ଓଡିଶା

odisha

ହସ୍ପିଟାଲରେ ବାବୁସାନ, ଜାରି ରହିଛି ଚିକିତ୍ସା

By

Published : Sep 23, 2022, 8:39 AM IST

ଅସୁସ୍ଥ ବାବୁସାନ, ହସ୍ପିଟାଲରେ ଜାରି ରହିଛି ଚିକିତ୍ସା

ଅସୁସ୍ଥ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ୫ଦିନ ହେଲା ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ

ଭୁବନେଶ୍ବର:ହସ୍ପିଟାଲରେ ଭର୍ତ୍ତି ହେଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି(Odia Film Actor Babusan Mohanty), ଅସୁସ୍ଥ ଅନୁଭବ କରିବାରୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଗତ ୬ ଦିନ ହେବ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୬ ଜଣିଆ ଡାକ୍ତରୀ ଦଳ ବାବୁସାନଙ୍କ ଚିକିତ୍ସା କରୁଛନ୍ତି । ବାବୁସାନ ହସ୍ପିଟାଲ ବେଡରେ ଶୋଇଥିବାର ଏକ ଫଟୋ 'ଦମନ' ଫିଲ୍ମର ନିର୍ଦ୍ଦେଶକ ବିଶାଳ ମୋର୍ଯ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ ବାବୁସାନଙ୍କ ଆଶୁଆରୋଗ୍ୟ କାମ କରି ତମ ବିନା 'ଦମନ' ଫିଲ୍ମ ପ୍ରମୋସନ ଅଧୁରା ବୋଲି ଲେଖିଛନ୍ତି ନିର୍ଦ୍ଦେଶକ ବିଶାଳ । ତେବେ କୁହାଯାଉଛି ଯେ ଅମ୍ଳଜାନ ସ୍ତର କମିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଅସୁସ୍ଥ ବାବୁସାନ, ହସ୍ପିଟାଲରେ ଜାରି ରହିଛି ଚିକିତ୍ସା

ସୂଚନା ଅନୁଯାୟୀ ଆଗକୁ ପରଦା ଉପରକୁ ଆସିବାକୁ ଯାଉଛି ବାବୁସାନଙ୍କ ଅଭିନିତ ଫିଲ୍ମ 'ଦମନ', ଏଥି ପାଇଁ କିଛିଦିନ ସେ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିଲେ, ଫିଲ୍ମ ପ୍ରମୋସନ ପାଇଁ ଗତ କିଛିଦିନ ପୂର୍ବରୁ ସେ ଲଦାଖ ଯାଇଥିଲେ । ସେଠାରେ ବାଇକ ଚଳାଇବା ପରେ ତାଙ୍କର ଅମ୍ଳଜାନ ସ୍ତର କମିଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ବର ଫେରିଥିଲେ, ପୁଣି ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା, ଗତ ୫ଦିନ ହେବ ସେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ନିକଟରେ ତାଙ୍କ ପରିବାର ସଦସ୍ୟ ଓ ପତ୍ନୀ ରହିଛନ୍ତି । ଆଉ କିଛିଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିବେ । ଏହି ଖବର ଜଣାପଡିବା ପରେ ବାବୁସାନଙ୍କ ପ୍ରଶଂସଙ୍କ ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ।

କିଛିଦିନ ପୂର୍ବେ ଅଭିନେତ୍ରୀ ପ୍ରକୃତିଙ୍କ ସହ ସମ୍ପର୍କକୁ ନେଇ ବିବାବଦକୁ ଆସିଥିଲେ ବାବୁସାନ । ଏହାପରେ ଭିଡିଓ ଜାରି କରି ସେ ଓଡିଶାବାସୀଙ୍କୁ ଭୁଲ ମାଗିଥିଲେ । ଏକ ୩୭ ସେକେଣ୍ଡର ଭିଡିଓ ଜାରି କରି ହୋଇଥିବା ଘଟଣାର ଭୁଲ ମାଗିଥିଲେ । ଏହାସହ ତାଙ୍କ ପତ୍ନୀ ଓ ପରିବାରର କିଛି କ୍ଷତି ହେବାକୁ ଦେବେନି ବୋଲି ପ୍ରତିଶୃତି ଦେଇଥିଲେ । ''କିଛି ଦିନ ତଳେ ଯେଉଁ ଘଟଣାଟି ହୋଇଥିଲା, ତାହାକୁ ନେଇ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି । ମୋ ପତ୍ନୀ ତୃପ୍ତି ଓ ଶ୍ବଶୁର ଲଲିତ ଶତପଥୀଙ୍କୁ ମଧ୍ୟ ଭୁଲ ମାଗୁଛି । ଏପରିକି ମୋ ପତ୍ନୀ ଓ ଶ୍ବଶୁରଙ୍କ ନାଁରେ ଏକ କେସ ହୋଇଥିଲା । ଯେଉଁଥି ପାଇଁ ମୋ ପରିବାର ବହୁତ କଷ୍ଟ ପାଇଲେ । ଏଭଳି ଭୁଲ ଆଉ କେବେ ହେବ ନାହିଁ ବୋଲି ଭିଡିଓରେ କହିଥିଲେ ବାବୁସାନ'' ।

ABOUT THE AUTHOR

...view details