ଓଡିଶା

odisha

ନାହିଁ ଡ୍ରେନେଜ ବ୍ୟବସ୍ଥା: ବର୍ଷା ଜଳକୁ ନେଇ ହନ୍ତସନ୍ତ ୱାର୍ଡବାସୀ

By

Published : Dec 6, 2021, 10:35 PM IST

Updated : Dec 6, 2021, 10:41 PM IST

ବାତ୍ୟା ଜୱାଦ ଟଳିଲା। ବର୍ଷା ବି ଛାଡିଲା । କିନ୍ତୁ ରାସ୍ତା ଉପରେ ଲହଡି ମାରୁଛି ବର୍ଷା ଜଳ। ଦୁର୍ଗନ୍ଧ ଏବଂ ଦୂଷିତ ଜଳରେ ଘାଣ୍ଟି ହେଉଛନ୍ତି ପୁରୀ ୧ ନମ୍ବର ଓ୍ବାର୍ଡର ମାଟିତୋଟା ବାସିନ୍ଦା। ଅଧିକ ପଢନ୍ତୁ

ନାହିଁ ଡ୍ରେନେଜ ବ୍ୟବସ୍ଥା: ବର୍ଷା ଜଳକୁ ନେଇ ହନ୍ତସନ୍ତ ୱାର୍ଡବାସୀ
ନାହିଁ ଡ୍ରେନେଜ ବ୍ୟବସ୍ଥା: ବର୍ଷା ଜଳକୁ ନେଇ ହନ୍ତସନ୍ତ ୱାର୍ଡବାସୀ

ପୁରୀ :ବାତ୍ୟା ଜୱାଦ ଟଳିଲା। ବର୍ଷା ବି ଛାଡିଲା। କିନ୍ତୁ ରାସ୍ତା ଉପରେ ଲହଡି ମାରୁଛି ବର୍ଷା ଜଳ। ଦୁର୍ଗନ୍ଧ ଏବଂ ଦୂଷିତ ଜଳରେ ଘାଣ୍ଟି ହେଉଛନ୍ତି ପୁରୀ ୧ ନମ୍ବର ଓ୍ବାର୍ଡର ମାଟିତୋଟା ବାସିନ୍ଦା। ଏହି ଅଞ୍ଚଳରେ ନା ଅଛି ଡ୍ରେନେଜ ବ୍ୟବସ୍ଥା। ନାଁ ରହିଛି ଜଳ ନିଷ୍କାସନ ବ୍ୟବସ୍ଥା। ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଏହି ୱାର୍ଡର ବାସିନ୍ଦା ଭୋଗୁଥିବାବେଳେ ଏହାର ସ୍ଥାୟୀ ସମାଧାନ କରୁନାହିଁ ପୌର ପ୍ରଶାସନ। ପୁରୀ ସହରବାସୀଙ୍କୁ ସେବା ଯୋଗାଇ ଦେବା ପାଇଁ ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ଵ ଥିବାବେଳେ ତାଙ୍କର ଅପାରଗତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ୱାର୍ଡବାସିନ୍ଦା ।

ନାହିଁ ଡ୍ରେନେଜ ବ୍ୟବସ୍ଥା: ବର୍ଷା ଜଳକୁ ନେଇ ହନ୍ତସନ୍ତ ୱାର୍ଡବାସୀ

ତେବେ ଶୀଘ୍ର ସମସ୍ୟା ସମାଧାନ ନ ହେଲେ । ଆଗାମୀ ପୌର ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ୧ନମ୍ବର ୱାର୍ଡ ବାସିନ୍ଦା । ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ସ୍ବଳ୍ପ ବର୍ଷା ହୋଇଥିବାବେଳେ କୌଣସି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇନ ଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ। ତେବେ ପ୍ରଶ୍ନ ଉଠୁଛି ? ୧ନମ୍ବର ୱାର୍ଡ ମାଟିତୋଟା ଅଞ୍ଚଳରେ ଆଜି ଯାଏଁ କାହିଁକି ଡ୍ରେନେଜ ବ୍ୟବସ୍ଥା କରିପାରି ନାହିଁ ପ୍ରଶାସନ?

ସେପଟେ ସ୍ବଚ୍ଛତା ନାଁରେ ଡିଣ୍ଡିମ ପିଟୁଥିବା ପୁରୀ ପୌର ପ୍ରଶାସନ ପବିତ୍ର ପୁରୀ ଗର୍ବ ଆମରି ଯୋଜନା କାହାପାଇଁ କରିଛନ୍ତି । ସେନେଇ ପ୍ରଶ୍ନ ଉଠାଇଛନ୍ତି ୱାର୍ଡ ବାସିନ୍ଦା। ପୁରୀ ପୌରାଞ୍ଚଳରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରିତା ନେଇ ପୌର ପ୍ରଶାସନର କାର୍ଯ୍ୟ ନିର୍ବାହୀ ଅଧିକାରୀ କେବଳ ସରକାରୀ ବୈଠକରେ ସୀମିତ ନ ରହି ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଲେ ସହରର ଅନେକ ସମସ୍ୟା ସମାଧାନ ହୋଇପାରନ୍ତା ବୋଲି ପୁରୀ ସହରବାସୀ ମତ ରଖିଛନ୍ତି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Dec 6, 2021, 10:41 PM IST

ABOUT THE AUTHOR

...view details