ଓଡିଶା

odisha

ଝାରପଡା ହାଟ ଉଚ୍ଛେଦ ପ୍ରସଙ୍ଗ, ଡିସିପିଙ୍କୁ ଭେଟିଲେ ବିଜେପି ନେତା

By

Published : Apr 8, 2022, 5:30 PM IST

ଝାରପଡା ସ୍ଥିତ ଗଣେଶ ମଣ୍ଡପ ଦୈନିକ ହାଟ ଭଙ୍ଗାକୁ ନେଇ ଏବେ ଅଶାନ୍ତ ସମଗ୍ର ଅଞ୍ଚଳ । ଘଟଣାକୁ ନେଇ ବ୍ୟବସାୟୀ ଆନ୍ଦୋଳନକାରୀ ପୋଲିସ ମଧ୍ୟରେ ଧସ୍ତାଧସ୍ତି ବିବାଦ ପରେ ଏବେ ଆଲୋଚନା ପାଇଁ ସହମତି ହୋଇଛି । ଅଧିକ ପଢନ୍ତୁ

ଡିସିପିଙ୍କୁ ଭେଟିଲେ ବିଜେପି ନେତା
ଡିସିପିଙ୍କୁ ଭେଟିଲେ ବିଜେପି ନେତା

ଭୁବନେଶ୍ବର: ଝାରପଡା ସ୍ଥିତ ଗଣେଶ ମଣ୍ଡପ ଦୈନିକ ହାଟ ଭଙ୍ଗାକୁ ନେଇ ଏବେ ଅଶାନ୍ତ ସମଗ୍ର ଅଞ୍ଚଳ । ଘଟଣାକୁ ନେଇ ବ୍ୟବସାୟୀ ଆନ୍ଦୋଳନକାରୀ ପୋଲିସ ମଧ୍ୟରେ ଧସ୍ତାଧସ୍ତି ବିବାଦ ପରେ ଏବେ ଆଲୋଚନା ପାଇଁ ସହମତି ହୋଇଛି ।

ଘଟଣାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ବିଜେପି ନେତା ମାନେ ଲକ୍ଷ୍ମୀସଗାର ଗୋଲେଇ ଛକରେ ରାସ୍ତାରୋକ କରିଥିଲେ। ଫଳରେ କଟକ -ପୁରୀ ରୋଡରେ ଦୀର୍ଘ ସମୟ ଯାଏଁ ଯାତାୟାତ ଠପ ହୋଇଯାଇଥିଲା । ଏହାକୁ ନେଇ ପୋଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲା । ପରେ ପୋଲିସ କିଛି ଆନ୍ଦୋଳକାରୀଙ୍କୁ ଜବରଦସ୍ତ ଉଠାଇ ନେଇଥିଲା । ଏହାରି ପ୍ରତିବାଦରେ ବିଜେପି ନେତା ମାନେ ଆନ୍ଦୋଳନ ସ୍ଥଳରୁ ସତ୍ୟ ନଗର ଓଭରବ୍ରିଜ ଦେଇ ପଦଯାତ୍ରାରେ ଡିସିପି ଅଫିସ ଅଭିମୁଖେ ଆସିଥିଲେ। ଅଧାରୁ ପୋଲିସ ସେମାନଙ୍କୁ ଉଠାଇ ଭ୍ୟାନରେ ଡିସିପି ଅଫିସ ଆଣିଥିଲା।

ଝାରପଡା ହାଟ ଉଚ୍ଛେଦ ପ୍ରସଙ୍ଗ, ଡିସିପିଙ୍କୁ ଭେଟିଲେ ବିଜେପି ନେତା

ଡିସିପି ଅଫିସ ଆସି ବିଜେପି ନେତା ଓ ବ୍ୟବସାୟୀ ମାନେ ଡିସିପିଙ୍କ ସହ ଆଲୋଚନା କରିଥିଲେ । ବିନା ନୋଟିସରେ ଆଜି ସକାଳୁ ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ବିରୋଧ କରିଥିଲେ । ଡିସିପି ଅପରାହ୍ନରେ ବ୍ୟବସାୟୀ, ବିଜେପି ପ୍ରତିନିଧି ଓ ବିଏମସି କମିଶନରଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ପରେ ଆନ୍ଦୋଳନକାରୀ ଆନ୍ଦୋଳନ ସ୍ଥଗିତ କରିଛନ୍ତି ।

ଏହି ଆନ୍ଦୋଳନରେ ବ୍ୟବସାୟୀଙ୍କ ସହ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ମେୟର ପ୍ରାର୍ଥୀନି ସୁନିତ ମୁଣ୍ଡ, ଦିଲ୍ଲୀପ ମହାନ୍ତି ଓ ଅନ୍ୟ ନେତା କର୍ମୀ ପ୍ରମୁଖ ସାମିଲ ହୋଇଥିଲେ ।

ଭୁବନେଶ୍ବରର ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details