ଓଡିଶା

odisha

Odisha Corona: ଆଜିବି 1000 ପାର୍‌ କଲା ସଂକ୍ରମଣ

By

Published : Jul 31, 2022, 9:38 AM IST

ରାଜ୍ୟରେ ଗତ 24 ଘଣ୍ଟାରେ ପୁଣି 1029 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

Odisha Corona: ପୁଣି ହଜାରେ ପାର କଲା ସଂକ୍ରମଣ
Odisha Corona: ପୁଣି ହଜାରେ ପାର କଲା ସଂକ୍ରମଣ

ଭୁବନେଶ୍ବର:ରାଜ୍ୟରେ ପୁଣି ଏକ ହଜାର ପାର କଲା କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ପୁଣି 1029 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ 602 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 427 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 166 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ସଂକ୍ରମଣ ବଢୁଥିବା ଜିଲ୍ଲା ମାନଙ୍କ ମଧ୍ୟରେ ଗତକିଛି ଦିନ ଲଗାତର ଖୋର୍ଦ୍ଧାକୁ ପାର କରୁଛି ସୁନ୍ଦରଗଡ । ସୁନ୍ଦରଗଡରୁ 222 ସଂକ୍ରମିତ ରହିଥିବା ବେଳେ ଖୋର୍ଦ୍ଧାରୁ 173 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 1, ବାଲେଶ୍ବର 11, ବରଗଡ 65, ଭଦ୍ରକରୁ 10, ବଲାଙ୍ଗୀରରୁ 27, ବୌଦ୍ଧରୁ 15, କଟକରୁ 68, ଦେବଗଡରୁ 5, ଢେଙ୍କାନାଳରୁ ୨, ଗଜପତିରୁ 7, ଜଗତସିଂହପୁରରୁ 6, ଯାଜପୁରରୁ 15, ଝାରସୁଗୁଡାରୁ 12, କଳାହାଣ୍ଡିରୁ 38, କନ୍ଧମାଳରୁ 22, କେନ୍ଦୁଝରରୁ 11, କୋରାପୁଟରୁ 13, ମୟୂରଭଞ୍ଜରୁ 70, ନବରଙ୍ଗପୁରରୁ 28, ନୟାଗଡରୁ 17, ନୂଆପଡାରୁ 13, ପୁରୀରୁ 8, ରାୟଗଡାରୁ 14, ସମ୍ବଲପୁରରୁ 93, ସୋନପୁରରୁ 24 ଓ ଷ୍ଟେଟପୋଲରୁ 39 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,13,145ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6608 ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details