ଓଡିଶା

odisha

ମୁମ୍ବାଇରେ ହେବ ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି ଦେବେ ସେଲିବ୍ରିଟି

By

Published : Sep 24, 2022, 10:54 AM IST

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା (prayer meet) ହେବ । ଏହି ସଭା ଦିଲ୍ଲୀରେ ନୁହେଁ ବରଂ ମୁମ୍ବାଇରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ମୁମ୍ବାଇରେ ହେବ ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି ଦେବେ ସେଲିବ୍ରିଟି
ମୁମ୍ବାଇରେ ହେବ ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା, ଶ୍ରଦ୍ଧାଞ୍ଜଳି ଦେବେ ସେଲିବ୍ରିଟି

ହାଇଦ୍ରାବାଦ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଆମ ଗହଣରେ ଆଉ ନାହାନ୍ତି । ଡାକ୍ତରଖାନାରେ ଦୀର୍ଘଦିନ ଧରି ଜୀବନ-ମରଣ ସହ ଲଢିବା ପରେ ଅଭିନେତା ସେପ୍ଟେମ୍ବର 21ରେ ଏହି ଜଗତକୁ ଚିରଦିନ ପାଇଁ ଅଲବିଦା କହିଥିଲେ । ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରାଜୁ ଶ୍ରୀବାସ୍ତବଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ନିଗମବୋଧ ଘାଟରେ କରାଯାଇଥିଲା । ଏଥି ସହିତ, ବର୍ତ୍ତମାନ ତାଙ୍କର ପ୍ରାର୍ଥନା ସଭା (prayer meet) ସମ୍ବନ୍ଧୀୟ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ରାଜୁଙ୍କ ପ୍ରାର୍ଥନା ସଭା ଦିଲ୍ଲୀରେ ନୁହେଁ ବରଂ ମୁମ୍ବାଇରେ ଅନୁଷ୍ଠିତ ହେବ।

ଏକ ଗଣମାଧ୍ୟମ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି ଯେ ସେପ୍ଟେମ୍ବର 25 (ରବିବାର)ରେ ରାଜୁ ଶ୍ରୀବାସ୍ତବଙ୍କ ପ୍ରାର୍ଥନା ସଭା ମୁମ୍ବାଇର ଜୁହୁ ସ୍ଥିତ ଇସ୍କନ (ISKCON) ମନ୍ଦିରରେ ଅନୁଷ୍ଠିତ ହେବ । ଏହି ସଭାରେ ବଲିଉଡ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ଟିଭି ଜଗତ ସହ ଜଡିତ କଳାକାର ସାମିଲ ହେବେ । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଖୁବ ଶୀଘ୍ର ଦିଲ୍ଲୀରୁ ମୁମ୍ବାଇ ଆସିବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୂତ୍ରରୁ ପ୍ରକାଶ ଯେ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ କହିବାନୁଯାୟୀ, ‘‘ରାଜୁ ମୁମ୍ବାଇରେ ରହୁଥିଲେ ଏବଂ ଏଠାରେ ତାଙ୍କର ଅନେକ ଘନିଷ୍ଠ ବ୍ୟକ୍ତି ଅଛନ୍ତି । ତେଣୁ ମୁମ୍ବାଇରେ ତାଙ୍କର ପ୍ରାର୍ଥନା ସଭାର ଆୟୋଜନ କରିବା ଉପଯୁକ୍ତ ହେବ । ହାସ୍ୟ ଅଭିନେତାଙ୍କ ସହକର୍ମୀ ଏବଂ ଶୁଭେଚ୍ଛୁମାନେ ମଧ୍ୟ ଏହି ଅବସରରେ ଶେଷ ସମ୍ମାନ ଜଣାଇ ପାରିବେ ।’’ ତେବେ ଏପର୍ଯ୍ୟନ୍ତ ପରିବାର ପକ୍ଷରୁ କିଛି ସଠିକ୍ ସୂଚନା ଦିଆଯାଇ ନାହିଁ ।

ଗତ 21 ତାରିଖ ଦିନ ରାଜୁ ଶ୍ରୀବାସ୍ତବଙ୍କର ଦେହାନ୍ତ ହୋଇଛି । ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା । ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା । ଏହା ପରେ ତାଙ୍କର ଚେତା ଫେରିଥିଲା । କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା । ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟ ଅଭିନେତାଙ୍କୁ ବଞ୍ଚାଇ ହେଲାନାହିଁ ।

ABOUT THE AUTHOR

...view details