ଓଡିଶା

odisha

ଭାରତ ବନ୍ଦ ସମର୍ଥନରେ ବାହାରିଲେ ପଞ୍ଜାବୀ ସମୁଦାୟ

By

Published : Dec 8, 2020, 9:49 PM IST

କୃଷକ ସଂଘର୍ଷ ସମନ୍ୱୟ ସମିତି ଡ଼ାକରାରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଯେଉଁଥିରେ ଦେଶର ବିଭିନ୍ନ ଭିନ୍ନ ଭିନ୍ନ 18 ଟି ରାଜନୈତିକ ଦଳ ଓ ଅନେକ କୃଷକ ଓ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ପଞ୍ଜାବୀ ସମୁଦାୟ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଭାରତ ବନ୍ଦ ସମର୍ଥନରେ ବାହାରିଲେ ପଞ୍ଜାବୀ ସମୁଦାୟ
ଭାରତ ବନ୍ଦ ସମର୍ଥନରେ ବାହାରିଲେ ପଞ୍ଜାବୀ ସମୁଦାୟ

ଭୁବନେଶ୍ବର: କୃଷକ ସଂଘର୍ଷ ସମନ୍ୱୟ ସମିତି ଡ଼ାକରାରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଯେଉଁଥିରେ ଦେଶର ବିଭିନ୍ନ ଭିନ୍ନ ଭିନ୍ନ 18 ଟି ରାଜନୈତିକ ଦଳ ଓ ଅନେକ କୃଷକ ଓ ଶ୍ରମିକ ସଂଗଠନ ସାମିଲ ହୋଇଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ପଞ୍ଜାବୀ ସମୁଦାୟ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ମହିଳା ଓ ପୁରୁଷଏକାଧିକ ପଞ୍ଜାବୀ ଲୋକମାନେ ଗୁରୁଦ୍ୱାର ଠାରୁ ରାମ ମନ୍ଦିର ଦେଇ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ । ହାତରେ ପ୍ଲାକାର୍ଡ ଓ ସ୍ଲୋଗାନ ଦେଇ କେନ୍ଦ୍ର ସରକାରଙ୍କ ଦ୍ବାରା ଆର୍ଡିନାନ୍ସ ଦ୍ୱାରା ପାସ ହୋଇଥିବା କୃଷି ଆଇନକୁ ବିରୋଧ କରିଥିଲେ । ଦେଶରେ କୃଷକ ରହିଲେ ଆମେ ଖାଇବାକୁ ପାଇବା ଓ ଅନ୍ୟ ସବୁ କାର୍ଯ୍ୟ ଠିକ ହେବ ବୋଲି ଏଥିରେ ସାମିଲ ହୋଇଥିବା ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି ।

ଭାରତ ବନ୍ଦ ସମର୍ଥନରେ ବାହାରିଲେ ପଞ୍ଜାବୀ ସମୁଦାୟ

ସବୁବେଳେ କୃଷକଙ୍କ ସାଥିରେ ଅଛି ନବନିର୍ମାଣ କୃଷକ ସଙ୍ଗଠନ

ସବୁବେଳେ ଚଷା ଭାଇମାନଙ୍କ ସାଥିରେ ଅଛି ନବନିର୍ମାଣ କୃଷକ ସଙ୍ଗଠନ । ତାଙ୍କ ହକ ପାଇଁ ସଂଗଠନ ଲଢେଇ କରିଆସିଛି । ଆଉ ଆଜିର ଏହି ଭାରତ ବନ୍ଦରେ ମଧ୍ୟ ସାମିଲ ହୋଇଛି। କେନ୍ଦ୍ର ସରକାର କର୍ପୋରେଟ ସ୍ୱାର୍ଥରେ କୃଷକମାନଙ୍କ କ୍ଷତି କଲାଭଳି ଆଣିଥିବା କୃଷି ଆଇନକୁ ସଂଗଠନ ପକ୍ଷରୁ ପ୍ରଥମରୁ ବିରୋଧ କରାଯାଇ ଆସୁଛି । ଆଉ ଆଜିର ଏହି ବନ୍ଦକୁ ଜନସାଧାରଣ ଯେଉଁଭଳି ଭାବେ ସମର୍ଥନ ଦେଇଛନ୍ତି ସେଥିରୁ କେନ୍ଦ୍ର ସରକାର ସବୁ ଜାଣିଯିବା କଥା । କର୍ପୋରେଟ ସପକ୍ଷବାଦୀ ଏହି ନିୟମକୁ ତୁରନ୍ତ ବାତିଲ କରି ସେମାନଙ୍କୁ ସ୍ବାଭିମାନର ସହ ବଞ୍ଚିବାକୁ ଦେବାକୁ ସଂଗଠନ ପକ୍ଷରୁ କୁହାଯାଇଛି । ସରକାର ଏହି ଆନ୍ଦୋଳନରୁ ଶିକ୍ଷା ଗ୍ରହଣ ନକଲେ ଆଗାମୀ ଦିନରେ ଯେଉଁ ଭୟାବହ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ସଂଯୋଜକ ଶେଷଦେଵ ନନ୍ଦ ପ୍ରକାଶ କରିଛନ୍ତି।

