ଓଡିଶା

odisha

Congress on Farmers Problem; ଚାଷୀ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା କଂଗ୍ରେସ

By

Published : Nov 27, 2021, 3:19 PM IST

ଚାଷୀ ସମସ୍ୟା (farmers Problem in Odisha)କୁ ଚଳିତ ବର୍ଷ ରାଜ୍ୟର ୭ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା କଂଗ୍ରେସ । ଅଧିକ ପଢନ୍ତୁ

କୃଷକଙ୍କ ସମସ୍ୟା ନେଇ ରାଜ୍ୟ କଂଗ୍ରେସର Press Meet
କୃଷକଙ୍କ ସମସ୍ୟା ନେଇ ରାଜ୍ୟ କଂଗ୍ରେସର Press Meet

ଭୁବନେଶ୍ବର:କୃଷକଙ୍କ ପାଇଁ ସରକାର କାଳିଆ ଯୋଜନା (Kalia Yojana)କରିଛନ୍ତି ହେଲେ ଏହା କୃଷକଙ୍କ ସ୍ୱାର୍ଥରେ ପଦାଘାତ କରୁଛି । ଚାଷୀ ସମସ୍ୟାକୁ ଚଳିତ ବର୍ଷ କ୍ଷତିଗ୍ରସ୍ତ ହୋଇ ରାଜ୍ୟର ୭ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ଦାୟୀ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।

କୃଷକଙ୍କ ସମସ୍ୟା ନେଇ ରାଜ୍ୟ କଂଗ୍ରେସର Press Meet

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଳେଶ୍ବର ଅଞ୍ଚଳର ଲକ୍ଷ୍ମୀ ନାରାୟଣ ଜେନା ଗତ 16 ତାରିଖରେ ଚାଷରେ ଚକଡ଼ା ପୋକ ଲାଗିବାରୁ ଆତ୍ମହତ୍ୟା କରିଥିବା ବେଳେ ଗତ ୨୦ ତାରିଖରେ ନବରଙ୍ଗପୁରର ବିଭୁତି ଭୂଷଣ 2 ଲକ୍ଷ ଟଙ୍କା ଋଣ କରି କୋବି ଚାଷ ନଷ୍ଟ ହେବାରୁ ଆତ୍ମହତ୍ୟା କରିଥିଲେ । ତେବେ ଏହି ଦୁଇ ପରିବାରକୁ 20 ଲକ୍ଷ ଟଙ୍କା ସହାୟତା ଦିଆଯାଉ ବୋଲି କଂଗ୍ରେସ ଦାବି କରିବା ସହ ଅନ୍ୟ ମୃତ ଚାଷୀଙ୍କ ପରିବାରକୁ ମଧ୍ୟ ସହାୟତା ପାଇଁ ଦାବି କରିଛି ।

ଏଥିସହ ମଣ୍ଡି ଖୋଲିବା ଚାଷୀଙ୍କୁ ଟୋକନ ଦେବାକୁ ଦଳ ଦାବି କରିଛି । ଆସନ୍ତା ଖରିଫ ଋତୁ ପାଇଁ ଧାନ କ୍ୱିଣ୍ଟାଲ ପିଛା 2930 ଟଙ୍କାରେ ସରକାର କିଣନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଅଦିନିଆ ବର୍ଷାରେ ବହୁ ଜିଲ୍ଲାରେ ଫସଲ ନଷ୍ଟ ହୋଇଛି । ହେଲେ ଏନେଇ କ୍ଷୟକ୍ଷତିର ଅନୁଧ୍ୟାନ କରାଯାଉନାହିଁ । ଏଥିପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା 20 ହଜାର ଟଙ୍କା କ୍ଷତି ପୂରଣ ଦିଆଯାଉ । ଭାଗ ଚାଷୀ ଆଇନକୁ ବିଧାନସଭାରେ ଆଣି ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କଂଗ୍ରେସ କହିଛି । ତେବେ ଚାଷୀଙ୍କ ସମସ୍ୟା ନେଇ ଡିସେମ୍ବର ୧ରେ କିଷାନ କଂଗ୍ରେସର ବୈଠକ ବସିବ । ଯଦି ସମସ୍ୟାରେ ସମାଧାନ ନହୁଏ ତେବେ ଆଗକୁ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details