ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 546 କୋରାେନା ଆକ୍ରାନ୍ତ

By

Published : Oct 12, 2021, 7:56 PM IST

ରାଜ୍ୟରୁ ଆଜି ଦିନକରେ 546 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 19 ହଜାର 764ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 546 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 546 କୋରାେନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ମଙ୍ଗଳବାର) ରାଜ୍ୟରେ 546 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 250 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 19 ହଜାର 764 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୬୧, ଅନୁଗୋଳରୁ ୪,ପୁରୀରୁ ୨୦, ଯାଜପୁରରୁ ୧୫, ମୟୂରଭଞ୍ଜରୁ ୨୬, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ନୟାଗଡ଼ରୁ ୩, ଜଗତସିଂହପୁରରୁ ୨୮, ଝାରସୁଗୁଡାରୁ ୧, ସମ୍ବଲପୁରରୁ ୧୮, ସୋନପୁରରୁ ୨, କୋରାପୁଟରୁ ୨, ବାଲେଶ୍ବରରୁ ୨୫, ଭଦ୍ରକରୁ ୨, ଦେବଗଡ଼ରୁ ୩, ମାଲକାନଗିରିରୁ ୧ ,ସୁନ୍ଦରଗଡରୁ ୯ ଓ ଷ୍ଟେଟପୁଲରୁ ୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details