ୱାଶିଂଟନ: ଆଜିଠୁ(ସୋମବାର) ୱାଶିଂଟନ ଡିସିରେ ଭାରତ ଓ ଆମେରିକା 2+2 ମନ୍ତ୍ରୀସ୍ତରୀୟ (2+2 Ministerial Dialogue) ବୈଠକ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହେବାକୁ ଯାଉଛି 2+2 ମନ୍ତ୍ରୀସ୍ତରୀୟ ବୈଠକ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତ ପକ୍ଷରୁ ଭାଗ ନେବେ ରାଜନାଥ ସିଂ ଓ ଏସ୍. ଜୟଶଙ୍କର । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ରବିବାର) ଆମେରିକାରେ ପହଞ୍ଚି ସାରିଛନ୍ତି । ଆଜି ପ୍ରତିରକ୍ଷା ପ୍ରସଙ୍ଗରେ ରାଜନାଥ ଅଷ୍ଟିନଙ୍କ ମଧ୍ୟରେ ବୈଠକ ହେବ ।
ୱାଶିଂଟନ୍ ଡିସିରେ ଚତୁର୍ଥ ଭାରତ-ଆମେରିକା 2 + 2 ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାକୁ ଯାଉଥିବାରୁ ଉତ୍ସାହିତ ଥିବା ଟ୍ବିଟ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଗସ୍ତ ସମୟରେ ରାଜନାଥ ହାୱାଇରେ ଥିବା INDOPACOM ମୁଖ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକୀୟ ପ୍ରତିପକ୍ଷ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କୁ ଆଜି ପେଣ୍ଟାଗନରେ ଏକ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ରହିଛି ।