ଓଡିଶା

odisha

ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡିଶା, IMD ଜାରି କଲା ଆଲର୍ଟ

By

Published : Sep 16, 2021, 4:55 PM IST

Updated : Sep 16, 2021, 10:35 PM IST

୧୭ ଓ ୧୮ରୁ ସମ୍ଭାବ୍ୟ ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡିଶା । ଶୁକ୍ରବାରସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଲଘୁଚାର ବର୍ଷାରେ ପୁଣି ଭିଜିବ ଓଡିଶା, IMD ଜାରି କଲା ଆଲର୍ଟ
ଲଘୁଚାର ବର୍ଷାରେ ପୁଣି ଭିଜିବ ଓଡିଶା, IMD ଜାରି କଲା ଆଲର୍ଟ

ଭୁବନେଶ୍ବର: ଲଗାଣ ବର୍ଷା ପରେ ରାଜ୍ୟର ସ୍ଥିତି ବେହାଲ ହୋଇପଡିଥିବାବେଳେ ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ । ୧୭ ଓ ୧୮ରୁ ସମ୍ଭାବ୍ୟ ଲଘୁଚାପ ବର୍ଷାରେ ଭିଜିବ ଓଡିଶା । ଶୁକ୍ରବାରସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୮ରୁ ୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି କେନ୍ଦ୍ର ପାଣିପାଗ ବିଭାଗ ।

ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡିଶା, IMD ଜାରି କଲା ଆଲର୍ଟ

୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ବର୍ଷା ହେବା ସହ ୧୯ରେ ଉପକୂଳ ଓଡ଼ିଶାରେ ପ୍ରବଳ ଛେଚିବା ନେଇ ସମ୍ଭାବନା ରହିଛି । IMD ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୮ରୁ ୨୦ତାରିଖ ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଲଘୁଚାପ ପ୍ରଭାବରେ ବର୍ଷା ହେବାକୁଥିବା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦୁଝର, ଢ଼େଙ୍କାନାଳ, ଝାରସୁଗୁଡ଼ା, ବରଗଡ଼, ଦେଓଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ।

ସେପଟେ ଏହା ପୂର୍ବରୁ ହୋଇଥିବା ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ୪ ଜିଲ୍ଲାରେ ବନ୍ୟା ଆଶଙ୍କା ଅଛି । ଏହାସହିତ ବୈତରଣୀ ଓ ଜଳକାରେ ଜଳସ୍ତର ବଢୁଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Sep 16, 2021, 10:35 PM IST

ABOUT THE AUTHOR

...view details