ଓଡିଶା

odisha

ଭିଜିଲାନ୍ସ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

By

Published : Aug 9, 2019, 8:57 PM IST

ଇସ୍ପାତ କାରଖାନାର ମୁଖ୍ୟ ସହକାରୀ ଭିଜିଲାନ୍ସ ଅଫିସରଙ୍କ ଘରେ ପଶିଲେ ଚୋର । ଲୁଟିନେଲେ ନଗଦ ଟଙ୍କା ସହ ବହୁ ମୂଲ୍ୟବାନ ପଦାର୍ଥ । ତାଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଇସ୍ପାତ କାରଖାନାର ମୁଖ୍ୟ ସହକାରୀ ଭିଜିଲାନ୍ସ ଅଫିସରଙ୍କ ଘରୁ ଲୁଟ । ତାଙ୍କ ଅନୁପସ୍ଥିତିରେ ଦୁର୍ବୃତ୍ତମାନେ ତାଙ୍କର କ୍ବାଟର ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା, ତମ୍ବା ପିତ୍ତଳ ବାସନ, ନଗଦ ଟଙ୍କା ଚୋରି କରିଛନ୍ତି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଖବର ମୁତାବାକ, ଭିଜିଲାନ୍ସ ଅଧିକାରୀ ଏସି ସେଠୀ ସପରିବାର ଭୁବନେଶ୍ବର ଯାଇଥିଲେ । ଶୁକ୍ରବାର ଦିନ ତାଙ୍କ ଘର କବାଟ ଭଙ୍ଗା ଯାଇଥିବା ସେମାନେ ରାଉରକେଲା ଫେରି ଦେଖିଥିଲେ । ସେକ୍ଟର-19 ସ୍ଥିତ ସି/14 କ୍ବାଟର ଘରୁ ଚୋରି ହୋଇଥିବା ଖବର ପୋଲିସକୁ ଜଣାଇବା ପରେ ସ୍ଥାନୀୟ ପୋଲିସ ଓ ସିଆଇଏସଏଫ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ତେବେ ଭିଜିଲାନ୍ସ ଅଧିକାରୀଙ୍କ ଘର ସୁରକ୍ଷିତ ନଥିବାବେଳେ ସାଧାରଣ ରାଉରକେଲାବାସୀଙ୍କ ଘର କେତେ ସୁରକ୍ଷିତ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଉରକେଲାରେ ସିନ୍ଧି ଚୋରଙ୍କ ଉତ୍ପାତ ରୋକିବା ପାଇଁ ପୋଲିସକୁ ଦୃଢ ପଦକ୍ଷେପ ନେବା ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details