ଓଡିଶା

odisha

'ବାବର ଶେର' ହେବେ 'ଟାଇଗର', କବୀର ଖାନଙ୍କ ଫିଲ୍ମରେ ଭାଇଜାନଙ୍କ ଏଣ୍ଟ୍ରି !

By ETV Bharat Odisha Team

Published : Jan 3, 2024, 7:43 PM IST

Salman khan as a 'Babbar Sher' : ସଲମାନ ଖାନଙ୍କ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ କବୀର ଖାନ । ସୂଚନା ଅନୁସାରେ, ନିର୍ଦ୍ଦେଶକଙ୍କ ଆଗାମୀ ଫିଲ୍ମ 'ବାବର ଶେର' ରେ ସଲମାନ ଖାନ ନଜର ଆସିବେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ,

'ବାବର ଶେର' ହେବେ 'ଟାଇଗର', କବୀର ଖାନଙ୍କ ଫିଲ୍ମରେ ଭାଇଜାନଙ୍କ ଏଣ୍ଟ୍ରି!
'ବାବର ଶେର' ହେବେ 'ଟାଇଗର', କବୀର ଖାନଙ୍କ ଫିଲ୍ମରେ ଭାଇଜାନଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ:ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ କବୀର ଖାନଙ୍କ ଯୋଡି ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ । ଭାଇଜାନଙ୍କ ସହ 'ଏକ ଥା ଟାଇଗର', 'ବଜରଙ୍ଗୀ ଭାଇଜାନ' ପରି ହିଟ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ କବୀର ଖାନ ଏବେ ନିଜ ଆଗାମୀ ଫିଲ୍ମ 'ବାବର ଶେର' ସହ ଫେରୁଛନ୍ତି । ରିପୋର୍ଟ ଅନୁସାରେ, କବୀରଙ୍କ ଏହି ଫିଲ୍ମ ସହ ପୁଣି ସଲମାନଙ୍କ ନାଁ ଯୋଡା ଯାଉଛି । କୁହାଯାଉଛି ଯେ, ସେ ଏହି ଫିଲ୍ମ ପାଇଁ ପରଫେକ୍ଟ ।

ମିଡିଆ ରିପୋର୍ଟ ଅନୁସାରେ, କବୀର ଖାନଙ୍କ ଏହି ଫିଲ୍ମ ପାଇଁ ସଲମାନ ଖାନ ଫିଟ ହୋଇଥିବା କୁହାଯାଉଛି । ତେବେ ଏଥିପାଇଁ କବୀର ଏବଂ ସଲମାନଙ୍କ ମଧ୍ୟରେ ସାକ୍ଷାତ ହୋଇସାରିଛି ଏବଂ ଆସନ୍ତା ମାସରେ ଅଧିକ ଆଲୋଚନା ହେବାର ଆଶା କରାଯାଉଛି । 'ବାବର ଶେର୍' ଶୀର୍ଷକ ସ୍କ୍ରିପ୍ଟ ସଲମାନଙ୍କ ଆଗ୍ରହକୁ ଆକର୍ଷିତ କରିଛି ଏବଂ ଯଦି ସେ ଏହି ପ୍ରକଳ୍ପ ଗ୍ରହଣ କରିବାକୁ ରାଜି ହୁଅନ୍ତି, ତେବେ ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ ଏବଂ ଟ୍ୟୁବଲାଇଟ ପରେ ଏହା ଉଭୟଙ୍କର ଚତୁର୍ଥ ଫିଲ୍ମ ହେବ ।

ମିଳିଥିବା ସୂଚନା ଅନୁସାରେ, କବରୀ ଏବଂ ସଲମାନଙ୍କ ପ୍ରାରମ୍ଭିକ ଆଲୋଚନା ଗତବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ହୋଇଥିଲା । ଯେଉଁଥିରେ କବୀର ସଲମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ପୁରକା ସ୍କ୍ରିପ୍ଟ ପ୍ରସ୍ତୁତ ନେଇ ଆଶ୍ବସନା ଦେଇଥିଲେ । ୪୫ ଦିନ ମଧ୍ୟରେ ଏହି ଫିଲ୍ମ ବିଷୟରେ ପୁରା ଅପଡେଟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଏହି ଖବର ଶୁଣି ଫ୍ୟାନ୍ସ ପୁଣି କବୀର ଏବଂ ସଲମାନଙ୍କ ଯୋଡ଼ିଙ୍କ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:'ମୁଁ ନିଜକୁ ସୁପରଷ୍ଟାର ଭାବୁନି', ସୁପରଷ୍ଟାର ଟ୍ୟାଗ ନେଇ ଏମିତି କହିଲେ ଭାଇଜାନ

ସୂଚନା ଥାଉ କି, କବୀର ଖାନ ବର୍ତ୍ତମାନ ତାଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପଅନ'ର ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି । ଚନ୍ଦୁ ଚମ୍ପିଆନ୍ ଫିଲ୍ମ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁର୍ଲିକାଣ୍ଟ ପେଟକରଙ୍କ ବାୟୋପିକ୍ ଅଟେ । ଏହି ଫିଲ୍ମରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମ ଥର ପାଇଁ ଏକ କ୍ରୀଡା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶକ କବୀର ଖାନ ନିର୍ଦ୍ଦେଶନା ଦେଉଥିବା ବେଳେ ସାଜିଦ ନାଦିଆଡୱାଲା ଏବଂ ଭର୍ଦା ନାଦିଆଡୱାଲାଙ୍କ ଦ୍ବାରା ଫିଲ୍ମ ନିର୍ମିତ ହେଉଛି । ଏହି ଫିଲ୍ମ 14 ଜୁନ୍ 2024 ରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details