ଓଡିଶା

odisha

ଚେନ୍ନାଇରେ ବନ୍ୟା ପରିସ୍ଥିତିରେ ଫସିଥିଲେ ଆମୀର ଖାନ, ୨୪ଘଣ୍ଟା ପରେ ଏମିତି ହେଲେ ଉଦ୍ଧାର

By ETV Bharat Odisha Team

Published : Dec 6, 2023, 11:52 AM IST

Updated : Dec 6, 2023, 12:05 PM IST

Aamir Khan Rescued In Chennai Floods: 'ମିଗଜୋମ' ଘୂର୍ଣ୍ଣିବଳୟ ଫଳରେ ଚେନ୍ନାଇରେ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ଅନେକ ଧନଜୀବନ ନଷ୍ଟ ହୋଇଛି। ଏହାରି ମଧ୍ୟରେ ସାଧାରଣ ଲୋକଙ୍କ ବ୍ୟତୀତ ଆମୀର ଖାନ ଏବଂ ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ଏହି ଝଡ଼ରେ ଫସି ରହିଥିଲେ । ଯାହାଙ୍କୁ ୨୪ ଘଣ୍ଟା ପରେ ଅଗ୍ନିଶମ ଓ ଉଦ୍ଧାର ବିଭାଗ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ

ଚେନ୍ନାଇରେ ବନ୍ୟା ପରିସ୍ଥିତିରେ ଫସିଥିଲେ ଆମୀର ଖାନ, ୨୪ଘଣ୍ଟା ପରେ ଏମିତି ହେଲେ ଉଦ୍ଧାର
ଚେନ୍ନାଇରେ ବନ୍ୟା ପରିସ୍ଥିତିରେ ଫସିଥିଲେ ଆମୀର ଖାନ, ୨୪ଘଣ୍ଟା ପରେ ଏମିତି ହେଲେ ଉଦ୍ଧାର

ହାଇଦ୍ରାବାଦ: ସାଇକ୍ଲୋନିକ୍ ଝଡ଼ 'ମିଗଜୋମ' ଘୂର୍ଣ୍ଣିବଳୟର ପ୍ରଭାବ ଚେନ୍ନାଇରେ ଦେଖିବାକୁ ମିଳିଛି । ଫଳରେ ସହରରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ସାଧାରଣ ଲୋକଙ୍କ ବ୍ୟତୀତ ଆମୀର ଖାନ ଏବଂ ଅଭିନେତା ବିଷ୍ଣୁ ବିଶାଲ ସହରର କରାପକ୍କମ ଅଂଚଳରେ ଫସି ରହିଥିଲେ । ଅଭିନେତା ବିଷ୍ଣୁ ବିଶାଲ ସୋସିଆଲ ମିଡିଆ ମାଧ୍ୟମରେ ଫସି ରହିଥିବା ସୂଚନା ଦେଇଥିଲେ । ପରେ ଉଭୟଙ୍କୁ ୨୪ ଘଣ୍ଟା ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ ଉଦ୍ଧାର କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାର କରାପକ୍କମ ସ୍ଥିତ ତାଙ୍କ ଘରେ କୋଲିଉଡ ଅଭିନେତା ବିଷ୍ଣୁ ବିଶାଲଙ୍କ ସହ ରହିଥିଲେ । ସୋସିଆଲ ମିଡିଆରେ ବିଷ୍ଣୁ ବିଶାଲ ଏକ୍ସରେ ଘଟଣାର କିଛି ଫଟୋ ସେୟାର କରିଛନ୍ତି । ଏବଂ ନିଜ ଭଳି ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବାରୁ ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି । ସେୟାର ହୋଇଥିବା ଫଟୋରେ ଆମୀର ଖାନ ସେଲିବ୍ରିଟି ଦମ୍ପତି ବିଷ୍ଣୁ ବିଶାଲ ଏବଂ ଜୱାଲା ଗୁଟ୍ଟାଙ୍କ ସହ ନଜର ଆସିଛନ୍ତି । ତେବେ ସୋସିଆଲ ମିଡିଆରେ ଆମୀର ଖାନ ଏବଂ ବିଷ୍ଣୁ ବିଶାଲଙ୍କ ଉଦ୍ଧାରର ଫଟୋ ଭାଇରାଲ ହେବାରେ ଲାଗିଛି ।

ସେ ଏହି ଉଦ୍ଧାର ସମୟର ଫଟୋ ସେୟାର କରି ଆହୁରି ଲେଖିଛନ୍ତି ଯେ କରାପକ୍କମରେ ୩ଟି ଡଙ୍ଗାରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ ପ୍ରଭାବଶାଳୀ ଭାବେ ଉଦ୍ଧାର କାର୍ଯ୍ୟ କରିଛନ୍ତି । ତାମିଲନାଡୁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ସମସ୍ତ ପ୍ରଶାସନିକ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ସୁପରଷ୍ଟାର ଆମୀର ଖାନ୍‌ ।

ଏହାପୂର୍ବରୁ ବିଷ୍ଣୁ ବିନ କୌଣସି ବିଦ୍ୟୁତ ଓ ନେଟୱାର୍କ ବିନା ଚେନ୍ନାଇ ବାସଭବନରେ ଫସି ରହିଥିବା ସୂଚନା ଦେଇଥିଲେ । ତାଙ୍କ ଘରେ ପାଣି ଜମିଥିବା ବି ସେ ପ୍ରକାଶ କରିଥିଲେ । କରାପକ୍କମରେ ଜଳସ୍ତର ବୃଦ୍ଧି ପାଇଥିବାରୁ ସେ ସାହାଯ୍ୟ ପାଇଁ ଆଶା ପ୍ରକଟ କରିଥିଲେ । ଏଥିସହ ଚେନ୍ନାଇରେ ଅଗଣିତ ବ୍ୟକ୍ତିବିଶେଷଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ନେଇ ଦୁଃଖପ୍ରକାଶ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ଚେନ୍ନାଇରେ ବାତ୍ୟା ବିଭୀଷିକା; ୧୦ଲକ୍ଷ ଲେଖାଏଁ ସହାୟତା ଦେଲେ ଅଭିନେତା ସୂରିୟା-କାର୍ତ୍ତି

ସୂଚନା ଥାଉ କି, ଆମୀର ଖାନ ଗତ କିଛି ମାସ ହେବ ଚେନ୍ନାଇରେ ରହୁଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଅଭିନେତାଙ୍କ ମା' ଅସୁସ୍ଥ ହୋଇ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ବର୍ତ୍ତମାନ ଚେନ୍ନାଇର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆମୀର ଖାନ ତାଙ୍କ ମା'ଙ୍କ ସହ ରହିବାକୁ ଚାହାଁନ୍ତି । ଏଣୁ ଅଭିନେତା ଦୁଇ ମାସ ପାଇଁ ମୁମ୍ବାଇରୁ ଚେନ୍ନାଇକୁ ସ୍ଥାନାନ୍ତର ହୋଇଛନ୍ତି । ଆମୀରଙ୍କ ୱାର୍କଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ଆମୀର ଖାନ ଖୁବ୍‌ଶୀଘ୍ର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସୀତାରେ ଜମିନ୍ ପର'ରେ କାମ ଆରମ୍ଭ କରିବେ । ନିକଟରେ ଅଭିନେତା କହିଥିଲେ ଯେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ବିଷୟବସ୍ତୁ 'ତାରେ ଜମିନ୍ ପର' ଫିଲ୍ମ ସହ ସମାନ ।

Last Updated : Dec 6, 2023, 12:05 PM IST

ABOUT THE AUTHOR

...view details