ଓଡିଶା

odisha

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 557 କୋରୋନା ଆକ୍ରାନ୍ତ

By

Published : Oct 5, 2021, 7:34 PM IST

ରାଜ୍ୟରୁ ଆଜି ଦିନକରେ 577 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 16ହଜାର 165ରେ ପହଞ୍ଚିଲା । ଅଧିକ ପଢନ୍ତୁ...

24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 557 କୋରୋନା ଆକ୍ରାନ୍ତ
24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 557 କୋରୋନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 577 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 203 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 16 ହଜାର 165 ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୭୧, ପୁରୀରୁ ୭, ଅନୁଗୋଳରୁ ୮, କେନ୍ଦ୍ରାପଡାରୁ ୧୦, ସୁବର୍ଣ୍ଣପୁରରୁ ୨, ବାଲେଶ୍ବରରୁ ୨୪, ଯାଜପୁରରୁ ୩୬, ମୟୂରଭଞ୍ଜରୁ ୩୭, ରାୟଗଡ଼ାରୁ ୬, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ନୟାଗଡ଼ରୁ ୯, କୋରାପୁଟରୁ ୩, ନୂଆପଡାରୁ ୨, ଝାରସୁଗୁଡାରୁ ୧୧, ଭଦ୍ରକରୁ ୭, ଦେବଗଡ଼ରୁ ୪, ସମ୍ବଲପୁରରୁ ୩, ମାଲକାନଗିରିରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details