ଓଡିଶା

odisha

କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ ପ୍ରସଙ୍ଗ, ସବିଶେଷ ତଥ୍ୟ ମାଗିଲେ ହାଇକୋର୍ଟ

By

Published : Jun 30, 2022, 2:01 PM IST

ହାଇକୋର୍ଟରେ ମା' କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲା । ଆଜି ଶୁଣାଣି କରି ସରକାରଙ୍କୁ ପ୍ରକଳ୍ପର ସବିବେଷ ତଥ୍ୟ ମାଗିଲେ ହାଇକୋର୍ଟ । ଅଧିକ ପଢନ୍ତୁ

କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ ପ୍ରସଙ୍ଗ, ସବିଶେଷ ତଥ୍ୟ ମାଗିଲେ ହାଇକୋର୍ଟ
କଟକ ଚଣ୍ଡୀ ମନ୍ଦିର ପ୍ରକଳ୍ପ ପ୍ରସଙ୍ଗ, ସବିଶେଷ ତଥ୍ୟ ମାଗିଲେ ହାଇକୋର୍ଟ

କଟକ:ହାଇକୋର୍ଟରେ ମା' କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ମାମଲା । ଆଜି ଶୁଣାଣି କରି ସରକାରଙ୍କୁ ପ୍ରକଳ୍ପର ସବିବେଶ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ଚଣ୍ଡି ମନ୍ଦିର ପାଇଁ ଜମି ଅଧିଗ୍ରହଣ ମାମଲାର ସବିଶେଷ ତଥ୍ୟ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ ସରକାର । ଜୁଲାଇ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ଏକ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ଆବେଦନକାରୀଙ୍କୁ ସତ୍ୟାପାଠ କପି ପ୍ରଦାନ କରିବାରୁ ମଧ୍ୟ ନିର୍ଦ୍ଦେଶ ହୋଇଛି । କଟକର ଐତିହାସିକ ଚଣ୍ଡିମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା କଲେଜର ପ୍ରାୟ ୩୦୦୦ ବର୍ଗ ଫୁଟ ଜମିକୁ ଅଧିଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସମ୍ପୃକ୍ତ ଜମିରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଖେଳ ପଡିଆ ରହିଛି । ଏହାକୁ ଏକ ଧାର୍ମିକ ଅନୁଷ୍ଠାନ ପାଇଁ ଅଧିଗ୍ରହଣ କରିବା ବେଆଇନ ବୋଲି ଦର୍ଶାଇ ମାମଲା ରୁଜୁ କରାଯାଇଥିଲା।

ଶିକ୍ଷାନୁଷ୍ଠାନ ଭଳି ଏକ ଅନୁଷ୍ଠାନର ଜମିକୁ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଇଁ ବ୍ୟବହାର କରିବା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଅନ୍ୟପଟେ ସବୁକିଛି ଆଇନ ଅନୁଯାୟୀ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ଇଟିିଭି ଭାରତ, କଟକ

ABOUT THE AUTHOR

...view details