେ, କମ୍ପାନୀ ପୂର୍ବ ଫୋନ୍ ଅପେକ୍ଷା ଏକ ଭଲ ହିଞ୍ଜ(Flexible Folding Quality) ଦେଇଛି, ଯେଉଁଥିପାଇଁ ସ୍କ୍ରିନ୍ ମଧ୍ୟରେ ଥିବା ଫାଙ୍କା ବା ସ୍ପେସକୁ ହ୍ରାସ କରାଯାଇଛି । ସ୍ମାର୍ଟଫୋନରେ 6.2 ଇଞ୍ଚର FHD+ କଭର ଡିସ୍‌ପ୍ଲେ ରହିଛି । ଏହାସହ ସ୍କ୍ରିନର ଲମ୍ବ 7.6 ଇଞ୍ଚ ରହିଛି । ଉଭୟ ସ୍ମାର୍ଟଫୋନରେ ସ୍ନାପଡ୍ରାଗନ୍ 8 ଜେନ 2 ପ୍ରୋସେସର ଏବଂ 10MPର ସେଲଫି କ୍ୟାମେରା ରହିଛି ।

ସାମସଙ୍ଗ ଗାଲାକ୍ସି ଜେଡ ଫ୍ଲିପ୍ 5ରେ 3.4-ଇଞ୍ଚ୍ ସୁପର AMOLED କଭର୍ ଡିସପ୍ଲେ ଏବଂ 6.7-ଇଞ୍ଚ୍ FHD + ଡିସପ୍ଲେ ରହିଛି ଯାହାକି 120Hzର ରିଫ୍ରେସ ରେଟର ସପୋର୍ଟ କରିଥାଏ । ଉଭୟ ସ୍ମାର୍ଟଫୋନ୍ IPX8 ରେଟିଂ, 12MP ମେନ କ୍ୟାମେରା ଏବଂ 25W ଫାଷ୍ଟ ଚାର୍ଜିଂ ସୁବିଧା ମିଳିଥାଏ । ଗାଲାକ୍ସି ଜେଡ୍‌ ଫୋଲ୍ଡ 5ରେ 4400mAhର ବ୍ୟାଟେରୀ ରହିଥିବା ବେଳେ ଗାଲାକ୍ସି z ଫ୍ଲିପ 5ରେ 3,700mAh ବ୍ୟାଟେରୀ ରହିଛି ।

Motorola Razor 40 ସିରିଜ:ଏହି ମାସ ଆରମ୍ଭରେ, ମୋଟରୋଲାରେ ମୋଟରୋଲା ରେଜର 40 ଏବଂ 40 ଅଲଟ୍ରା ସ୍ମାର୍ଟଫୋନ୍ ଲଞ୍ଚ ହୋଇଥିଲା । ମୋଟରୋଲା ଅଲ୍ଟ୍ରାରେ 6.9-ଇଞ୍ଚର ମେନ୍‌ ଡିସପ୍ଲେ 165 ରିଫ୍ରେସ ରେଟ ସହିତ 3.6-ଇଞ୍ଚର କଭର ଡିସପ୍ଲେ 120hzର ରିଫ୍ରେସ ରେଟ୍‌ ରହିଛି । ଏହା ବର୍ତ୍ତମାନ ଦୁନିଆର ସବୁଠାରୁ ପତଳା ଏବଂ ସର୍ବ ବୃହତ କଭର ଡିସପ୍ଲେ ଫୋନ ଅଟେ । ଉଭୟ ସ୍ମାର୍ଟଫୋନରେ 32MP ସେଲ୍‌ଫି କ୍ୟାମେରା ଏବଂ ଫ୍ଲେକ୍ସ ମୋଡ୍ ହିଞ୍ଜ୍‌ ସୁବିଧା ରହିଛି । ରେଜର 40ରେ 4,200mAhର ବ୍ୟାଟେରୀ ଉପଲବ୍ଧ ଥିବାବେଳେ କମ୍ପାନୀ ରଜର 40 ଅଲ୍‌ଟ୍ରାରେ 3,800mAh ବ୍ୟାଟେରୀ ଦେଇଛି । ଉଭୟ ମଡେଲ୍ ଓ୍ବାଇରଲେସ ଚାର୍ଜିଂକୁ ସପୋର୍ଟ କରୁଛି ।

Nothing Phone 2: ନଥିଂ 11 ଜୁଲାଇରେ ଟ୍ରାନ୍ସପାରେଣ୍ଟ ଫୋନ ଲଞ୍ଚ କରିଛି । ଏଥିରେ ସ୍ନାପ୍‌ଡ୍ରୋଗନ 8+ଜେନ 1 ଫ୍ଲାଗସିପ୍ ଚିପସେଟ, 4,700mAh ବ୍ୟାଟେରୀ ରହିଛି । ଏଥର ସ୍ମାର୍ଟଫୋନରେ ଏକ ଭିନ୍ନ ଡିଜାଇନର ଗ୍ଲିଫ ଇଣ୍ଟରଫେସ୍ ଉପଲବ୍ଧ ରହିଛି । ମୋବାଇଲ୍ ଫୋନର ମୂଲ୍ୟ 44,999ରୁ ଆରମ୍ଭ ହେଉଛି । ଲୋକମାନେ ମଧ୍ୟ ଏହାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଆଜି ଲଞ୍ଚ ହେବେ Motorola razr 40 Series, ଜାଣନ୍ତୁ କେତେ ରହିବ ଦାମ

Oppo Reno10 ସିରିଜ: ଓପୋ ରେନୋ 10 ସିରିଜ୍ ଅଧୀନରେ 3ଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ ରେନୋ 10, ରେନୋ 10 ପ୍ରୋ ଏବଂ ରେନୋ 10 ପ୍ରୋ+ ରହିଛି । ଓପୋ ରେନୋ 10 ପ୍ରୋ ପ୍ଲସରେ 64MP ସେନ୍ସର, ସ୍ନାପ୍‌ ଡ୍ରାଗନ୍ 8+ ଜେନ 1 ପ୍ରୋସେସର, 100W ଫାଷ୍ଟ ଚାର୍ଜିଂ ସହିତ 4,700mAh ବ୍ୟାଟେରୀ ଏବଂ 32MP ଫ୍ରଣ୍ଟ୍‌ କ୍ୟାମେରା ରହିଛି ।

ଓପୋ ରେନୋ 10 ପ୍ରୋ ସ୍ନାପଡ୍ରାଗନ୍ 778 ଜି ଚିପସେଟ୍, 80W ଫାଷ୍ଟ ଚାର୍ଜିଂ ସହିତ 4,600mAh ବ୍ୟାଟେରୀ ଏବଂ 50MP ପ୍ରାଇମେରୀ କ୍ୟାମେରା ରହିଛି । ବେସ୍ ମଡେଲରେ ମିଡିଆଟେକ୍ ଡାଇମେନସନ 7050 ଚିପ୍‌ସେଟ୍‌, 64MP ମେନ୍ କ୍ୟାମେରା ଏବଂ 67W ଫାଷ୍ଟ ଚାର୍ଜିଂ ସହିତ 5000mAh ବ୍ୟାଟେରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details