ଓଡିଶା

odisha

Odisha Corona Cases, ଦିନକରେ 287 ସଂକ୍ରମିତ

By

Published : Aug 21, 2022, 10:25 AM IST

କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ ରାଜ୍ୟରେ ଆଉ 287 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Corona Cases, ଦିନକରେ 287 ସଂକ୍ରମିତ
Odisha Corona Cases, ଦିନକରେ 287 ସଂକ୍ରମିତ

ଭୁବନେଶ୍ବର:ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 287 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 168 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 119 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 62 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବର 5, ବରଗଡ 10, ଭଦ୍ରକରୁ 2, ବଲାଙ୍ଗୀରରୁ 11, ବୌଦ୍ଧରୁ 3, କଟକରୁ 13, ଦେଓଗଡରୁ 3, ଢେଙ୍କାନାଳରୁ 2,ଗଜପତିରୁ 6, ଗଞ୍ଜାମରୁ 1, ଯାଜପୁରରୁ 4,ଝାରସୁଗୁଡାରୁ7, କଳାହାଣ୍ଡିରୁ 19, କନ୍ଧମାଳରୁ 5, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 55 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 13, ନବରଙ୍ଗପୁରରୁ 14, ନୟାଗଡରୁ 6, ନୂଆପଡାରୁ 7, ପୁରୀରୁ 3, ରାୟଗଡାରୁ 2, ସମ୍ବଲପୁରରୁ 16, ସୋନପୁରରୁ 6, ସୁନ୍ଦରଗଡରୁ 57 ଓ ଷ୍ଟେଟପୋଲରୁ 12 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 25 ହଜାର 61ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2485 ସକ୍ରିୟ ମାମଲା ରହିଛି । ନୂଆ 459 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details