ETV Bharat / entertainment

'ମୁଁ ନିଜକୁ ସୁପରଷ୍ଟାର ଭାବୁନି', ସୁପରଷ୍ଟାର ଟ୍ୟାଗ ନେଇ ଏମିତି କହିଲେ ଭାଇଜାନ

author img

By ETV Bharat Odisha Team

Published : Nov 24, 2023, 1:36 PM IST

ସଲମାନ ଖାନଙ୍କ ନୂଆ ଚଳଚ୍ଚିତ୍ର 'ଟାଇଗର 3' ୧୨ ନଭେମ୍ବରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଏହି ସଫଳତାକୁ ସଲମାନ ଖାନ ବେଶ ଉପଭୋଗ କରୁଥିବା ବେଳେ ବର୍ତ୍ତମାନ ଏକ ସାକ୍ଷାତକାରରେ ସୁପରଷ୍ଟାର ଟ୍ୟାଗ ଏବହଂ ଫ୍ୟାନ୍ସ କ୍ରେଜ ବିଷୟରେ କଥାବାର୍ତ୍ତା କରିଛନ୍ତି ଭାଇଜାନ । କଣ କହିଛନ୍ତି ଜାଣନ୍ତୁ

'ମୁଁ ନିଜକୁ ସୁପରଷ୍ଟାର ଭାବୁନି', ସୁପରଷ୍ଟାର ଟ୍ୟାଗ ନେଇ ଏମିତି କହିଲେ ଭାଇଜାନ
'ମୁଁ ନିଜକୁ ସୁପରଷ୍ଟାର ଭାବୁନି', ସୁପରଷ୍ଟାର ଟ୍ୟାଗ ନେଇ ଏମିତି କହିଲେ ଭାଇଜାନ

ହାଇଦ୍ରାବାଦ: ବଲିଉଡ ଭାଇଜାନଙ୍କୁ କିଏ ବା ଜାଣେ । ସଲମାନ ଖାନଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ରହିଛି । ବର୍ତ୍ତମାନ ସଲମାନ ଖାନ ରିଲିଜ ଫିଲ୍ମ ଟାଇଗର ୩ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିଲେ । ଫଳରେ ଫିଲ୍ମଟି ନଭେମ୍ବର ୧୨ରେ ରିଲିଜ ହୋଇଥିଲା । ରିଲିଜ ପରେ ଫ୍ୟାନ୍ସ ଥିଏଟରେ ବାଣ ପୁଟାଇବା ସହ ସଲମାନଙ୍କ ପୋଷ୍ଟରରେ କ୍ଷୀର ଚଢାଇଥିଲେ । ତେବେ ବର୍ତ୍ତମାନ ଏକ ସାକ୍ଷାତକାରରେ ସଲମାନ ଅନେକ କଥା ନେଇ ପ୍ରତିକ୍ରିୟା ଦେଇଛନ୍ତି । 'ସୁପରଷ୍ଟାର' ଟ୍ୟାଗ ନେଇ କହିବା ସହ ଫ୍ୟାନ୍ସଙ୍କ କ୍ରେଜକୁ ନେଇ ମଧ୍ୟ ଭାଇଜାନ ପ୍ରତିକ୍ରିୟା ଦେଇଛନ୍ତି ।

  • #WATCH | On his film Tiger 3, actor Salman Khan says, " It was Diwali time and the World Cup was going on and everyone's interest was in that but despite that the numbers that we have received are wonderful...we're very grateful and happy about it" (23/11) pic.twitter.com/47HtERfPGp

    — ANI (@ANI) November 23, 2023 " class="align-text-top noRightClick twitterSection" data=" ">

ସୁପରଷ୍ଟାର ଟ୍ୟାଗ ନେଇ ଭାଇଜାନଙ୍କ ପ୍ରତିକ୍ରିୟା

ଏକ ସାକ୍ଷାତକାରରେ ସଲମାନ ଖାନ ସେ ପାଇଥିବା ସୁପରଷ୍ଟାର ଟ୍ୟାଗକୁ ପ୍ରକାଶ କରିଛନ୍ତି । ଏହି ସମୟରେ ସଲମାନଙ୍କୁ ପଚରାଯାଇଥିଲା କି ସେ ଅନୁଭବ କରୁଛନ୍ତି କି ଯେ ସେ ଯେଉଁଆଡେ ଯାଆନ୍ତି, ସେଠାରେ ସୁପରଷ୍ଟାରର ଟ୍ୟାଗ୍ ମିଳିଥାଏ ? ଏହା ଉପରେ ଭାଇଜାନ ଉତ୍ତର ଦେଇ କହିଛନ୍ତି, "ମୁଁ କେବେବି ଏହିପରି ଅନୁଭବ କରି ନାହିଁ । ମୁଁ କେବେ ସୁପରଷ୍ଟାର ଭଳି ଅନୁଭବ କରିନାହିଁ । ମୋର ଅଭ୍ୟାସ ସୁପରଷ୍ଟାର ଭଳି ନୁହେଁ । ମୁଁ ଯେଉଁଭଳି ଭାବରେ ଯାତ୍ରା କରେ, ମୁଁ ଯେଉଁ ପୋଷାକ ପିନ୍ଧିଥାଏ, ଏପରି କିଛି ନାହିଁ ଯାହା ମୋତେ ସୁପରଷ୍ଟାର କରିଥାଏ ।"