ସବୁବେଳେ କୃଷକଙ୍କ ସାଥିରେ ଅଛି ନବନିର୍ମାଣ କୃଷକ ସଙ୍ଗଠନ

ଜୋରଦାର ହେଉଛି ଭାରତ ବନ୍ଦ: ସିପିଆଇଏମ ଓ ସିଆଇଟିୟୁ ସଂଗଠନ ସାମିଲ

ସେହିପରି କୃଷକ ସମନ୍ବୟ ସମିତି ପକ୍ଷରୁ ସାରା ଦେଶରେ ଆଜି ବନ୍ଦ ପାଳନ କରାଯାଇଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହାର ଅସର ଦେଖିବାକୁ ମିଳୁଛି । ଏଥିରେ ସିପିଆଇଏମ ଓ ସି ଆଇ ଟି ୟୁ ଭଳି ସଂଗଠନମାନେ ସାମିଲ ହୋଇଛନ୍ତି । ଏହି ଆନ୍ଦୋଳନ କେନ୍ଦ୍ରସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ। ସରକାର ଏହି ଆଇନ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବେ ବୋଲି ଏହାର ନେତାମାନେ ପ୍ରକାଶ କରିଛନ୍ତି ।

ଜୋରଦାର ହେଉଛି ଭାରତ ବନ୍ଦ: ସିପିଆଇଏମ ଓ ସିଆଇଟିୟୁ ସଂଗଠନ ସାମିଲ

ସଫଳ ହୋଇଛି ଭାରତ ବନ୍ଦ: କୃଷକ ସଙ୍ଘର୍ଷ ସମିତି ଓଡିଶା

ବିଭିନ୍ନ ରାଜନୈତିକ ଦଳ ଓ କୃଷକ ସମନ୍ୱୟ ସମିତି ପକ୍ଷରୁ ଡାକରା ଦିଆଯାଇଥିବା 12 ଘଣ୍ଟିଆ ଭାରତ ବନ୍ଦ ସଫଳ ହୋଇଥିବା କହିଛନ୍ତି ବିଭିନ୍ନ ସଂଗଠନର ନେତୃବୃନ୍ଦ । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଦିଆଯାଇଥିବା ଏହି ବନ୍ଦ ସମୟରେ ସବୁ ପ୍ରକାର ଯାତାୟାତ, ବସ, ଟ୍ରେନ, ଟ୍ରକ, ଅଟୋ, ବିଭିନ୍ନ ସରକାରୀ ଅନୁଷ୍ଠାନ, ଦୋକାନ ବଜାର ଆଦି ବନ୍ଦ ରହିଛି । ସାଧାରଣ ଜନତା ମଧ୍ୟ ସ୍ୱତ୍ୱପୂର୍ତ୍ତ ଭାବେ ଏହି ଆନ୍ଦୋଳନକୁ ସମର୍ଥନ ଦେଇଥିବା ସଂଗଠନର ନେତାମାନେ କହିଛନ୍ତି ।ଏହାସହ ସେମାନଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ନେତାମାନଙ୍କ ସହ ଆସନ୍ତାକାଲି ସୁଦ୍ଧା ସରକାର ଆଲୋଚନା କରି ଏହି କଳା ଆଇନକୁ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିବେ ବୋଲି ନେତାମାନେ ଆଶାବ୍ୟକ୍ତ କରିଛନ୍ତି। ନଚେତ ଆଗାମୀ ଦିନରେ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି ।

ସଫଳ ହୋଇଛି ଭାରତ ବନ୍ଦ:କୃଷକ ସଙ୍ଘର୍ଷ ସମିତି ଓଡିଶା

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details