ଓଡିଶା

odisha

ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

By

Published : Aug 18, 2021, 6:11 PM IST

ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସ୍ବାସ୍ଥ୍ୟ ହେଲଥ କାର୍ଡ ବିଜ୍ଞାପନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ଏହାର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଇପସିତା ସାହୁ। ଅଧିକ ପଢନ୍ତୁ...

practice of the Odisha BJP to oppose the pro people schemes in Odisha government
ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

ଭୁବନେଶ୍ବର: ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସ୍ବାସ୍ଥ୍ୟ ହେଲଥ କାର୍ଡ ବିଜ୍ଞାପନକୁ ନେଇ ସାମ୍ବାଦିକ ସମ୍ମୀଳନୀରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଏହାର ପାଲଟା ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ବିରୋଧ କରିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଇପ୍ସିତା କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟ ସରକାରମାନେ ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି । ଖୁବଶୀଘ୍ର ଅନ୍ୟ ରାଜ୍ୟ ମଧ୍ୟ ଓଡିଶାର BSKY ଯୋଜନାକୁ ଅନୁରୂପ ଭାବେ କପି କରିବେ । ତାହା ମଧ୍ୟ ଲେଖାଶ୍ରୀ ଦେଖିବେ । ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ, ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଛନ୍ତି । ଆଉ ଓଡିଶା ବିଜେପି ଏବଂ ଲେଖାଶ୍ରୀ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି ।

ଓଡିଶାବାସୀ ଏହା ଭଲଭାବେ ହୃଦୟଙ୍ଗମ କଲେଣି । ଖୁବ୍‍ଶୀଘ୍ର ଓଡିଶା ବିଜେପି ଏବଂ ଲେଖାଶ୍ରୀ ସାମନ୍ତସିଂହାର ଦେଖିବେ BSKY ଯୋଜନା କେତେ ଲାଭଦାୟକ । ସେତେବେଳେ ସେମାନଙ୍କୁ ଆଜିର ବିବୃତ୍ତି ପାଇଁ ଅନୁତାପ କରିବାକୁ ପଡିବ ବୋଲି ଇପ୍ସିତା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details