ଓଡିଶା

odisha

Odisha Corona: ଦିନକରେ 739 ସଂକ୍ରମିତ ଚିହ୍ନଟ

By

Published : Jul 25, 2022, 10:05 AM IST

ଗତ 24 ଘଣ୍ଟାରେ 739 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Corona: ଦିନକରେ 739 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 739 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହଜାର ତଳକୁ ଖସିଲା କୋରୋନା ସଂକ୍ରମଣ । କିଛି ସପ୍ତାହ ପରେ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ଗତ 24 ଘଣ୍ଟାରେ 739 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 432 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 307 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 95 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 138 , ସୁନ୍ଦରଗଡରୁ 114 ଓ ସମ୍ବଲପୁରରୁ 113 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 2, ବାଲେଶ୍ବର 8, ବରଗଡ 20, ଭଦ୍ରକରୁ 3, ବଲାଙ୍ଗୀରରୁ 17, ବୌଦ୍ଧରୁ 9, କଟକରୁ 34, ଦେଓଗଡରୁ 2, ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 2, ଜଗତସିଂହପୁରରୁ4, ଯାଜପୁରରୁ 4, ଝାରସୁଗୁଡାରୁ 18, କଳାହାଣ୍ଡିରୁ 10, କନ୍ଧମାଳରୁ 11, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 12, କୋରାପୁଟରୁ 12, ମୟୂରଭଞ୍ଜରୁ 84, ନବରଙ୍ଗପୁରରୁ 4, ନୟାଗଡରୁ 22, ନୂଆପଡାରୁ 8, ପୁରୀରୁ 11, ରାୟଗଡାରୁ 15, ସୋନପୁରରୁ 15 ଓ ଷ୍ଟେଟପୋଲରୁ 32 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,06,510ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7440 ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details