ଓଡିଶା

odisha

ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Nov 1, 2022, 7:46 AM IST

ଜୈର ବୋଲସୋନାରୋଙ୍କୁ ଏକ କଡା ମୁକାବିଲାରେ ପରାସ୍ତ କରି ତୃତୀୟ ଥର ପାଇଁ ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ
ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚିତ

ବ୍ରାସିଲିଆ:ଲୁଲା ଡା ସିଲଭା ବ୍ରାଜିଲ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜୈର ବୋଲସୋନାରୋଙ୍କୁ ଏକ କଡା ମୁକାବିଲାରେ ପରାସ୍ତ କରି ତୃତୀୟ ଥର ପାଇଁ ଲୁଲା ଡା ସିଲଭା ବ୍ରାଜିଲ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । 20 ବର୍ଷ ପୂର୍ବ ସେ ସେ ବ୍ରାଜିଲ ରାଷ୍ଟ୍ରପତି ଭାବେ ପ୍ରଥମେ ଜିତିଥିଲେ । 98 ପ୍ରତିଶତରୁ ଉର୍ଦ୍ଧ୍ବ ଭୋଟର ତାଙ୍କ ସପକ୍ଷରେ ମତଦାନ ସାବ୍ୟସ୍ତ କରିଥିଲେ । ଲୁଲାଙ୍କ ସପକ୍ଷରେ 50.83 ପ୍ରତିଶତ ଭୋଟ ପଡିଥିଲା । ଜୈର ବୋଲସୋନାରୋଙ୍କୁ 49.17 ପ୍ରତିଶତ ଭୋଟ ମିଳିଥିଲା । ଲୁଲୁ ଡାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୋଲସୋନାରୋଙ୍କୁ ପାଖାପାଖି 21 ଲକ୍ଷ 39 ହଜାର ଭୋଟରେ ପରାସ୍ତ କରିଛନ୍ତି ଲୁଲା । ବୋଲସୋନାରୋଙ୍କୁ ପାଖାପାଖି 21 ଲକ୍ଷ 39 ହଜାର ଭୋଟରେ ପରାସ୍ତ କରିଛନ୍ତି ଲୁଲା ।

ଆସନ୍ତାବର୍ଷ ଜାନୁଆରୀ 1ରେ ଶପଥ ନେବେ ଲୁଲା ଡା ସୁଲଭା । ସେ ପର୍ଯ୍ୟନ୍ତ ବୋଲସୋନାରୋ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିବେ । ଚଳିତ ବର୍ଷ ଷଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ 76 ବର୍ଷୀୟ ଲୁଲା ଡା ସିଲଭା । ଶେଷରେ ସେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ପାଇଁ ସେ 1989 ରେ ନିର୍ବାଚନ ଲଢିଥିଲେ । ବର୍ତ୍ତମାନ ସେ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । 2003ରୁ 2010 ମଧ୍ୟରେ ସେ ଦୁଇଛର ଏହି ପଦରେ ଅଧିଷ୍ଠିତ ହୋଇଥିଲେ । ରାଜନୀତିକୁ ଆସିବା ପୂର୍ବରୁ ସେ ଏକ କାରଖାନାରେ କାମ କରୁଥିଲେ ।

ଲୁଲା ଡା ସିଲଭାଙ୍କୁ ଶୁଭେଚ୍ଛା ଜଣାଇ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ''ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅନେକ ଅନେକ ଶୁଭେଚ୍ଛା । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ ଏବଂ ସୃଦୁଢ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ମୁଁ ଆଶା କରୁଛି । ବିଶ୍ବସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଆମର ସହଯୋଗ ରହିବ ।''

ଏହା ବି ପଢନ୍ତୁ...ଆମେରିକୀୟ ପ୍ରତିପକ୍ଷ ଆଣ୍ଟୋନୀ ବ୍ଲିଙ୍କେନଙ୍କ ସହ କଥାହେଲେ ଜୟଶଙ୍କର

ଲୁଲା ବ୍ରାଜିଲର 35ତମ ରାଷ୍ଟ୍ରପତି ଭାବେ 2003ରୁ 2010 ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ । ବର୍ତ୍ତମାନ ସେ ଦେଶର 39ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ବାମପନ୍ଥୀ ୱାର୍କସ ପାର୍ଟି ପ୍ରତିଷ୍ଠାତା ସଦସ୍ୟ ଲୁଲା 2002ରେ ସାଧାରଣ ନିର୍ବାଚନ ଜିତିବା ପୂର୍ବରୁ 3 ଥର ହାରି ଯାଇଥିଲେ । 2006ରେ ପୁନଃ ନିର୍ବାଚିତ ହୋଇଥିଲେ ।

ABOUT THE AUTHOR

...view details