ଓଡିଶା

odisha

Watch: କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

By ETV Bharat Odisha Team

Published : Sep 17, 2023, 4:44 PM IST

କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ ଜୋନାସ। ହାପି ବର୍ଥ ଡେ ଗୀତରେ ଦୁଲୁକୁଥିଲା ମଞ୍ଚ। ଏହି ସମୟରେ କିସ୍ କରି ସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା। କନସର୍ଟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଧିକ ପଢନ୍ତୁ,

କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା
କନସର୍ଟରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ନିକ୍, କିସ୍ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

ହାଇଦ୍ରାବାଦ: ଆମେରିକାର ଓମରାହରେ ଆୟୋଜିତ ଦ ଜୋନାସ ବ୍ରଦର୍ସଙ୍କ ଏକ କନ୍ସର୍ଟ ସମୟରେ ମଞ୍ଚରେ ନିକ୍‌ ଜୋନାସ ତାଙ୍କର 31ତମ ଜନ୍ମଦିନକୁ ପାଳନ କରିଛନ୍ତି । ଏହି ସମୟରେ ଫ୍ୟାନ୍ସଙ୍କ ହାପି ବର୍ଥ ଡେ ଗୀତରେ ଦୁଲୁକୁଥିଲା ମଞ୍ଚ । ସେପଟେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇ ନିଜ ସ୍ବାମୀଙ୍କୁ କିସ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂହୁର୍ତ୍ତର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ନିକ ଏବଂ ପ୍ରିୟଙ୍କାଙ୍କ ଫ୍ୟାନ ପେଜ୍‌ରେ ସେୟାର ହୋଇଥିବା ଭିଡିଓରେ ଫ୍ୟାନ୍ସଙ୍କ ସହ ନିକ ଜୋନାସ୍‌ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ପୁରା କନସର୍ଟରେ ଫ୍ୟାନ୍ସ ହାପି ବର୍ଥ ଡେ' ଗୀତ ଗାଉଥିବାର ଦେଖିବାକୁ ମିଳିଛି । ନିକ ମଞ୍ଚ ଉପରେ କେକ୍‌ କାଟୁଥିବା ମଧ୍ୟ ନଜର ଆସିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ନିକଙ୍କ କନସର୍ଟରେ ସାମିଲ ହୋଇଥିବା ବେଳେ ନିଜ ସ୍ବାମୀଙ୍କୁ କିସ୍ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପରେ ନିକ୍‌ ମଧ୍ୟ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପୂର୍ବରୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରି ନିକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ପ୍ରଥମ ଫଟୋରେ ସେ ନିକ୍‌ଙ୍କୁ କିସ୍ କରୁଥିବା ନଜର ଆସିଛନ୍ତି । ଆଉ ଗୋଟିଏ ଫଟୋରେ ନିକ୍‌ ଗଲ୍ଫ ଖେଳୁଥିବା ଦେଖିବାକୁ ମିଳିଛି । ଶେଷ ଫଟୋରେ ନିକ୍‌ ତାଙ୍କ ଝିଅ ମାଲତୀଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି । କ୍ୟାପସନରେ ଲେଖିଥିଲେ, 'ତୁମ ସହ ସେଲିବ୍ରେସନ କରିବା ମୋ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ । ଯେଉଁ କାମ ମୋ ଦ୍ବାରା ସମ୍ଭବପର ଭାବିନଥିଲି ସେହି ସମସ୍ତ କାମ ପାଇଁ ତୁମେ ମୋତେ ପ୍ରେରଣା ଦେଇଛ । ଆଇ ଲଭ୍ ୟୁ ବର୍ଥ ଡେ ବୟ, ମୁଁ ପ୍ରାର୍ଥନା କରୁଛି ତୁମର ସମସ୍ତ ସ୍ୱପ୍ନ ସାକାର ହେଉ, ଜନ୍ମଦିନର ଶୁଭେଚ୍ଛା ।'

ଏହା ମଧ୍ୟ ପଢନ୍ତୁ:ନିକ୍‌ ଜୋନାସ୍‌ଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ମେଟ୍‌ ଗାଲା 2017ରେ ସାକ୍ଷାତ କରିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ। ପରେ ପ୍ରିୟଙ୍କା ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ 2018ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି । ପ୍ରିୟଙ୍କା ଏବଂ ନିକ୍‌ 2022 ମସିହାରେ ସରୋଗେସି ମାଧ୍ୟମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ମାଳତୀ ମ୍ୟାରୀ ଜୋନାସ୍ । ନିକ୍‌ ଏବଂ ପ୍ରିୟଙ୍କା ଏହାକୁ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ।

ABOUT THE AUTHOR

...view details