ସଲମାନ ଖାନ ଆହୁରି କହିଛନ୍ତି, "ମୋର ମନ ସେପରି ପ୍ରସ୍ତୁତ ନୁହେଁ । ମୋ ଭିତରେ କୌଣସି ସୁପରଷ୍ଟାର ଗୁଣ ନାହିଁ । ମୁଁ ଭାବୁନାହିଁ ସଲମାନ ଖାନ ଜଣେ ସୁପରଷ୍ଟାର । ଏସବୁ ବକବାସ୍ । ମୁଁ ଏହା କେବେ ଅନୁଭବ କରି ନାହିଁ । ମୁଁ ଖୁସି ଯେ କେବଳ ସକାଳୁ ଉଠୁଛି, କଫି ପିଉଛି ଏବଂ ମୋର ଦିନ ଆରମ୍ଭ ଭଲ କରୁଛି । ମୁଁ କେବଳ ସବୁବେଳେ ବେଷ୍ଟ୍‌ ଦେବାକୁ ଚାହିଁଥାଏ ।"

'ମୋ ପୋଷ୍ଟରରେ କ୍ଷୀର ଚଢାଅ ନାହିଁ'

ଏହି ସାକ୍ଷାତକାରରେ, ଯେତେବେଳେ ସଲମାନ ଖାନଙ୍କୁ ଥିଏଟରରେ ବାଣ ପୁଟାଇବା ଘଟଣା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଘଟଣା ନେଇ ସଲମାନ କହିଛନ୍ତି, 'ଥିଏଟରରେ ଫାୟାରକ୍ରାକର ଜାଳିବା ଅତ୍ୟନ୍ତ ବିପଦଜ୍ଜନକ ଏବଂ ଏହା କରିବା ଉଚିତ ନୁହେଁ ଏବଂ ଆଉ ଗୋଟିଏ କଥା, ପୋଷ୍ଟରରେ କ୍ଷୀର ଚଢାଇବା ମଧ୍ୟ ଠିକ୍ ନୁହେଁ । ମୁଁ ସ୍ବୀକାର କରେ ଯେ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ୍ ରହିଛି । ଏଣୁ ସେମାନେ ଉତ୍ସାହରୁ ଏହି ସବୁ କରନ୍ତି । ହେଲେ ଏସବୁ ଠିକ ନୁହେଁ । ପୋଷ୍ଟରରେ କ୍ଷୀର ଚଢାଇବା ପରିବର୍ତ୍ତେ ଗରିବ ପିଲାମାନଙ୍କୁ କ୍ଷୀର ବାଣ୍ଟିବା ବହୁତ ଭଲ ।

ଏହା ମଧ୍ୟ ପଢନ୍ତୁ: ୨୫୦ କୋଟି କ୍ଲବରେ ସାମିଲ ହେଲା ଟାଇଗର ୩, ସଫଳତା ନେଇ ଏମିତି କହିଲେ ଭାଇଜାନ

ଭାଇଜାନଙ୍କ ପୁରୁଣା ଜୋତା ପିନ୍ଧା ଫଟୋ ଭାଇରାଲ

ସେପଟେ ଭାଇଜାନଙ୍କ ଆଉ ଏକ ଫଟୋ ମଧ୍ୟ ଭାଇରାଲ ହେଉଛି । ଯେଉଁଥିରେ ସେ ପୁରୁଣା ବ୍ଲାକ୍‌ ରଙ୍ଗର ଜୋତା ପିନ୍ଧିଥିବାର ନଜର ଆସିଛନ୍ତି । ଭାଇଜାନଙ୍କ ଏହି ଫଟୋ ଭାଇରାଲ ପରେ ଫ୍ୟାନ୍ସ କମେଣ୍ଟ ବର୍ଷା କରୁଛନ୍ତି । ଅନେକ ପ୍ରଶଂସକ ସଲମାନ ଖାନଙ୍କ ସରଳତାର ପ୍ରଶଂସା କରୁଛନ୍ତି ଏବଂ ତାଙ୍କୁ ଜଣେ ଗୁଡ୍‌ ବୟ୍‌ ବୋଲି କହୁଛନ୍ତି । ସେପଟେ ବର୍ତ୍ତମାନ ଡିପଫେକ୍‌ ଭିଡିଓ ଭାଇରାଲ ହେଉଥିବା ବେଳେ ଭାଇଜାନ ମଧ୍ୟ ଏହାର ଶିକାର ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.