ଓଡିଶା

odisha

ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ

By

Published : Aug 5, 2020, 5:52 PM IST

ଚଳିତ ବର୍ଷ ଐତିହାସିକ ରଥଯାତ୍ରାର ସ୍ମୃତି ସାଇତା ରଖାଯିବା ଉଦ୍ଦେଶ୍ୟରେ ତିନି ରଥ ସଂରକ୍ଷଣ ହେବ । ଜଗନ୍ନାଥ ବଲ୍ଲଭରେ ଏକ ସ୍ବତନ୍ତ୍ର ସ୍ଥାନରେ ଏହି ତିନି ରଥ ରଖାଯିବ। ଏହି କ୍ରମରେ ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ । ଅଧିକ ଖବର ପଢନ୍ତୁ...

ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ
ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ

ପୁରୀ:ଚଳିତ ବର୍ଷ ଐତିହାସିକ ରଥଯାତ୍ରାର ସ୍ମୃତି ସାଇତା ରଖାଯିବା ଉଦ୍ଦେଶ୍ୟରେ ତିନି ରଥ ସଂରକ୍ଷଣ ହେବ। ଜଗନ୍ନାଥ ବଲ୍ଲଭରେ ଏକ ସ୍ବତନ୍ତ୍ର ସ୍ଥାନରେ ଏହି ତିନି ରଥ ରଖାଯିବ। ଫଳରେ ଦେଶ ବିଦେଶରୁ ଆସୁଥିବା ଭକ୍ତ ମାନେ ମହାପ୍ରଭୁଙ୍କ ରଥକୁ ବର୍ଷର ସବୁ ସମୟରେ ଦେଖି ପାରିବେ । ଏହି କାର୍ଯ୍ୟ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି।

ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ

ଅତି ସାବଧାନ ସହକାରେ ତିନି ରଥକୁ ଖୋଲା ଯାଉଛି । ବୁଧବାର ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ ଶେଷ ହୋଇଛି । ରଥ ବାହାରୁ ଥିବା ସମସ୍ତ ଅଂଶ ଗୁଣ୍ଡିଚା ମନ୍ଦିରରେ ସୁରକ୍ଷିତ ଭାବେ ରଖାଯାଉଛି। ଗୁରୁବାର ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ରଥ ଖୋଲା ଯିବ । ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଖୋଲା ଯିବ । ରଥର ପ୍ରତ୍ୟେକ ଅଂଶକୁ ସୁରକ୍ଷିତ ଭାବେ ରଖାଯିବ ।

ଶେଷ ହେଲା ଦେବୀ ସୁଭଦ୍ରାଙ୍କ ରଥ ଖୋଲା କାର୍ଯ୍ୟ

ସମ୍ପୂର୍ଣ୍ଣ ତିନି ରଥ ଖୋଲା ଯିବାରେ ଏହି ଜିନିଷ ଗୁଡ଼ିକ ନିଆଯାଇ ଜଗନ୍ନାଥ ବଲ୍ଲଭରେ ଚିହ୍ନଟ ହୋଇଥିବା ଏକ ସ୍ବତନ୍ତ୍ର ସ୍ଥାନରେ ସୁରକ୍ଷିତ ଭାବେ ପୁନର୍ବାର କାଠ ଗୁଡିକ ଯୋଡ଼ାଯାଇ ତିନି ରଥକୁ ପ୍ରସ୍ତୁତ କରି ରଖାଯିବ। ରଥ ଯେଭଳି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ସେ ନେଇ ବ୍ୟବସ୍ଥା ହେବ। ତେବେ ଶ୍ରୀମନ୍ଦିର ସମ୍ମୁଖରେ ଥିବା ତିନି ରଥ ଖୋଲା ଚାଲିଥିବା ବେଳେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସେବକ ଓ କମାର ସେବକ ମୁଖ୍ୟତଃ ଏହି କାର୍ଯ୍ୟକୁ ଦାୟିତ୍ବ ସହକାରେ କରୁଛନ୍ତି ।

ଗତ ଜୁଲାଇ 22 ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ତିନି ରଥ କୁ ସଂରକ୍ଷିତ କରି ରଖାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇ ଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details