ଓଡିଶା

odisha

ଲଭ-ସେକ୍ସ ଧୋକା; ପ୍ରେମିକ ସାଜିଲା ପ୍ରତାରକ, ଭାଇରାଲ କଲା ଫଟୋ

By

Published : Aug 24, 2019, 9:05 PM IST

ପୁଣି ଥରେ ପ୍ରେମରେ ଲାଗିଛି କଳଙ୍କ । ପ୍ରେମିକାର ଇଜ୍ଜତ ନିଲାମ କରିଛି ପ୍ରେମିକ । ଭାଇରାଲ କରିଛି ପ୍ରେମିକାର ଅଶ୍ଲୀଳ ଫଟୋ ଓ ଭିଡିଓ । ଏବେ ନ୍ୟାୟ ଭିକ୍ଷାରେ ପୀଡିତା ପ୍ରେମିକା ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ପ୍ରଥମେ ସାମାଜିକ ଗଣମାଧ୍ୟମରୁ ବନ୍ଧୁତା । ତାପରେ ଧିରେ ଧିରେ ବନ୍ଧୁତାରୁ ପ୍ରେମ । ଆଉ ପ୍ରେମରୁ ବିହାହ ପ୍ରସ୍ତାବ । ବାସ...ଏହିଠାରୁ ବଦଳିଗଲା ବନ୍ଧୁରୁ ପ୍ରେମିକ ସାଜିଥିବା ପ୍ରତାରକ ପ୍ରେମିକର ଆଚରଣ ଆଉ ଉଚାରଣ । ଯାହାକୁ ପ୍ରଲୋଭନ ଦେଖାଇ ବନ୍ଧବୀରୁ ପ୍ରେମିକା ସଜାଇଥିଲା ସେହି ପ୍ରେମିକାର ସର୍ବସ୍ବ ଲୁଟିନେଲା ପ୍ରତାରକ ପ୍ରେମିକ ।

ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲାରୁ । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ବର ଆସି ଯୁକ୍ତି ତିନି ପାଠ ପଢୁଥିଲେ । ପାଠ ପଢା ଶେଷ ପରେ ଉକ୍ତ ଯୁବତୀ ଜଣଙ୍କ ଭୁବନେଶ୍ବର ଏକ ଏନଜିଓ ରେ ପାର୍ଟ ଟାଇମ କାମ ଆରମ୍ଭ କଲେ । ଏହି ସମୟରେ ସାମାଜିକ ଗଣମାଧ୍ୟମ ଫେସବୁକରୁ ଖୋର୍ଦ୍ଧା ଅଞ୍ଚଳର ଏକ ଯୁବକଙ୍କ ସହ ବନ୍ଧୁତା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସମୟକ୍ରମେ ବନ୍ଧୁତାରୁ ଧିରେ ଧିରେ ସଂର୍ପକ ବଢି ପ୍ରେମରେ ରୂପାନ୍ତରିତ ହୋଇଥିଲା । ଆଉ ସାକ୍ଷାତକାର ହୋଇ ସଂର୍ପକ ଦୃଢ ହେଲା । ଏହାପରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କ ସହ ଶାରୀରିକ ସଂର୍ପକ ସ୍ଥାପନ କରିବାରେ ଲାଗିଲା । ଆଉ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ସମସ୍ତ ଚିତ୍ର ଉତ୍ତୋଳନ କରିନେଇଥିଲା ପ୍ରେମିକାର ଅଜାଣତରେ । ଏହାପରେ ବଦଳି ଗଲା ପ୍ରେମିକର ମନ । ଯାହାକୁ ଜୀବନସାଥୀ କରିବାର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲା ଶେଷରେ ତାରି ଇଜ୍ଜତକୁ ନିଲାମ କରିବାକୁ ପଛେଇଲା ନାହିଁ । ପ୍ରେମିକାଙ୍କୁ ବାରମ୍ବାର ଅଶ୍ଲୀଳ ଫଟୋ ଭିଡିଓ ଦେଖାଇ ଟଙ୍କା ମାଗିବା ସହ ଧମକ ଚମକ ଦେବା ଆରମ୍ଭ କରିଥିଲା । ପ୍ରେମିକା ମାନ ସମ୍ମାନ ଭୟରେ 10 ହଜାର ଟଙ୍କା ଦେଇଥିଲେ । ଏତିକିରେ ମନ ଭରିଲା ନାହିଁ ଏହି ଖଳନାୟକ ପ୍ରେମିକର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ପୁଣି ଥରେ ଭୁବନେଶ୍ବର ଡକାଇ ଦୁଷ୍କର୍ମ କରିବା ସହ ଏଟିଏମ କାର୍ଡ ନେଇଯାଇଥିଲେ । ଏହାପରେ ପୁଣି ଟଙ୍କା ମାଗିଥିଲା ପ୍ରେମିକ ହେଲେ ଯୁବତୀ ରାଜି ନହେବାରୁ ନିଜ ସାଙ୍ଗ ମାନଙ୍କ ସହ ଶାରୀରିକ ସଂର୍ପକ ରଖିବାକୁ କହିଥିଲେ । ଏଥିରେ ପ୍ରେମିକ ବିଫଳ ହେବାରୁ ଗତ 17 ତାରିଖରେ ଯୁବତୀଙ୍କ ସମସ୍ତ ଅଶ୍ଲୀଳ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟରେ ଭାଇରାଲ କରିଦେଇଥିଲେ । ଯାହା ଫଳରେ ଏବେ ସମସ୍ତ ଫଟୋ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ଯାହା ଯୁବତୀ ଜଣଙ୍କ ନିଜ ଏତଲାରେ ଦର୍ଶାଇଛନ୍ତି ।


ଏହି ସଂପର୍କରେ ଯୁବତୀ ଜଣଙ୍କ ନ୍ୟାୟ ପାଇଁ ନୟାଗଡ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଘଟଣାଟି ଜିଲ୍ଲା ବାହାରର ହୋଇଥିବାରୁ ନୟାଗଡ ପୋଲିସ ମାମଲା ଟିକୁ ଭୁବନେଶ୍ବର ଚନ୍ଦ୍ରଶେଖର ଥାନାକୁ ପଠାଇଦେଇଛନ୍ତି । ଚନ୍ଦ୍ରଶେଖରପୁର ଥାନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details