ଓଡିଶା

odisha

ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ: ଜ୍ୟାକେଟରେ ଦେଖାଗଲା ପ୍ରଧାନମନ୍ତ୍ରୀ ଫଟୋ

By

Published : Jun 21, 2023, 9:29 AM IST

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ । ମୋଦିଙ୍କ ପ୍ରତିଛବି ଥିବା ଜ୍ୟାକେଟ ପିନ୍ଧି ସ୍ବାଗତ ଜଣାଇଲେ ପ୍ରବାସୀ ଭାରତୀୟ । ଅଧିକ ପଢନ୍ତୁ

ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ
ଆମେରିକାରେ ମୋଦିଙ୍କ ଜବରା ଫ୍ୟାନ

ୱାଶିଂଟନ:ପ୍ରଧାନମନ୍ତ୍ରୀ ମୋଦି ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ନେତା ଅଟନ୍ତି । ଦେଶ ବିଦେଶରେ ତାଙ୍କର ପ୍ରଶଂସକ ରହିଛନ୍ତି । ବର୍ତ୍ତମାନ ମୋଦି ଆମେରିକା ଗସ୍ତରେ ଥିବାବେଳେ ସେଠାରେ ମଧ୍ୟ ତାଙ୍କର ଅଦ୍ଭୁତପୂର୍ବ ଲୋକପ୍ରିୟତା ଦେଖିବାକୁ ମିଳିଛି । ମୋଦି ମଙ୍ଗଳବାର ନ୍ୟୁୟର୍କରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟମାନେ ହାତରେ ତ୍ରିରଙ୍ଗା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ସେ ରହୁଥିବା ହୋଟେଲ Lotte ବାହାରେ ଭାରତୀୟ ସମୁଦାୟଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । 'ଭାରତ ମାତା କି ଜୟ' ସ୍ଲୋଗାନ ସହିତ ଲୋକେ ତାଙ୍କୁ ଦେଖି ଖୁବ୍ ଉତ୍ସାହିତ ହୋଇଥିଲେ । ସେହି ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଥିଲେ, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବି ଥିବା ଏକ ଜ୍ୟାକେଟ ପିନ୍ଧିଥିଲେ । ତାଙ୍କର ଏହି ସ୍ବତନ୍ତ୍ର ଜ୍ୟାକେଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ମନୀଷ ସି ପଟେଲ । ସେ ମୋଦିଙ୍କ ପ୍ରତିଛବି ଥିବା ଜ୍ୟାକେଟ ପିନ୍ଧି ତାଙ୍କ ପ୍ରତି ନିଜର ପ୍ରେମ ଓ ସମ୍ମାନ ଦେଖାଇଥିଲେ । ଏନେଇ ମନୀଷ କହିଛନ୍ତି, ''୨୦୧୫ରେ ଗୁଜୁରାଟ ଡେ' ପାଳନ ସମୟରେ ଏହି ଜ୍ୟାକେଟ ପ୍ରସ୍ତୁତ ହୋଇଥିଲା । ଆମ ପାଖରେ ଏଭଳି ୨୬ଟି ଜ୍ୟାକେଟ ଅଛି । ତା' ଭିତରୁ ଆଜି ଏଠାରେ ୪ଟି ଅଛି ।'' ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିଜକୁ ଖୁବ୍ ଭାଗ୍ୟବାନ ମନେ କରୁଥିବା କହିଛନ୍ତି ।

ପ୍ରକାଶଥାଉ କି, ୪ ଦିନିଆ ଆମେରିକା ଗସ୍ତ ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କ ସ୍ଥିତ ଜନ ଏଫ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଅପେକ୍ଷାରତ ଥିବା ଭାରତୀୟ ବଂଶୋଦ୍ଭବମାନେ 'ମୋଦି' 'ମୋଦି' ସ୍ଲୋଗାନ ଦେଇଥିଲେ । ପିଏମ୍ ମୋଦି ମଧ୍ୟ ସେମାନଙ୍କ ସହ କରମର୍ଦ୍ଦନ କରିବା ସହିତ କଥାବାର୍ତ୍ତା ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

ଆଜି ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୧୮୦ରୁ ଅଧିକ ଦେଶର ନାଗରିକ ଅଂଶଗ୍ରହଣ କରିବେ । ଏହାପରେ ସେ ୱାଶିଂଟନ ଡିସି ଗସ୍ତ କରିବେ । ସେଠାରେ ତାଙ୍କୁ ସ୍ବାଗତ କରାଯିବା ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଆସନ୍ତାକାଲି(ଗୁରୁବାର) ମୋଦି ହ୍ବାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଦେଶର ପ୍ରଥମ ମହିଳା ନାଗରିକ ଜିଲ୍ ବାଇଡେନଙ୍କ ସହ ରାତ୍ରିଭୋଜନ କରିବେ । ଏହାର ପରଦିନ ୨୩ରେ ଆମେରିକା ରାଷ୍ଟ୍ରପତି କମଲା ହ୍ୟାରିସ୍ ଓ ସେକ୍ଟ୍ରେଟାରୀ ଆଣ୍ଟୋନି ବିଲକେନଙ୍କ ସହ ବୈଠକ କରିବେ । ନିଜର ଗସ୍ତ କାଳରେ ସେ ଅନେକ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details