ଓଡିଶା

odisha

ଦୀପିକାଙ୍କ ପାଇଁ ଭିନ୍ ଡିଜେଲଙ୍କ ସ୍ପେଶାଲ ନୋଟ୍, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ

By

Published : Jun 11, 2023, 5:58 PM IST

ହଲିଉଡ ଅଭିନେତା ଭିନ୍ ଡିଜେଲ୍ ଅଧିକାଂଶ ସମୟରେ ଦୀପିକା ପାଦୁକୋନଙ୍କୁ ପ୍ରଶଂସା କରିଥାଆନ୍ତି । ବର୍ତ୍ତମାନ ଦୀପିକାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ କରି ହଲିଉଡ ଅଭିନେତା ଭିନ୍ ଡିଜେଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀପିକା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ମସ୍ତାନୀଙ୍କ ପାଇଁ ସ୍ପେଶାଲ ନୋଟ୍ ଲେଖିଲେ ହଲିଉଡ ଅଭିନେତା ଭିନ୍ ଡିଜେଲ, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ
ମସ୍ତାନୀଙ୍କ ପାଇଁ ସ୍ପେଶାଲ ନୋଟ୍ ଲେଖିଲେ ହଲିଉଡ ଅଭିନେତା ଭିନ୍ ଡିଜେଲ, ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍ ହଲିଉଡ ଅଭିନେତା ଭିନ୍ ଡିଜେଲଙ୍କ ପୋଷ୍ଟ ପାଇଁ ଆଜିକାଲି ଶିରୋନାମାରେ ରହିଛନ୍ତି । ଦୀପିକା ଭିନ ଜିଜେଲ୍‌ଙ୍କ ବିପକ୍ଷରେ 2017ରେ 'xXx: The Return of Xander Cage' ସହ ହଲିଉଡରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ଭିନ୍ ଡିଜେଲ୍ ଦୀପିକାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯାହା ଏହି ଫିଲ୍ମ ସହିତ ଜଡିତ । ଏହି ଫଟୋ ସହ ଭିନ୍ ଦୀପିକାଙ୍କ ପାଇଁ ଏକ ସ୍ପେଶାଲ ନୋଟ୍ ମଧ୍ୟ ଲେଖିଛନ୍ତି । ସେପଟେ ଦୀପିକା ମଧ୍ୟ ଭିନଙ୍କ ପୋଷ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଭିନ୍ ଡିଜେଲ୍ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଲାଇମ୍‌ଲାଇଟରେ ଅଛନ୍ତି । ଭିନ୍‌ଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ବେଶ ଭାଇରାଲ ହୋଇଛି । ଭିନ୍ ତାଙ୍କ ଇନ୍‌ଷ୍ଟାରେ ଦୀପିକାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, "ଦୀପିକା ପାଦୁକୋନ୍ ମୋର ପ୍ରିୟ ଲୋକମାନଙ୍କ ମଧ୍ୟରୁ ଜଣେ । ସେ ମୋତେ ଭାରତ ଆଣିଥିଲେ, ମୋତେ ବହୁତ ଭଲ ଲାଗିଥିଲା ।"

ଭିନ୍ ଏହି ପୋଷ୍ଟରେ ଦୀପିକା ପାଦୁକୋନଙ୍କୁ ଟ୍ୟାଗ୍ କରିଛନ୍ତି । ସେପଟେ ଏହାର ପ୍ରତିକ୍ରିୟାରେ ଦୀପିକା ଭିନ୍‌ଙ୍କ ଏହି ପୋଷ୍ଟକୁ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି। ଏବଂ କ୍ୟାପସନରେ ସେ ଅନେକ ହାର୍ଟ ଇମୋଜି ସେୟାର କରିଛନ୍ତି । ସୂଚନା ଥାଉ କି, ଭିନ୍ ଟ୍ରିପଲ୍ ଏକ୍ସ୍‌ର ପ୍ରମୋସନ ପାଇଁ ଭାରତ ଆସିଥିଲେ, ସେ ସେହି ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ଏହି ପୋଷ୍ଟ ସେୟାର କରିଛନ୍ତି ।

ଚୁଲବୁଲି ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ବଲିଉଡ ଫିଲ୍ମରେ ନିଜର ଦମଦାର ଅଭିନୟରେ ପ୍ରଶଂସକଙ୍କ ମନ ଜିତିଥାନ୍ତି । ହଲିଉଡରେ ମଧ୍ୟ ଲୋକପ୍ରିୟତା ସାଉଁଟିଛନ୍ତି ଦୀପିକା । ତେବେ 'xXx: The Return of Xander Cage' ଫିଲ୍ମ ରିଲିଜ୍ ହେବାର ଏକ ବର୍ଷ ପରେ ଦୀପିକାଙ୍କ ନାମ 2018 ରେ ଟାଇମ୍ସ ପତ୍ରିକାର 100 ଜଣ ପ୍ରତିଭାବାନ ବ୍ୟକ୍ତିଙ୍କ ତାଲିକାରେ ସାମିଲ ହୋଇଥିଲା । ଏହି ଅବସରରେ ଭିନ୍ ଦୀପିକାଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ପୋଷ୍ଟକୁ ସେୟାର କରି ଲେଖିଥିଲେ ଯେ ଦୀପିକା କେବଳ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ନୁହଁନ୍ତି, ସେ ବିଶ୍ୱର ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି । ଏଥି ସହିତ, ଅନେକ ସମୟରେ ଭିନ୍ ଦୀପିକାଙ୍କ ପ୍ରଶଂସା କରି ଚର୍ଚ୍ଚାରେ ରହିଥିଲେ ।

ABOUT THE AUTHOR

...view details