ଓଡିଶା

odisha

Shamshera Teaser OUT: ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଓ ସଞ୍ଜୟ ଦତ୍ତ

By

Published : Jun 22, 2022, 12:58 PM IST

ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଏବଂ ସଞ୍ଜୟ ଦତ୍ତ
ଦମଦାର ଲୁକ୍‌ରେ ନଜର ଆସିଲେ ରଣବୀର ଏବଂ ସଞ୍ଜୟ ଦତ୍ତ

ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ଶମଶେରାର ଟିଜର ବୁଧବାର (ଜୁନ୍ 22) ରିଲିଜ୍ ହୋଇଛି । ଟିଜରରେ ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଲୁକ୍‌ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ର ଟିଜର ବୁଧବାର (ଜୁନ୍ 22) ରିଲିଜ୍ (Shamshera Teaser OUT) ହୋଇଛି । ଟିଜରରେ ରଣବୀର କପୁର ଏବଂ ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଲୁକ୍‌ ଦେଖିବାକୁ ମିଳିଛି । ଏହାପୂର୍ବରୁ ୟଶ ରାଜ ଫିଲ୍ମସ ଦ୍ୱାରା ଫିଲ୍ମର ଅଫିସିଆଲ ପୋଷ୍ଟର ରିଲିଜ ହୋଇଥିଲା । ଫିଲ୍ମରେ ରଣବୀର କପୁରଙ୍କ ପ୍ରଥମ ଲୁକ୍ ଦେଖି ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ 22ରେ ରିଲିଜ ହେବାକୁ ଯାଉଛି ।

1.21 ମିନିଟର ଟିଜର ସଞ୍ଜୟ ଦତ୍ତଙ୍କ ଜବରଦସ୍ତ ଭୂମିକା ସହିତ ଆରମ୍ଭ ହୋଇଛି । ଏଥି ସହିତ, ପରବର୍ତ୍ତୀ ମୁହୂର୍ତ୍ତରେ ରଣବୀର କପୁର ଏହି ଫିଲ୍ମରେ ତାଙ୍କ ଶତ୍ରୁ ସଞ୍ଜୟ ଦତ୍ତଙ୍କ ଆଡକୁ ଯାଉଥିବାର ନଜର ଆସିଛନ୍ତି । ଟିଜର ଶେଷରେ କୁହାଯାଇଛି ଯେ ଫିଲ୍ମର ଟ୍ରେଲର ଜୁନ୍ 24 ରେ ମୁକ୍ତିଲାଭ କରିବ ।

ଏହି ଫିଲ୍ମର ପୋଷ୍ଟରକୁ ରଣବୀର କପୁରଙ୍କ ପତ୍ନୀ ଆଲିଆ ଭଟ୍ଟ ଏବଂ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରରେ ରଣବୀରଙ୍କ ଲୁକରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କ ଫିଲ୍ମ ପାଇଁ ବହୁତ କିଛି ପ୍ରସ୍ତୁତ କରିଛନ୍ତି । ଏହା ବ୍ୟତୀତ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଟ୍ରେଲରରେ ମଧ୍ୟ ତାଙ୍କୁ ଏକ ଶାନଦାର ଭୂମିକାରେ ଦେଖିବାକୁ ମିଳିଥିଲା ।

ଉଲ୍ଲେଖନୀୟ ଯେ, ରଣବୀର କପୁରଙ୍କ ଚଳଚ୍ଚିତ୍ର ଚାରି ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି । ଚଳିତ ବର୍ଷ ତାଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର' (9 ସେପ୍ଟେମ୍ବର 2022) ମଧ୍ୟ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ରଣବୀର କପୁର ଚଳିତ ବର୍ଷ 22 ଜୁଲାଇରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର 'ଶମଶେରା'ରେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ପ୍ରଶଂସକମାନେ ରଣବୀରଙ୍କର ଏହି ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details