ଓଡିଶା

odisha

ବାଲିଯାତ୍ରାରେ ପ୍ଲଟ୍‌ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ

By

Published : Oct 10, 2022, 7:15 PM IST

କଟକର ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଚଳିତବର୍ଷ ନିଲାମ ପ୍ରକ୍ରିୟାରେ ପ୍ଲଟ ଆବଣ୍ଟନ ହେବ । ତେବେ ଏହି ପ୍ରକ୍ରିୟାକୁ ନେଇ ପ୍ରଥମ ଦିନରୁ ବିବାଦ ଉପୁଜିଥିଲେ ମଧ୍ୟ ଅନେକ ବ୍ୟବସାୟୀ ପଞ୍ଜିକରଣ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଉପଜିଲ୍ଲାପାଳ ପ୍ରତାପ ବେହେରା । ଅଧିକ ପଢ଼ନ୍ତୁ

ବାଲିଯାତ୍ରାରେ ପ୍ଲଟ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ
ବାଲିଯାତ୍ରାରେ ପ୍ଲଟ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ

କଟକ: ଚଳିତବର୍ଷ ପ୍ରଥମ ଥର ପାଇଁ ନିଲାମ ପ୍ରକ୍ରିୟାରେ ହେଉଛି ବାଲିଯାତ୍ରାର ପ୍ଲଟିଂ ଆବଣ୍ଟନ ପ୍ରକ୍ରିୟା । ଏହି ପ୍ରକ୍ରିୟା ଗତ ଦୁଇଦିନ ହେବ ଚାଲିଥିବାବେଳେ ଆସନ୍ତା ଶନିବାର ପଞ୍ଜିକରଣର ଶେଷ ଦିନ । ଏହି ପ୍ରକ୍ରିୟାକୁ ନେଇ ପ୍ରଥମ ଦିନରୁ ବିବାଦ ଉପୁଜିଥିଲେ ମଧ୍ୟ ଅନେକ ବ୍ୟବସାୟୀ ପଞ୍ଜିକରଣ କରିବା ଆରମ୍ଭ କରିଛନ୍ତି । ବାଲିଯାତ୍ରାରେ ବ୍ୟବସାୟ କରିବାକୁ ଚାହୁଁଥିବା ବ୍ୟବସାୟୀମାନେ ୫ ହଜାର ଟଙ୍କା ଦେଇ ଏହି ପଞ୍ଜିକରଣ କରୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଉପଜିଲ୍ଲାପାଳ ପ୍ରତାପ ବେହେରା ।

ବାଲିଯାତ୍ରାରେ ପ୍ଲଟ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ

ଏହି ପ୍ରକ୍ରିୟା ସ୍ବଚ୍ଛ ଏବଂ ପ୍ରକୃତ ବ୍ୟବସାୟୀ ଏହାଦ୍ବାରା ଉପକୃତ ହେବେ ବୋଲି ଉପଜିଲ୍ଲାପାଳ ତଥା ନୋଡାଲ ଅଫିସର କହିଛନ୍ତି । ଏହି ପ୍ରକ୍ରିୟାରେ ଦଲାଲମାନଙ୍କୁ ହତାସ ହେବାକୁ ପଡିଛି । କାରଣ ଏହି ପ୍ରକ୍ରିୟାରେ କେବଳ ବ୍ୟବସାୟୀମାନେ ସିଧାସଳଖ ଭାବରେ ସାମିଲ ହେବେ ଏବଂ ପ୍ରକୃତ ଅର୍ଥ ଦେଇ ବ୍ୟବସାୟ କରିପାରିବେ । ପୂର୍ବରୁ ମଧ୍ୟସ୍ଥତା ମାଧ୍ୟମରେ ବ୍ୟବସାୟୀମାନେ ବ୍ୟବସାୟ କରୁଥିଲେ । ପ୍ରଥମରୁ ଏହି ପଞ୍ଜିକରଣ ପ୍ରକ୍ରିୟାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦ୍ଵନ୍ଦ୍ବ ରହିଥିଲା । ମାତ୍ର ଏବେ ସେମାନେ ପ୍ରକୃତ କଥା ଜାଣି ପଞ୍ଜିକରଣ କରୁଛନ୍ତି । ତେବେ ଭଲ ରେସପନ୍ସ ରହୁଥିବା ଉପଜିଲ୍ଳାପାଳ ତଥା ବାଲିଯାତ୍ରା ନୋଡାଲ ଅଫିସର କହିଛନ୍ତି । ସେହିପରି ଚଳିତବର୍ଷ ବାଲିଯାତ୍ରା ପାଇଁ ପ୍ରାୟ ୧୭ ଶହ ପ୍ଲଟ ନିଲାମ ପ୍ରକ୍ରିୟାରେ ବିକ୍ରୟ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

ପ୍ରତିକ୍ରିୟାରେ କଟକ ଉପଜିଲ୍ଲାପାଳ ପ୍ରତାପ ବେହେରା କହିଛନ୍ତି, "ଏହି ପଞ୍ଜିକରଣ ପ୍ରକ୍ରିୟା ଗତ ଦୁଇ ଦିନରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ବ୍ୟବସାୟୀଙ୍କର ଅଧିକା ଭିଡ଼ ଥିଲା । ଆସନ୍ତା ଶନିବାର ଏହି ପ୍ରକ୍ରିୟା ଶେଷ ହେବାକୁ ଥିବାରୁ ଆମେ ଆଶା କରୁଛୁ ପଞ୍ଜିକରଣ ପାଇଁ ଆଗକୁ ଆହୁରି ଗହଳି ହେବ । ତେବେ ଏହା ନିଶ୍ଚିତ ଭାବରେ ଏକ ଭଲ ପ୍ରକ୍ରିୟା । ପ୍ରକୃତ ବ୍ୟବସାୟୀମାନେ ଏହାଦ୍ବାରା ଉପକୃତ ହେବେ ।" ତେବେ ଏହି ପ୍ରକ୍ରିୟାରେ ଲୋକଙ୍କର ଭଲ ରେସପନ୍ସ ରହିଥିବା ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details