ଓଡିଶା

odisha

ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣା: ଓ୍ବେବ ପୋର୍ଟାଲ ଏଡ଼ିଟର, ରିପୋର୍ଟର ଗିରଫ

By

Published : Sep 4, 2021, 6:55 PM IST

ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣା । ଓ୍ବେବ ପୋର୍ଟାଲ ଏଡ଼ିଟର ଓ ରିପୋର୍ଟରଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣା; ଓ୍ବେବ ପୋର୍ଟାଲ ଏଡ଼ିଟର, ରିପୋର୍ଟର ଗିରଫ
ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣା; ଓ୍ବେବ ପୋର୍ଟାଲ ଏଡ଼ିଟର, ରିପୋର୍ଟର ଗିରଫ

ଭୁବନେଶ୍ବର:ଆଥଲେଟ ଦୂତିଚାନ୍ଦଙ୍କୁ ଅଶାଳୀନ ଓ ଅଶୋଭନୀୟ କରି ଖବର ପରିବେଷଣ ଘଟଣାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ । ମହିଳା ଥାନାରେ ଦୂତିଙ୍କ ଅଭିଯୋଗ ଆଧାରରେ ଫୋକସ ପ୍ଲସ ଓଡି଼ଶା ନାମକ ଓ୍ବେବ ପୋର୍ଟାଲର ୨ କର୍ମଚାରୀ ଗିରଫ ହୋଇଛନ୍ତି । ସମ୍ପାଦକ ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଂଜନ ବେହେରାଙ୍କୁ ଗିରଫ କରିଛି ପୋଲିସ ।

ଦୂତି ଚାନ୍ଦଙ୍କୁ ବଦନାମ କରିବା ଘଟଣା; ଓ୍ବେବ ପୋର୍ଟାଲ ଏଡ଼ିଟର, ରିପୋର୍ଟର ଗିରଫ

ସୂଚାନୁସାରେ ଗତ ୧ ତାରିଖରେ ମହିଳା ଥାନା ପକ୍ଷରୁ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଆଇପିସିର ଧାରା 354(a) ଅଶାଳୀନ ଭାବେ ଆଥଲେଟକୁ ମନ୍ତବ୍ୟ ଦେବା, 292(2) ଖରାପ କରି ଚାରିଆଡେ ଖବର ପ୍ରଚାର କରିବା, 385 ଅପରାଧିକ ଢଙ୍ଗରେ ପଇସା ମାଗିବା, 509 ନାରୀକୁ ଅପମାନ କରି କମେଣ୍ଟ କରିବା, 120(b) ଅପରାଧିକ ମନୋଭାବ ନେଇ ଏପରି କରିବା, ମହିଳାଙ୍କୁ ଖରାପ ବ୍ୟବହାର କରିବା ଆଧାରରେ ୧୯୮୬ ଧାରା ୬ରେ ଓ 506 ଭୟ ଦେଖାଇବା ଆଦି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ସୂଚନା ଥାଉ କି ଗତ କିଛି ଦିନ ତଳେ ଦୂତି ଏଡି଼ଟର ସୁଧାଂଶୁ ରାଉତ ଏବଂ ସାମ୍ବାଦିକ ସ୍ମୃତି ରଂଜନ ବେହେରା ଏବଂ ଜଣେ ସମାଜସେବୀ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ତାଙ୍କ ବିରୋଧରେ ଆପତ୍ତିଜନକ ବିଷୟବସ୍ତୁ ପ୍ରକାଶ କରାଯାଇଥିଲା । ଯାହା ତାଙ୍କ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ଏହି ଘଟଣାରେ ସେ ଭୁବନେଶ୍ବରର ଏକ ସିଭିଲ କୋର୍ଟରେ 5 କୋଟି ଟଙ୍କାର ବଦନାମ ମାମଲା ଦାଏର କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details