ଓଡିଶା

odisha

ଚୀନରେ ବ୍ୟାପୁଛି ଆଫ୍ରିକୀୟ ସ୍ବାଇନ ଫିଭର, ସଙ୍କଟରେ ଘୁଷୁରୀ ମାଂସ ଉଦ୍ୟୋଗ

By

Published : Jan 22, 2021, 12:04 PM IST

ଚୀନରେ ଘୁଷୁରୀଙ୍କ ଦେହରେ ଦେଖିବାକୁ ମିଳିଛି ଆଫ୍ରିକୀୟ ସ୍ବାଇନ ଫିଭର । ଆଫ୍ରିକୀୟ ସ୍ବାଇନ ଫିଭରର ଦୁଇଟି ନୂଆ ମାମଲା ଏବେ ସୁଦ୍ଧା 1000ରୁ ଅଧିକ ଘୁଷୁରୀଙ୍କ ଦେହରେ ବ୍ୟାପିଲାଣି । ଫଳରେ ଦେଶର ଘୁଷୁରୀ ମାଂସ ଉଦ୍ୟୋଗ ଏବେ ଚିନ୍ତାରେ ।

ଚୀନରେ ବ୍ୟାପୁଛି ଆଫ୍ରିକୀୟ ସ୍ବାଇନ ଫିଭର, ସଙ୍କଟରେ ଘୁଷୁରୀ ମାଂସ ଉଦ୍ୟୋଗ
ଚୀନରେ ବ୍ୟାପୁଛି ଆଫ୍ରିକୀୟ ସ୍ବାଇନ ଫିଭର, ସଙ୍କଟରେ ଘୁଷୁରୀ ମାଂସ ଉଦ୍ୟୋଗ

ବେଜିଂ: ଚୀନର ଉହାନରୁ ବାହାରିଥିବା ମହାମାରୀ କୋରୋନାର କବଳରେ ସାରା ବିଶ୍ବ କଲବଲ ହେଉଥିବାବେଳେ ଏବେ ପୁଣି ସେହି ଚୀନରେ ଘୁଷୁରୀଙ୍କ ଦେହରେ ଦେଖିବାକୁ ମିଳିଛି ଆଫ୍ରିକୀୟ ସ୍ବାଇନ ଫିଭର । ଆଫ୍ରିକୀୟ ସ୍ବାଇନ ଫିଭରର ଦୁଇଟି ନୂଆ ମାମଲା ଏବେ ସୁଦ୍ଧା 1000ରୁ ଅଧିକ ଘୁଷୁରୀଙ୍କ ଦେହରେ ବ୍ୟାପିଲାଣି । ଫଳରେ ଦେଶର ଘୁଷୁରୀ ମାଂସ ଉଦ୍ୟୋଗ ଏବେ ଚିନ୍ତାରେ ।

ଦେଶର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉଦ୍ୟୋଗ ଭାବେ ଉଭା ହୋଇଥିବା ବେଳେ ଆଫ୍ରିକୀୟ ସ୍ବାଇନ ଫିଭର ଚୀନରେ ଦେଖାଦେବାରୁ ଘୁଷୁରି ମାଂସ ବ୍ୟବସାୟ ପ୍ରାୟ ବନ୍ଦ ପଡ଼ିଯିବା ଆଶଙ୍କା କରାଯାଉଛି। ଚୀନର ନିୟୁ ହୋପ୍‌ ଲିୟୁହେ ଅଞ୍ଚଳରେ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି ।

ବିଶ୍ବରେ ଘୁଷୁରୀ ଉତ୍ପାଦନରେ ଚୀନ ହେଉଛି ଚତୁର୍ଥ ଦେଶ । 2018 ଓ 2019ରେ ଚୀନରେ ଅନେକ ଘୁଷୁରୀ ଏହି ରୋଗରେ ପ୍ରାଣ ହରାଇଥିଲେ । ବେଜିଂରେ ରହୁଥିବା ପ୍ରାଣୀ ଚିକିତ୍ସକ ୱେନ ଜନସନ କହିଛନ୍ତି ଯେ, ସେ ଗତ ବର୍ଷ ଘୁଷୁରିରେ ଏହି ରୋଗର ଏକ କ୍ରନିକ କିମ୍ବା କମ୍ ମାରାତ୍ମକ ରୋଗ ଚିହ୍ନଟ ହୋଇଥିଲା । ଏହି ଜୀବାଣୁରେ କିଛି ଜେନେଟିକ୍ ଉପାଦାନର ଅଭାବ ରହିଥିଲା । ଯାହାକି MGF360 ଜିନ୍ ଭାବରେ ଜଣାଶୁଣା | ତେବେ ନ୍ୟୁ ହୋପ୍ ଅଞ୍ଚଳରେ ମିଳିଥିବା ଏହି ନୂଆ ଷ୍ଟ୍ରେନରେ ଉଭୟ MGF360 ଜିନ୍ ଏବଂ CD2v ଜିନ୍ ଚିହ୍ନଟ ହୋଇଛି । ତେବେ ଏହି ସଂକ୍ରମଣ ପାଇଁ କୌଣସି ଟିକା ବିକଶିତ କରାଯାଇ ନାହିଁ । କିନ୍ତୁ ଏହା ମଣିଷ ପାଇଁ କ୍ଷତିକାରକ ନୁହେଁ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ । ସେପଟେ ଏହାକୁ ନେଇ ଏବେ ଘୁଷୁରୀ ଚାଷୀଙ୍କ ମଧ୍ୟରେ ଏକପ୍ରକାର ଭୟ ଖେଳିଯାଇଛି ।

ଘୁଷୁରୀ ଉତ୍ପାଦନରେ ବିଶ୍ବର ପ୍ରଥମ ଦେଶ ହେଉଛି ଚୀନ, ଯେଉଁଠାରୁ ଧଳା ଘୁଷୁରି ମାଂସ ବିଦେଶକୁ ବହୁଳ ପରିମାଣରେ ରପ୍ତାନୀ କରାଯାଏ। ମାତ୍ର ଅନ୍ତର୍ଜାତୀୟ ମାନର ଘୁଷୁରି ମାଂସ ରପ୍ତାନୀକାରୀ ଦେଶ ମଧ୍ୟରେ ଚୀନର ଭାଗିଦାରି ନଗଣ୍ୟ । ରୋଗ ସଂକ୍ରମଣ କାରଣରୁ ଯଦି ଚୀନର ଘୁଷୁରିମାଂସ ଉପରେ କଟକଣା ଲଗାଯାଏ, ତେବେ ଏଥିଲାଗି ଚୀନ ଅର୍ଥନୀତିକୁ ମଧ୍ୟ ଅନେକ କ୍ଷତିର ଦଶା ଭୋଗିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି। ସେପଟେ ଏହାକୁ ନେଇ ଚୀନର କୃଷି ଏବଂ ଗ୍ରାମ୍ୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ABOUT THE AUTHOR

...view details