ଓଡିଶା

odisha

ଇତିହାସ ରଚିବ NASA; ଲଞ୍ଚ ହେବ ଲୁସି, ଖୋଜିବ ସୌର ମଣ୍ଡଳର ରହସ୍ୟ

By

Published : Oct 13, 2021, 6:41 PM IST

ଇତିହାସ ରଚିବ NASA; ଲଞ୍ଚ ହେବ ଲୁସି, ଖୋଜିବ ସୌର ମଣ୍ଡଳର ରହସ୍ୟ

ବଡ ମିଶନ ଲଞ୍ଚ୍‌ କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା(NASA) । ଏହି ମିଶନର ନାଁ ରହିଛି ଲୁସି ଆଷ୍ଟେରୋଏଡ ସ୍ପେସକ୍ରାଫ୍ଟ(Lucy Asteroid Spacecraft) । ମହାକାଶକୁ ଯାଇ ପ୍ରାଚୀନ ଉପଗ୍ରହର ଅଧ୍ୟୟନ କରିବ ଲୁସି । ଅଧିକ ପଢନ୍ତୁ...

ୱାଶିଂଟନ: ସୌର ମଣ୍ଡଳର ଅଧ୍ୟୟନ ପାଇଁ ଚଳିତ ସପ୍ତାହ ଏକ ବଡ ମିଶନ ଲଞ୍ଚ୍‌ କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା(NASA) । ଏହି ମିଶନର ନାଁ ରହିଛି ଲୁସି ଆଷ୍ଟେରୋଏଡ ସ୍ପେସକ୍ରାଫ୍ଟ(Lucy Asteroid Spacecraft) । ମହାକାଶକୁ ଯାଇ ପ୍ରାଚୀନ ଉପଗ୍ରହର ଅଧ୍ୟୟନ କରିବ ଲୁସି । ଏହାସହିତ ସୌର ମଣ୍ଡଳର ଉତ୍ପତ୍ତିର ମଧ୍ୟ ଲୁସି ଖୋଲିବ ରହସ୍ୟ । ଏହି ମିଶନ ପାଇଁ ଖର୍ଚ୍ଚ ହୋଇଛି 7387 କୋଟି ଟଙ୍କା ।

ଅକ୍ଟୋବର 16ରୁ ଆରମ୍ଭ ହୋଇପାରେ ଲୁସି ସ୍ପେସକ୍ରାଫ୍ଟକୁ ମହାକାଶ ପଠାଇବା ପାଇଁ ଲଞ୍ଚ୍‌ ପ୍ରକ୍ରିୟା । ଅର୍ଥାତ ଆସନ୍ତା 3 ଦିନ ମଧ୍ୟରେ ନାସା ଏହାକୁ ଲଞ୍ଚ କରିବ ବୋଲି ସୂଚନା ମିଳିଛି । ଏହି ସମୟରେ 12ରୁ ଊର୍ଦ୍ଧ୍ବ ଟ୍ରୋଜନ ଉପଗ୍ରହର ଆଖପାଖ ଦେଇ ଗତି କରିବ । ଏହି ଉପଗ୍ରହ ବୃହସ୍ପତି ଗ୍ରହର 4 ପାଖରେ ଘୁରୁଛନ୍ତି ।

ଏହି ମିଶନରେ ଅଧିକାଂଶ କାର୍ଯ୍ୟ ପ୍ରଥମ ଥର ହେଉଛି । ଯେପରି ଲୁସି ପ୍ରଥମ ଥର ବୃହସ୍ପତି ଗ୍ରହର ଆଷ୍ଟ୍ରୋଏଡ ବେଲ୍ଟ ଦେଇ ଗତି କରିବ । ଏହାସହିତ ପ୍ରଥମ ଥର କୌଣସି ସ୍ପେସକ୍ରାଫ୍ଟକୁ ସୌର ମଅଡଳ ବାହାର କକ୍ଷକୁ ପଠାଯାଉଛି । ପ୍ରଥମ ଥର ସୌର ମଣ୍ଡଳ ଓ ମହାକାଶର ପ୍ରାଚୀନ ଇତିହାସର ଅଧ୍ୟୟନ ପାଇଁ କୌଣସି ସ୍ପେସକ୍ରାଫ୍ଟ ଲଞ୍ଚ ହେଉଛି ।

ମହାକାଶର ଇତିହାସ ସମ୍ପର୍କରେ ସୂଚନା ଦେବ ନାସା । ଏଥିରୁ ଗ୍ରହର ଉତ୍ପତ୍ତି ଓ ଉପଗ୍ରହର ସ୍ଥିତି ସମ୍ପର୍କରେ ସୂଚନା ମିଳିବ । 32 ଲକ୍ଷ ବର୍ଷ ପୁରୁଣା ମଣିଷ କଙ୍କାଳ ଉପରେ ରଖାଯାଇଛି 'ଲୁସି' ନାଁ । ଏହି କଙ୍କାଳରୁ ମନୁଷ୍ୟର ଉତ୍ପତ୍ତି ସମ୍ପର୍କରେ ରହସ୍ୟ ଖୋଲିଥିଲା । ମନୁଷ୍ୟର ବିକାଶର ଅଧ୍ୟୟନରେ ଏକ ନୂଆ ମୋଡ, ନୂଆ ପରିଭାଷା ସାମ୍ନାକୁ ଆସିଥିଲା । 1974ରେ ମିଳିଥିଲା ଲୁସିର ସନ୍ଧାନ ।

ଲୁସି ସ୍ପେସକ୍ରାଫ୍ଟ ନିଜର 12 ବର୍ଷର ଯାତ୍ରା ସମୟରେ ପାଖାପାଖି 8ଟି ଉପଗ୍ରହର ଅଧ୍ୟୟନ କରିବ । ଏହି ସମୟରେ 3 ଥର ପୃଥିବୀର ନିକଟକୁ ଆସିବ ଲୁସି । ଏଥିରୁ 2 ଥର ସୌର୍ଯ୍ୟ ମଣ୍ଡଳ ଭିତରୁ ଓ ଥରେ ସୌର୍ଯ୍ୟ ମଅଡଳ ବାହାର କକ୍ଷରୁ ଲୁସି ପୃତିବୀ ନିକଟକୁ ଆସିବ ।

ଲୁସି ସ୍ପେସକ୍ରାଫ୍ଟରେ କଲର ଭିଜନ କ୍ୟାମେରା, ଲଙ୍ଗ୍‌ ରେଞ୍ଜ ରିକନସେନ୍ସ ଇମେଜର, ଥର୍ମାଲ ଏମିସନ ସ୍ପେକ୍ଟୋମିଟର, ଟର୍ମିଲାଲ ଟ୍ରାକିଂ କ୍ୟାମେରା, ହାଇଗେନ ଆଣ୍ଟିନା ଲାଗିଛି । ଏଗୁଡିକ ସହାୟତାରେ ଉପଗ୍ରହର ବିଭିନ୍ନ ରହସ୍ୟର ଅଧ୍ୟୟନ କରାଯିବ । ଏହି ସ୍ପେସକ୍ରାଫ୍ଟ 43 ଫୁଟ ଲମ୍ବ । ଏହାର ସୋଲାର ପ୍ୟାନାଲ 20 ଫୁଟ ବ୍ୟାସ । ଏହାକୁ ଆଟଲାସ-ଭି 401 ରକେଟରୁ କେପ କେନଭରଲ ଲଞ୍ଚ ଷ୍ଟେସନରୁ ମହାକାଶକୁ ଉତକ୍ଷେପଣ ହେବ ।

ABOUT THE AUTHOR

...view details