ଓଡିଶା

odisha

Odisha Corona: ଦିନକରେ 1178 ସଂକ୍ରମିତ ଚିହ୍ନଟ

By

Published : Jul 22, 2022, 10:03 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1178 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 1178 ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 1178 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଲମ୍ବ ଡିଆଁ । ଲଗାତାର ତୃତୀୟ ଦିନରେ 11 ଶହ ପାର କଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 1178 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 690 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 488 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 169 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 3, ବାଲେଶ୍ବର 18, ବରଗଡ 31, ଭଦ୍ରକରୁ 10, ବଲାଙ୍ଗୀରରୁ 11, ବୌଦ୍ଧରୁ 19, କଟକରୁ 104, ଦେଓଗଡରୁ 10, ଢେଙ୍କାନାଳରୁ 1, ଗଜପତିରୁ 4, ଗଞ୍ଜାମରୁ ୧, ଜଗତସିଂହପୁରରୁ 8, ଯାଜପୁରରୁ 34, ଝାରସୁଗୁଡାରୁ 17, କଳାହାଣ୍ଡିରୁ 32, କନ୍ଧମାଳରୁ 13, କେନ୍ଦ୍ରାପଡାରୁ 13, କେନ୍ଦୁଝରରୁ 12, ଖୋର୍ଦ୍ଧାରୁ ସର୍ବାଧିକ 252 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 13, ମୟୂରଭଞ୍ଜରୁ 97, ନବରଙ୍ଗପୁରରୁ 9, ନୟାଗଡରୁ 30, ନୂଆପଡାରୁ 13, ପୁରୀରୁ 20, ରାୟଗଡାରୁ 23, ସମ୍ବଲପୁରରୁ 111, ସୋନପୁରରୁ 18, ସୁନ୍ଦରଗଡରୁ 194 ଓ ଷ୍ଟେଟପୋଲରୁ 57 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 4 ହଜାର 369ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7245 ସକ୍ରିୟ ମାମଲା ରହିଛି । ନୂଆ 1026 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,87,941 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details