ଓଡିଶା

odisha

ନ୍ୟୁଜିଲାଣ୍ଡ ମସଜିଦରେ ଗୁଳିକାଣ୍ଡ, 27 ମୃତ ଆଶଙ୍କା

By

Published : Mar 15, 2019, 10:41 AM IST

ଶୁକ୍ରବାର ସକାଳେ ଜଣେ ଅଜ୍ଞାତ ଲୋକ କଳା ପୋଷାକ ପିନ୍ଧି ମୁଣ୍ଡରେ ହେଲମେଟ ଲଗାଇ ମସଜିଦରେ ପ୍ରବେଶ କରିଥିଲା । ଏହାପରେ ସେ ଧରିଥିବା ଏକ ଅଟୋମେଟିକ ବନ୍ଧୁକରୁ ଅନବରତ ଗୁଳିବର୍ଷଣ କରିଥିଲା । ଏହି ସମୟରେ ସେଠାରେ ଶତାଧିକ ଲୋକ ନମାଜ ପଢୁଥିବାବେଳେ ହଠାତ ଆକ୍ରମଣ ହେବାରୁ ବାହାରି ପାରିନଥିଲେ । ଫଳରେ ଅନେକ ଲୋକ ମୃତାହତ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ

ନ୍ୟୁଜିଲାଣ୍ଡ: ଖ୍ରୀଷ୍ଟଚର୍ଚ୍ଚର ଏକ ମସଜିଦରେ ଶୁକ୍ରବାର ଗୁଳିକାଣ୍ଡ ଘଟି 27 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ମସଜିଦ ଭିତରେ ଜଣେ ବନ୍ଧୁକଧାରୀ ଗୁଳି ଚଳାଇବା ଯୋଗୁଁ ଅନେକ ଲୋକ ମରିଥିବା ପୋଲିସ ସୂଚନା ଦେଇଛି । ଗୁଳିକାଣ୍ଡ ବିଷୟରେ ପୋଲିସ ସବିଶେଷ ବିବରଣୀ ଦେଇନଥିଲେ ମଧ୍ୟ ସେଣ୍ଟ୍ରାଲ ଖ୍ରୀଷ୍ଟଚର୍ଚ୍ଚର ଲୋକଙ୍କୁ ଘରେ ରହିବାକୁ କହିଛି ।

ସୂଚନାନୁସାରେ ଶୁକ୍ରବାର ସକାଳେ ଜଣେ ଅଜ୍ଞାତ ଲୋକ କଳା ପୋଷାକ ପିନ୍ଧି ମୁଣ୍ଡରେ ହେଲମେଟ ଲଗାଇ ମସଜିଦରେ ପ୍ରବେଶ କରିଥିଲା । ଏହାପରେ ସେ ଧରିଥିବା ଏକ ଅଟୋମେଟିକ ବନ୍ଧୁକରୁ ଅନବରତ ଗୁଳିବର୍ଷଣ କରିଥିଲା । ଏହି ସମୟରେ ସେଠାରେ ଶତାଧିକ ଲୋକ ନମାଜ ପଢୁଥିବାବେଳେ ହଠାତ ଆକ୍ରମଣ ହେବାରୁ ବାହାରି ପାରିନଥିଲେ । ଫଳରେ ଅନେକ ଲୋକ ମୃତାହତ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ଡଜନାଧିକ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହାସହ ଗୁଳି ଫୁଟିବାର କିଛି ସମୟ ପରେ ଲୋକେ ଛାନିଆରେ ମସଜିଦରୁ ଦୌଡି ଆସୁଥିବାର ଦେଖାଯାଇଥିଲା । ହଠାତ ଗୁଳି ଶବ୍ଦରେ ପ୍ରଥମେ ଲୋକ କୌଣସି ନିର୍ମାଣ କାର୍ଯ୍ୟ ଚାଲିଥିବାର ସନ୍ଦେହ କରିଥିଲେ । ପରେ ସମସ୍ତେ ଚିତ୍କାର କରି ଦୌଡିବାରେ ଲାଗିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ବନ୍ଧୁକଧାରୀ ଜଣକ ସେ ସ୍ଥାନରୁ ଖସି ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମର ସୂଚନାନୁସାରେ ଗୁଳି ଚଳାଇବା ସମୟରେ ବନ୍ଧୁକଧାରୀ ଫେସବୁକ ଲାଇଭ କରୁଥିଲା । ଏପରିକି ଲଗାତାର 17 ମିନିଟ ଯାଏଁ ସେ ଏହି ଲାଇଭ କରି 50 ରାଉଣ୍ଡ ଗୁଳି ଚଳାଇଥିଲା । ଏହାସହ ଆକ୍ରମଣ ପୂର୍ବରୁ ସେ 37 ପୃଷ୍ଠାର ଏକ ମେନିଫେଷ୍ଟୋ ଜାରି କରିଥିଲା । ଏଥିରେ ସେ ଲେଖିଥିଲା ଯେ ମୁସଲିମଙ୍କୁ ସେ ଘୃଣା କରେ ନାହିଁ । କିନ୍ତୁ ସେହି ମୁସଲିମଙ୍କୁ ସେ ଘୃଣା କରେ ଯେଉଁମାନେ ତାଙ୍କ ଜାଗାରେ ଜବରଦଖଲ କରି ଅଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରୁଛନ୍ତି ।

ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ 4 ଜଣଙ୍କୁ ହେପାଜତକୁ ନେଇଛି । ଏଥିରେ ଜଣେ ପୁରୁଷ ଓ 3 ଜଣ ମହିଳା ଅଛନ୍ତି । ହେଲେ ଏମାନଙ୍କ ମଧ୍ୟରୁ କିଏ ବନ୍ଧୁକଧାରୀ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏହାସହ ଆହୁରି 2-3 ଜଣ ଆତତାୟୀ ଏଥିରେ ସମ୍ପୃକ୍ତ ଥିବାର ପୋଲିସ ସନ୍ଦେହ କରୁଛି । ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନଥିବାବେଳେ ପୋଲିସ ଆତଙ୍କୀ ଲିଙ୍କ ନେଇ ତଦନ୍ତ ଚଲାଇଛି । ସୂଚନାନୁସାରେ ଘଟଣାସ୍ଥଳରୁ ମିଳିଥିବା ବନ୍ଧୁକରେ ଆତତାୟୀର ନାମ ଲେଖାଯାଇଥିବା ଜଣାପଡିଛି । ଏଥିରେ ଆଲେକଜେଣ୍ଡର ବିସୋନେଟ ଓରଫ ଲୁକା ଟ୍ରିନି ଲେଖାଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ସ୍ଥାନୀୟ ସମୟ ମଧ୍ୟାହ୍ନ 1.40 ମିନିଟ ସମୟରେ ଏହି ଆକ୍ରମଣ ହୋଇଛି । ମସଜିଦ ଭିତରେ ଏକାଧିକ ଲୋକ ମରିଛନ୍ତି ଏବଂ ଜଣକୁ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ତଥ୍ୟ ହାସଲ ହୋଇନାହିଁ । ତେବେ ନମାଜ ପାଇଁ ଶତାଧିକ ଲୋକ ଉପସ୍ଥିତ ଥିବାରୁ ଅନେକ ମରିଥିବାର ସନ୍ଦେହ କରାଯାଉଛି । ବେସରକାରୀ ତଥ୍ୟ ଅନୁସାରେ 27 ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହାସହ ଆଉ ଏକ ଜାଗାରେ ମଧ୍ୟ ସମାନ ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ମାତ୍ର ଏହା ଉପରେ କୌଣସି ସବିଶେଷ ବିବରଣୀ ମିଳିନାହିଁ ।

ପୋଲିସ କମିଶନର ମାଇକ୍ ବୁସ କହିଛନ୍ତି ଯେ ଏହି ଘଟଣା ପରେ ସହରର ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି । ଏହାସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସହରର ସମସ୍ତ ମସଜିଦ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ଜାଗାକୁ ନ ଯିବା ପାଇଁ ଲୋକଙ୍କୁ କୁହାଯାଇଛି । ପୋଲିସ ଭାରତୀୟ ସମୟ 12ଟାରେ ଏକ ପ୍ରେସମିଟ୍‌ କରିବାର ସୂଚନା ରହିଛି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ଦେଶର ଇତିହାସରେ ଏହାକୁ କଳାଦିବସ ବୋଲି ଅଭିହିତ କରିଛନ୍ତି । ଆମେରିକା ଦୂତାବାସ ପକ୍ଷରୁ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରାଯାଇ ଏହାକୁ ନିନ୍ଦା କରାଯାଇଛି ।

Intro:Body:

SpandanaNew Delhi: Congress' social media head Divya Spandana has mocked the Prime Minister through his followers by tweeting a meme. Divya tweeted that Modi supporters are stupid.

In her tweet, she wrote that 1 of the 3 Modi supporters are as stupid as the other two. She also gave the caption 'My favourite! Aren't they adorable?'

 


Conclusion:

ABOUT THE AUTHOR

...view details