ଓଡିଶା

odisha

Odisha Corona: ଦିନକରେ 1196 ସଂକ୍ରମିତ ଚିହ୍ନଟ

By

Published : Jul 21, 2022, 9:32 AM IST

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1196 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 1196  ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 1196 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଲମ୍ବ ଡିଆଁ । ଲଗାତାର ଦ୍ବିତୀୟ ଦିନରେ 11 ଶହ ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1196 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 699 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 497 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 169 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 4, ବାଲେଶ୍ବର 19, ବରଗଡ 12, ଭଦ୍ରକରୁ 12, ବଲାଙ୍ଗୀରରୁ 15, ବୌଦ୍ଧରୁ 16, କଟକରୁ 109, ଦେଓଗଡରୁ 3, ଢେଙ୍କାନାଳରୁ 3, ଗଜପତିରୁ 6, ଜଗତସିଂହପୁରରୁ 15, ଯାଜପୁରରୁ 28, ଝାରସୁଗୁଡାରୁ 33, କନ୍ଧମାଳରୁ 5, କେନ୍ଦ୍ରାପଡାରୁ 11, କେନ୍ଦୁଝରରୁ 14, ଖୋର୍ଦ୍ଧାରୁ ସର୍ବାଧିକ 312 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହପରି କୋରାପୁଟରୁ 9, ମୟୂରଭଞ୍ଜରୁ 102, ନବରଙ୍ଗପୁରରୁ 12, ନୟାଗଡରୁ 36, ପୁରୀରୁ 27, ରାୟଗଡାରୁ 19, ସମ୍ବଲପୁରରୁ 70, ସୋନପୁରରୁ 52, ସୁନ୍ଦରଗଡରୁ 174ଓ ଷ୍ଟେଟପୋଲରୁ 70 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 3 ହଜାର 191ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7093 ସକ୍ରିୟ ମାମଲା ରହିଛି । ନୂଆ 804 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,86,915 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details