ଓଡିଶା

odisha

ବସ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

By

Published : Jan 26, 2020, 4:59 PM IST

ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟରେ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ
ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

ସମ୍ବଲପୁର: ଜିଲ୍ଲାର ଯୁଯୁମୁରା ନିକଟରେ ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ 2 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ସମ୍ବଲପୁର ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇଥିବା ବସର ଡ୍ରାଇଭର, କଣ୍ଡକ୍ଟର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ତାଙ୍କୁ ପୋଲିସ ଗିରଫ କରିଛି। ବସଟି ରେଢ଼ାଖୋଲରୁ ସମ୍ବଲପୁର ଆସୁଥିବା ବେଳେ ଟ୍ରାକ୍ଟରଟି ବିପରୀତ ଦିଗରୁ ଆସୁଥିଲା।

ବସ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା; 2 ଶ୍ରମିକ ମୃତ

ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ସମ୍ବଲପୁର-କଟକ ଜାତୀୟ ରାଜପଥ କାମରେ ନିୟୋଜିତ ହୋଇଥିଲା। ଶ୍ରମିକ ଟ୍ରାକ୍ଟରରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କାମ ପାଇଁ ଯାଉଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details