ଓଡିଶା

odisha

ଭୋଟ ପାଇଁ ଉତ୍ସାହିତ ଭୋଟର: ଗତ ନିର୍ବାଚନ ଅପେକ୍ଷା ଅଧିକ ରହିଛି ମତଦାନ ପ୍ରତିଶତ

By

Published : Feb 18, 2022, 6:29 AM IST

ଆସିଲା ତୁଳନାତ୍ମକ ଛବି । ଗଣତନ୍ତ୍ରର ମହାପର୍ବରେ ବଢୁଛି ଉତ୍ସାହ। ମତଦାନ ପାଇଁ ଭୋଟର ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । 2022 ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମତଦାନ ଏହା ହିଁ ପ୍ରମାଣ କରୁଛି । ଅଧିକ ପଢନ୍ତୁ

ଭୋଟ ପାଇଁ ଉତ୍ସାହିତ ଭୋଟର : ଗତ ନିର୍ବାଚନ ଅପେକ୍ଷା ଅଧିକ ରହିଛି ମତଦାନ ପ୍ରତିଶତ
ଭୋଟ ପାଇଁ ଉତ୍ସାହିତ ଭୋଟର : ଗତ ନିର୍ବାଚନ ଅପେକ୍ଷା ଅଧିକ ରହିଛି ମତଦାନ ପ୍ରତିଶତ

ଭୁବନେଶ୍ବର:ଆସିଲା ତୁଳନାତ୍ମକ ଛବି । ଗଣତନ୍ତ୍ରର ଗଣପର୍ବରେ ବଢୁଛି ଉତ୍ସାହ। ମତଦାନ ପାଇଁ ଭୋଟର ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । 2022 ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମତଦାନ ଏହା ହିଁ ପ୍ରମାଣ କରୁଛି ।

2017 ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟରେ ମୋଟ 76.65 ପ୍ରତିଶତ ମତଦାନ ହୋଇଥିବା ବେଳେ 2022ରେ ପ୍ରଥମ ପର୍ଯ୍ୟାୟରେ ମୋଟ ମତଦାନ 77.2 ପ୍ରତିଶତ ରହିଛି । ଯାହା ଗତ ନିର୍ବାଚନ ଅପେକ୍ଷା ଅଧିକ ରହିଛି । ସେହିପରି 2017ରେ ସର୍ବାଧିକ ମତଦାନ ବୌଦ୍ଧ ଜିଲ୍ଲାରେ 86.2 ପ୍ରତିଶତ ହୋଇଥିବା ବେଳେ 2022ରେ ସର୍ବାଧିକ ମତଦାନ ବୌଦ୍ଧ ଜିଲ୍ଲାରେ 84.7ପ୍ରତିଶତ ରହିଛି।

ଏହାବି ପଢନ୍ତୁ :MedaramJatara2022: ଏସିଆର ସର୍ବବୃହତ ଆଦିବାସୀ ମେଳାରେ ଜମୁଛି ଭିଡ

ସେହିପରି 2017ରେ ବଲାଙ୍ଗୀରରେ ସର୍ବନିମ୍ନ 60 ପ୍ରତିଶତ ମତଦାନ ହୋଇଥିବା ବେଳେ 2022 ରେ ଗଞ୍ଜାମ ଜିଲ୍ଲାରେ 64.96 ପ୍ରତିଶତ ମତଦାନ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନ ରେ 80 ପ୍ରତିଶତ ଉପରେ ମତଦାନ 8 ଟି ଜିଲ୍ଲାରେ ରେକର୍ଡ କରାଯାଇଛି । 21ଟି ଜିଲ୍ଲାରେ 70 ପ୍ରତିଶତ ଭୋଟିଂ ହୋଇଛି । ଗୋଟିଏ ଜିଲ୍ଲାରେ 60 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details